Videos
|
Odisha

ଦୀର୍ଘ ୨୩ବର୍ଷ ଶାସନରେ ଓଡିଶାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

Jitendra Dash
Browse all articles by Jitendra Dash
·2 years ago·2 min read
ଦୀର୍ଘ ୨୩ବର୍ଷ ଶାସନରେ ଓଡିଶାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଅର୍ଗସ ବ୍ୟୁରୋ : ଦୀର୍ଘ ୨୩ବର୍ଷ ଶାସନରେ ଓଡିଶାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ସେବିକା, ଫାର୍ମାସିଷ୍ଟ, ଅନ୍ୟାନ୍ୟ ବୈଷୟିକ କର୍ମଚାରୀ, ତୃତୀୟ ଶ୍ରେଣୀ, ଚତୁର୍ଥ ଶ୍ରେଣୀ ବର୍ଗର କର୍ମଚାରୀ ନିଜର ଆବଶ୍ୟକତା ପୂରଣ ପାଇଁ ଧର୍ମଘଟ ବା ଧାରଣା ଦେଇଥାନ୍ତି । କିନ୍ତୁ ଏବେ ବିନା ମେଘରେ ଗରଜିଲା ଭଳି ରାଜ୍ୟ ସରକାର ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ଉପରେ ଏସମା ଲଗାଇ ନାଲିଆଖି ଦେଖାଇଛନ୍ତି । ରାଜ୍ୟରେ ଏବେ କୌଣସି ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ନଥିବାବେଳେ କାହିଁକି ସେବା ପରିଚାଳନା ଆଇନ(ଏସମା) ଲାଗୁ କରୁଛନ୍ତି ରାଜ୍ୟ ସରକାର ତାହା ବୁଝାପଡୁନି । 

ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କର ଏତେ ଭୟ କାହିଁକି? ସରକାର ଜାଣି ରଖିବା ଦରକାର ଜୋର ଜବରଦସ୍ତ କରି ସ୍ୱାସ୍ଥ୍ୟ କର୍ମଚାରୀଙ୍କଠାରୁ ସ୍ୱାସ୍ଥ୍ୟସେବା ଆଦାୟ କରାଯାଇ ପାରିବନାହିଁ । ଅସମୟରେ “ଏସମା” ଲାଗୁ କରିବା ରାଜ୍ୟ ସରକାରଙ୍କ ଅଜଣା ଡରକୁ ପ୍ରକାଶ କରୁଛି ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଶ୍ରୀ ମଲ୍ଲିକ କହିଛନ୍ତି ଯେ, ଅତୀତ ଦିନରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ରାଜ୍ୟ ସରକାର ବାରମ୍ବାର ଅବହେଳା କରି ଆସିଛନ୍ତି । ଆଗାମୀ ଦିନରେ କାଳେ ସ୍ୱାସ୍ଥ୍ୟ କର୍ମଚାରୀ ତାଙ୍କର ଅଧିକାରକୁ ନେଇ ଆନ୍ଦୋଳନ କରିବେ ସେଥିପାଇଁ ରାଜ୍ୟ ସରକାର “ଏସମା” ଲଗାଇ ଥିବା ସ୍ପଷ୍ଟ ଜଣାପଡୁଛି । ଆଗକୁ ସାଧାରଣ ନିର୍ବାଚନ ଥିବା କାରଣରୁ ସରକାରଙ୍କୁ ଭୟ ଘାରିଛି । ରାଜ୍ୟରେ ଆବଶ୍ୟକ ସଂଖ୍ୟକ ସ୍ୱାସ୍ଥ୍ୟ କର୍ମଚାରୀ ନାହାନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଅଭାବ ଭିତରେ ଦାୟିତ୍ୱ ତୁଲାଉଥିବା କର୍ମଚାରୀଙ୍କ ପ୍ରାପ୍ୟ ପୂରଣ ପାଇଁ ରାଜ୍ୟ ସରକାର କାହିଁକି ବ୍ୟବସ୍ଥା କରୁନାହାନ୍ତି । ଯଦି ଗୋଟିଏ କର୍ମଚାରୀ ଉଚିତ ପ୍ରାପ୍ୟ ପାଇବ ତାହାଲେ ସେ ଲୋକଙ୍କୁ ଉଚିତ ସେବା ଯୋଗାଇ ପାରିବ କିନ୍ତୁ ରାଜ୍ୟ ସରକାର ନାଲିଆଖି ଦେଖାଇ ସେବା ଆଦାୟ କରିବା କଥା ଭାବୁଛନ୍ତି ତାହା ତାଙ୍କର ଭ୍ରମ । “ଏସମା” ଲାଗୁ ନିଷ୍ପତିରୁ ସରକାର ନିବୃତ ରହିବା ଉଚିତ ହେବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।