Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମରୁଡି ଏବଂ ଚାଷୀଙ୍କ ସ୍ଥିତି ଅନୁଧ୍ୟାନ କରିବାକୁ ଗାଁକୁ ଯିବ ବିଜେପି କୃଷକମୋର୍ଚ୍ଚା

Odisha

ମରୁଡି ଏବଂ ଚାଷୀଙ୍କ ସ୍ଥିତି ଅନୁଧ୍ୟାନ କରିବାକୁ ଗାଁକୁ ଯିବ ବିଜେପି କୃଷକମୋର୍ଚ୍ଚା

Jitendra Dash
Browse all articles by Jitendra Dash
·2 years ago·2 min read
ମରୁଡି ଏବଂ ଚାଷୀଙ୍କ ସ୍ଥିତି ଅନୁଧ୍ୟାନ କରିବାକୁ ଗାଁକୁ ଯିବ ବିଜେପି କୃଷକମୋର୍ଚ୍ଚା

ଅର୍ଗସ ବ୍ୟୁରୋ : ମୋଦି ସରକାର ଶାସନକୁ ଆସିବା ପରେ ଚାଷୀଙ୍କ ସମସ୍ୟା ନେଇ ବିଭିନ୍ନ  ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ ଦୀର୍ଘ ୨୩ବର୍ଷର ରାଜ୍ୟ ସରକାର ଚାଷୀଙ୍କୁ ବାରମ୍ବାର ପ୍ରତାରଣା କରୁଛି । ନବୀନ ସରକାର ଚାଷୀଙ୍କ ପାଇଁ ଜଳସେଚନ, ଶୀତଳଭଣ୍ଡାର ଇତ୍ୟାଦିର କୌଣସି ବ୍ୟବସ୍ଥା କରିନାହିଁ । ଫଳରେ ଚାଷୀ ନାହିଁ ନଥିବା ସମ୍ମସ୍ୟାର ସମ୍ମୁଖୀନ ହେଉଛି । ପ୍ରତି ବ୍ଲକରେ ୩୫ ପ୍ରତିଶତ ଜଳସେଚନ ହେବ ବୋଲି ଘୋଷଣା କରିଥିଲେ କିନ୍ତୁ ସେଥିରେ ବି ବିଫଳ । ଏବେ ରାଜ୍ୟରେ ଜଳସେଚନ ଅବ୍ୟବସ୍ଥା କାରଣରୁ ଚାଷ ଓ ଚାଷୀ ପ୍ରଭାବିତ ହୋଇଛନ୍ତି । ଏହାପଫଳରେ ଧାନ କ୍ଷେତରେ ଫଳ ସମୟରେ ଜଳର ଅଭାବ କାରଣରୁ କ୍ଷେତ ଫାଟି ଆଁ କଲାଣି । ଓଡିଶାରେ ବହୁ ଅଂଚଳରେ ମରୁଡିର ପଦଧ୍ୱଂନି ଶୁଣାଗଲାଣି । ଏହାକୁ ନେଇ ଚାଷୀମାନେ ଠାଏ ଠାଏ ରାଜରାସ୍ତାକୁ ଆସିଲେଣି । ରାଜ୍ୟ ସରକାର ଏପର୍ଯ୍ୟନ୍ତ କ୍ଷେତ୍ରାଧିକାରୀମାନଙ୍କୁ କ୍ଷୟକ୍ଷତି ଆକଳନ ପାଇଁ ନପଠାଇ ରାଜ୍ୟରେ ନିର୍ବାଚନ ବାତାବରଣ ଏବଂ ନିଜସ୍ୱ ପ୍ରଚାର ପ୍ରସାର କରିବାରେ ଲାଗି ପଡିଲେଣି ବୋଲି କୃଷକମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଓଡ଼ିଶାର ଚାଷୀଙ୍କ ଏଭଳି ସଙ୍ଗୀନ ସ୍ଥିତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଭାରତୀୟ ଜନତା ପାର୍ଟିର କୃଷକମୋର୍ଚ୍ଚା ଗାଁକୁ ଗାଁ ବୁଲିବ ବୋଲି ସ୍ଥିର କରିଛି । ଏହି ମର୍ମରେ କୃଷକମୋର୍ଚ୍ଚାର ଆଜିର ଏକ ବିଶେଷ ବୈଠକ ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ନଭେମ୍ବର ୨୨ତାରିଖରେ ପ୍ରତ୍ୟେକ ଜିଲ୍ଲାରୁ ୧୦ଜଣ କରି ବିଭିନ୍ନ କ୍ଷେତ୍ରର ଚାଷୀମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର କରାଯିବା ସହ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଚାଷୀମାନଙ୍କୁ ସମ୍ମାନିତ କରାଯିବା ପାଇଁ ଖସଡା ପ୍ରସ୍ତୁତି ହେବ । ଏହି କ୍ରମରେ ପ୍ରତ୍ୟେକ ପଂଚାୟତ ସ୍ତରରେ ଗ୍ରାମ୍ୟ ପରିକ୍ରମା କରାଯାଇ କେନ୍ଦ୍ର ସରକାରଙ୍କର ୯ବର୍ଷର କୃଷକମାନଙ୍କ ଲାଗି କରାଯାଇଥିବା ପ୍ରତ୍ୟେକ ଯୋଜନାକୁ ସାଧାରଣ ଲୋକଙ୍କ ନିକଟରେ ପଂହଚା ଯିବ । ଆଗାମୀ ନଭେମ୍ବର ୧୪ ରୁ ୧୮ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ଲକ ଆଗରେ ରାଜ୍ୟ ସରକାରଙ୍କ ବିଫଳତା ତଥା ବିଭିନ୍ନ ବିଷୟକୁ ନେଇ ବିକ୍ଷୋଭ କରାଯିବ । ଏଥିରେ କୃଷକମୋର୍ଚ୍ଚାର ବିଶେଷ ଭାଗିଦାରୀ ରହିବ ବୋଲି ଶ୍ରୀ ସାହୁ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ବୈଠକରେ ରାଜ୍ୟ କୃଷକମୋର୍ଚ୍ଚାର ସାଧାରଣ ସଂପାଦକ ସମୀର ପାତ୍ର, ଉପେନ୍ଦ୍ର ଭଞ୍ଜ, ଶୁଭ୍ରାଂଶୁ ଶେଖର ପାଢ଼ୀ, ଉପସଭାପତି ହୃଷିକେଶ ଜେନା, ପ୍ରଦୀପ ପତ୍ରୀ, ବିକ୍ରମ କେଶରୀ ରାଉତରାୟ, ବିଶ୍ୱଜିତ୍ ସ୍ୱାଇଁ, ଅଜୟ ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ, ସତ୍ୟବାଦୀ ଚଇନି, ଅଶୋକ ରଥ, ପୂର୍ଣ୍ଣିମା ଦାସ ଏବଂ ନନ୍ଦିନୀ ଶତପଥୀ,ବିକ୍ରମ ପାଢ଼ୀ, ରାଜ୍ୟ କୃଷକମୋର୍ଚ୍ଚା ଗଣମାଧ୍ୟମ ସଂଯୋଜକ ବିକାଶ କୁମାର ପାଢ଼ୀ ଏବଂ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।  

Sponsored
BJP farmer morcha will go to the village to study the situation of Marudi and farmers | Argus News