ଓଡ଼ିଶାରେ ଏଥର ବିଜେପି ସରକାର
·2 years ago

ଅର୍ଗସ ବ୍ୟୁରୋ : ଓଡ଼ିଶାରେ ଏଥର ସରକାର ଗଢ଼ିବ ବିଜେପି । ଦିଲ୍ଲୀରୁ ଫେରି କିଛି ଏଭଳି ଢ଼ଙ୍ଗରେ ମେଣ୍ଟ ସରକାର ନେଇ ହେଉଥିବା ଚର୍ଚ୍ଚାକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଓଡ଼ିଶାରେ ମେଣ୍ଟ ହେବନି ବରଂ ୨୧ରୁ ୨୧ ଲୋକସଭା ଆସନ ଏବଂ ୧୪୭ ବିଧାନସଭା ଆସନରେ ବିଜେପି ଏକାକି ଲଢ଼ିବ ବୋଲି ସେ ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏମିତିକି ରାଜ୍ୟରେ ଏଥର ବିଜେପି ସରକାର ଗଢ଼ିବା ନେଇ ମଧ୍ୟ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେପଟେ ଆଜି ଲୋକସଭା ନିର୍ବାଚନ ନେଇ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର ସମ୍ଭାବନା ଥିବା ସୂଚନା ଦେଇଛନ୍ତି ମନମୋହନ । ଦିଲ୍ଲୀରେ ଦଳର ପରିଚାଳନା ସମିତି ବୈଠକରେ ଯୋଗ ଦେଇସାରି ଶୁକ୍ରବାର ରାତିରେ ଭୁବନେଶ୍ବର ଫେରିଛନ୍ତି ରାଜ୍ୟ ବିଜେପିର ପ୍ରତିନିଧି ଦଳ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: