Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ରାଜ୍ୟ ସରକାର ‘ଓଡିଆ ଭାଷା’କୁ ନେଇ ଅଭିନୟ କରୁଛନ୍ତି

Odisha

ରାଜ୍ୟ ସରକାର ‘ଓଡିଆ ଭାଷା’କୁ ନେଇ ଅଭିନୟ କରୁଛନ୍ତି

Jitendra Dash
Browse all articles by Jitendra Dash
·2 years ago·2 min read
ରାଜ୍ୟ ସରକାର ‘ଓଡିଆ ଭାଷା’କୁ ନେଇ ଅଭିନୟ କରୁଛନ୍ତି

ଅର୍ଗସ ବ୍ୟୁରୋ : ମା’ମାଟି ଆରାଧନାର ମନ୍ତ୍ର ହେଉଛି ଭାଷା । କିନ୍ତୁ ଦୁର୍ଭାଗ୍ୟର ବିଷୟ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓ ତାଙ୍କ ସରକାର ଭାଷାକୁ ନେଇ ଅଭିନୟ କରୁଛନ୍ତି । ଭାଷା ହିଁ ଗୋଟିଏ ଜାତିର ପରିଚୟ, ବିଜେଡି ସରକାରର ଆନ୍ତରିକତା ଅଭାବରୁ ଓଡ଼ିଶାର ପରିଚୟ ବୁଡି ଯିବାକୁ ବସିଛି । ଓଡିଆ ଭାଷାର ବିକାଶ ପରିବର୍ତେ ସବୁବେଳେ ବିନାଶ କରିଆସିଛି ନବୀନ ବାବୁଙ୍କ ସରକାର । ଯେତେବେଳେ ନବୀନ ବାବୁ ଅପବାଦ ଓ ସମାଲୋଚନାର ଶିକାର ହୁଅନ୍ତି ସେତେବେଳେ ଏକ ପୁରସ୍କାର ସାଉଂଟିବାର ଯୋଜନା ପ୍ରସ୍ତୁତ କରିଥାନ୍ତି । ଲାଂଚ୍ଛନା ଓ ସମାଲୋଚନାରୁ ନିଜକୁ ରକ୍ଷା କରିବା ପାଇଁ ୨୪ବର୍ଷ ପରେ ଓଡ଼ିଆ ଭାଷା କଥା ମନେ ପଡିଲା ନବୀନ ସରକାରଙ୍କର ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରେସ୍ ବାର୍ତାରେ ଶ୍ରୀ ମଲ୍ଲିକ କହିଛନ୍ତି ଯେ, ଗତ୨୦୧୫ମସିହାରେ ମନ୍ତ୍ରୀସ୍ତରୀୟ କମିଟି ଘୋଷଣା କରି ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ଚାଲିବ ବୋଲି ସରକାର କହିଥିଲେ । ପରେ ଡିସେମ୍ବର ୨୬, ୨୦୧୭ରେ ପୁରୀଠାରେ ଐତିହ୍ୟ କ୍ୟାବିନେଟ୍ କରିକି ଘୋଷଣା ମଧ୍ୟ କରିଥିଲେ । ପରବର୍ତୀ ସମୟରେ ୨୦୧୮ ମାର୍ଚ୍ଚ ୧୪ ତାରିଖରେ ୫୪ତମ କ୍ୟାବିନେଟ ବୈଠକ ବସିଥିଲା । ସେହି କ୍ୟାବିନେଟ୍‌ରେ ଆଇନ ବିଭାଗ ପରାମର୍ଶ ଅନୁଯାୟୀ ଗୃହିତ ହୋଇଥିଲା । ପରେ ବିଧାନସଭାରେ ଉପସ୍ଥାପନ ବେଳେ ପୂର୍ବ କ୍ୟାବିନେଟ୍‌ରେ ଗୃହିତ ହୋଇଥିବା ଭାଷା ଆଇନ ପ୍ରସ୍ତାବର ପରିଭାଷାକୁ ବଦଳାଇ ଦେଇଥିଲେ ନବୀନ ସରକାର । ଶେଷରେ ବିଧାନସଭାରେ ଏକ ଅକର୍ମଣ୍ୟ ଭାଷା ଆଇନ ପାରିତ ହେଲା । ଯେଉଁଥିରେ ଦଣ୍ଡ ବିଧାନ ବ୍ୟବସ୍ଥା ସ୍ପଷ୍ଟ ନଥିବା କାରଣରୁ ଭାଷା ଆଇନ କାର୍ଯ୍ୟକାରୀ ହେବାରେ ସଫଳ ହେଲା ନାହିଁ ।

ଅନୁଷ୍ଠିତ ପ୍ରଥମ ଓଡିଆ ଭାଷା ସମ୍ମିଳନୀ ପାଇଁ ଓଡିଆ ସୁଧିଜନଙ୍କୁ ‘ବନ୍ଦେ ଉତ୍କଳ ଜନନୀ’ ଗାଇବା ପାଇଁ ନବୀନ ସରକାରଙ୍କର ଇଂରାଜୀ ଭାଷାରେ ନିବେଦନ ଆଉ ଏକ ହାସ୍ୟାସ୍ପଦ ଉଦ୍ୟମ । ଏହି ଭାଷା ସମାରୋହରେ ବହୁ ଲେଖକ, ସାହିତ୍ୟିକ ଓ ଗବେଷକମାନଙ୍କୁ ସଂପୃକ୍ତ କରାଯାଇନାହିଁ । ସରକାର ଭାଷା ସମ୍ମିଳନୀ କରୁଥିବାବେଳେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଅପସଂସ୍କୃତି ଓ ଉଦଣ୍ଡ ନୃତ୍ୟ ଗୀତର ଆସର କରିବା ଆଉ ଏକ ଦୁର୍ଭାଗ୍ୟଜନକ, ଯାହାକି ଓଡିଶାର ଭାଷା ଓ ସଂସ୍କୃତିର ବିରୋଧୀ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ଚାଲିଲା ନାହିଁ କିମ୍ବା ସରକାରୀ ଅନୁଷ୍ଠାନ ଓ ବ୍ୟବସାୟୀକ ପ୍ରତିଷ୍ଠାନମାନଙ୍କରେ ସମ୍ପୂର୍ଣ୍ଣ ଓଡ଼ିଆ ଫଳକ ଲାଗିବା ସମ୍ଭବ ହେଲା ନାହିଁ । ଆଜିବି ଅଧିକାଂଶ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ବିଭାଗରେ ଆବଶ୍ୟକ ଶିକ୍ଷକ, ଅଧ୍ୟାପକ ଓ ଗବେଷକ ନାହାନ୍ତି । ଏଥିରୁ ସରକାରଙ୍କ ଓଡ଼ିଆ ଭାଷା ପ୍ରତି ଆନ୍ତରିକତା ନଥିବା ସ୍ପଷ୍ଟ ବାରି ହୋଇପଡୁଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର
   
ଓଡିଆ ଭାଷା ପ୍ରତି ବିଗତ ୨୪ବର୍ଷ ହେଲା ରାଜ୍ୟ ସରକାର ଅନ୍ୟାୟ ଓ ଷଡଯନ୍ତ୍ର କରି ଆସିଛନ୍ତି । ଓଡ଼ିଆ ଭାଷାର ସମୃଦ୍ଧି ପାଇଁ ସେପରି ଆଖି ଦୃଶିଆ ପଦକ୍ଷେପ ନେଇନାହାନ୍ତି । ରାଜ୍ୟ ଶାସନରେ ଅଣଓଡ଼ିଆମାନଙ୍କ ପାଦ୍ରୁର୍ଭାବ ସାଧାରଣରେ ଅସନ୍ତୋଷ ଆଣିଦେଇଛି । ତେଣୁ ଆଗକୁ ନିର୍ବାଚନ ଥିବାରୁ ଏହି ଜନଅସନ୍ତୋଷରୁ ରକ୍ଷା ପାଇବା ପାଇଁ ‘ଓଡ଼ିଆ ଭାଷା ପ୍ରେମ’ର ଅଭିନୟ କରୁଛନ୍ତି ରାଜ୍ୟ ସରକାର । ଯେଉଁ ଜାତି ବିଶ୍ୱାସ ଓ ଭରଷା କରି ୨୪ବର୍ଷ ଶାସନ ସମର୍ପି ଦେଲା, ସେ ଜାତିର ଭାଷାକୁ କହିବା, ପଢ଼ିବା ଓ ଲେଖିବାକୁ ଆନ୍ତରିକତା ରଖିନଥିବା ବ୍ୟକ୍ତିଙ୍କର ଏହି ଅଭିନୟକୁ ଓଡ଼ିଶାବାସୀ ବିଶ୍ୱାସ କରିବେ ନାହିଁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
 

Painting
Sponsored
bjp dilip mallick press meet | Argus News