Videos
|
Odisha

ନିଜର ଅପରାଗତାକୁ ଲୁଚାଇବା ଉଦ୍ଦେଶ୍ୟରେ ଶାସକ ବିଜେଡି ଭବ୍ୟ ଆୟୋଜନ

Jitendra Dash
Browse all articles by Jitendra Dash
·2 years ago·2 min read
ନିଜର ଅପରାଗତାକୁ ଲୁଚାଇବା ଉଦ୍ଦେଶ୍ୟରେ ଶାସକ ବିଜେଡି ଭବ୍ୟ ଆୟୋଜନ

ଅର୍ଗସ ବ୍ୟୁରୋ : ରାଜ୍ୟ ସରକାର ଓ ଶାସକ ଦଳର ନେତାମାନେ ରାତିଅଧିଆ ଅବାସ୍ତବ ସ୍ୱପ୍ନ ଦେଖି ଦେଇ ଭୁବନେଶ୍ୱର ତଥା ଓଡିଶାବାସୀଙ୍କୁ ବୁଝାଇବା ପାଇଁ ପ୍ରଚେଷ୍ଟା କରୁଛନ୍ତି । ବିକାଶ ନୁହେଁ ଭୁବନେଶ୍ୱରବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଗୋଲାପୀ ଚିତ୍ର ଓ ନିର୍ବାଚନ ଭେଳିକି ଦେଖାଉଛନ୍ତି । ମେଟ୍ରୋ ଟ୍ରେନ ପାଇଁ ବଜେଟ୍‌ରେ କୈାଣସି ଆର୍ଥିକ ବ୍ୟବସ୍ଥା କରିନାହାନ୍ତି ରାଜ୍ୟ ସରକାର । ଶାସକ ବିଜେଡିର ନୂଆ ନେତା ପାଣ୍ଡିଆନ ବାବୁ ‘ଖୁଂଟ’ ଓ ‘ଷ୍ଟେସନ’ ଗଣିଦେଲେ ମେଟ୍ରୋ ହୁଏ ନାହିଁ । ତାହା ପାଇଁ ସଠିକ ଯୋଜନା ଏବଂ ଆବଶ୍ୟକୀୟ ଟଙ୍କା ଜରୁରୂୀ ରହିଛି । 

ମେଟ୍ରୋ ପାଇଁ ନବୀନ ବାବୁ ଯୋଜନା କରିବା ବ୍ୟୟ ବରାଦ କରନ୍ତୁ । ନିର୍ବାଚନ ପରିପ୍ରେକ୍ଷୀରେ ଅତୀତରେ ଅନେକ ଯୋଜନାର ଶୁଭାରମ୍ଭ କରିଥିଲେ ନବୀନ ବାବୁ । ଯାହା ପରବର୍ତୀ ସମୟରେ “ମହା ଆଡମ୍ବରେ ଲଘୁ କ୍ରିୟା” ସଦୃଶ ହୋଇ ରହିଗଲା । ପ୍ରଚାର ସର୍ବସ୍ୱ ‘ନବୀନ ବାବୁ’ ନିର୍ବାଚନ ଭେଳିକି ଭୁବନେଶ୍ୱର ତଥା ଓଡିଶାବାସିଙ୍କୁ ଦେଖାଇବାରୁ କ୍ଷ୍ୟାନ୍ତ ରୁହନ୍ତୁ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ କହିଛନ୍ତି ।

କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଦେଇ ଭୁବନେଶ୍ୱରକୁ ସରସ ସୁନ୍ଦର କରିବେ ବୋଲି ସ୍ୱପ୍ନ ଦେଖିଥିଲେ ଏବଂ ଏଥିପାଇଁ ସ୍ମାର୍ଟ ସିଟିର ମାନ୍ୟତା ଦେବା ସହିତ ସ୍ୱତନ୍ତ୍ର ଭାବେ ଆର୍ଥିକ ବ୍ୟବସ୍ଥା କରିଥିଲେ । ଏହା ବ୍ୟତୀତ ସ୍ୱେରେଜ, ଡ୍ରେନେଜ, ରାସ୍ତାଘାଟ, ଟ୍ରାଫିକ ନିୟନ୍ତ୍ରଣ, ଗମନାଗମନ, ଅଣ୍ଡରଗ୍ରାଉଣ୍ଡ କେବଲିଂ ଆଦି ପାଇଁ ବ୍ୟାପକ ମାତ୍ରାରେ ଆର୍ଥୀକ ଅନୁଦାନ ମୋଦି ସରକାର ରାଜ୍ୟକୁ ଦେଇଛନ୍ତି । କିନ୍ତୁ ୨୩ ବର୍ଷର ନବୀନ ସରକାର ରାଜଧାନୀ ଭୁବନେଶ୍ୱରରେ ଅଳିଆ ଗଦାର କୃତ୍ରିମ ପାହାଡ ସୃଷ୍ଟି କରିବା ସହ ପରିବେଶକୁ “ଗନ୍ଧମୟ” କରିଦେଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

‘ଡେଙ୍ଗୁ ସହର’ର ଅଲୋଡା ମାନ୍ୟତା ପାଇଛି ଭୁବନେଶ୍ୱର । ଅସରାଏ ବର୍ଷା ହେଲେ ରାଜଧାନୀ ଭୁବନେଶ୍ୱରରେ ‘ଅଦିନିଆ ବନ୍ୟା’ର ଭ୍ରମ ସୃଷ୍ଟି କରିବାରେ ସଫଳତା ପାଇଛି ବିଜେଡି ସରକାର । ଭୁବନେଶ୍ୱରର ଅଳିଆ ସଫା କରିପାରୁନଥିବା ସରକାର ମେଟ୍ରୋ କରିବା କହିବା ଅତ୍ୟନ୍ତ ହାସ୍ୟାସ୍ପଦ । ଆଜିର ଏଭଳି ଭବ୍ୟ କାର୍ଯ୍ୟକ୍ରମ କେବଳ ନିର୍ବାଚନୀ ଥୋପ ଏବଂ ନିଜର ଅପରାଗତାକୁ ଲୁଚାଇବା ଉଦ୍ଦେଶ୍ୟରେ ଶାସକ ବିଜେଡି ଆୟୋଜନ କରିଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।