|
logo
Live

Argus News - ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ପୋଲିସ ଉପସ୍ଥିତିରେ ବିଜେଡିର ଗୁଣ୍ଡାରାଜ୍‌

Odisha

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ପୋଲିସ ଉପସ୍ଥିତିରେ ବିଜେଡିର ଗୁଣ୍ଡାରାଜ୍‌

Jitendra Dash
Browse all articles by Jitendra Dash
·2 years ago·3 min read
ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ପୋଲିସ ଉପସ୍ଥିତିରେ ବିଜେଡିର ଗୁଣ୍ଡାରାଜ୍‌

ଅର୍ଗସ ବ୍ୟୁରୋ : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ବର୍ଷର ଉପଲବ୍ଧି ଓ ସାଧାରଣ ଲୋକଙ୍କ ଲାଗି ଜନକଲ୍ୟାଣକାରୀ କାର୍ଯ୍ୟକୁ “ବିକଶିତ ଭାରତ ସଂକଳ୍ପ ଯାତ୍ରା”ର ରଥ ପ୍ରତ୍ୟେକ ପଂଚାୟତରେ ବୁଲି ପ୍ରଚାର କରିବା ସହ ଯୋଗ୍ୟ ହିତାଧିକାରୀଙ୍କର ପଞ୍ଜିକରଣ ମଧ୍ୟ କରୁଛି । ଏହି “ବିକଶିତ ଭାରତ ସଂକଳ୍ପ ଯାତ୍ରା”ର ଉର୍ଦ୍ଦେଶ୍ୟ ଗୋଟିଏ ଏଲଇଡି ଗାଡିର ମୋଦି ସରକାରଙ୍କ ସଫଳତା ଓ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଏବଂ ସାଧାରଣ ଲୋକେ ଏଥିରେ କିପରି ଯୋଡି ହୋଇପାରିବେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାଇଖାନା, ଭତା, ଫସଲବୀମା ଇତ୍ୟାଦି କେନ୍ଦ୍ରୀୟ ଯୋଜନାର ଲାଭ ଯେଉଁ ହିତାଧିକାରୀମାନେ ଏପର୍ଯ୍ୟନ୍ତ ପାଇନାହାନ୍ତି ସେମାନେ ଏହି ଗାଡିରେ ଆବେଦନ କରିପାରିବେ । ଏହି କାର୍ଯ୍ୟକ୍ରମକୁ ଓଡ଼ିଶାରେ ସଫଳ କରିବାର ଏବଂ ଗାଡିକୁ ସୁରକ୍ଷିତ ରଖିବା ଓ ଚଲେଇବା ଦାୟିତ୍ୱ ସମ୍ପୂର୍ଣ୍ଣ ରାଜ୍ୟ ସରକାରଙ୍କର । ରାଜ୍ୟ ସରକାରଙ୍କ ମାଲିକାନାରେ “ବିକଶିତ ଭାରତ ସଂକଳ୍ପ ଯାତ୍ରା”ର ଗାଡି ବିଭିନ୍ନ ପଂଚାୟତରେ ବୁଲୁଛି । ଏହି ଯାତ୍ରାରେ ବିଜେପିର କାର୍ଯ୍ୟକର୍ତାମାନେ ଯୋଗ ଦେଉଛନ୍ତି ଏବଂ ହିତାଧିକାରୀଙ୍କୁ ପହଂଚାଉଛନ୍ତି ବୋଲି ରାଜ୍ୟ ଉପସଭାପତି ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ଲେଖାଶ୍ରୀ କହିଛନ୍ତି ଯେ, ଚଳିତ ମାସ ୧୦ ଡିସେମ୍ବର ଦିନ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକର କିଶନନଗର ଥାନା ଅନ୍ତର୍ଗତ ମାଣପୁର ପଂଚାୟତରେ ଏହି “ବିକଶିତ ଭାରତ ସଂକଳ୍ପ ଯାତ୍ରା”ର ଗାଡି ଥିଲା । ଏହି ଗାଡିରେ ମୋଦିଜୀଙ୍କ ଯୋଜନା ଦେଖାଇବା ପରିବର୍ତେ ବିଜୁ ଜନତା ଦଳର କିଛି ମହିଳା, ଛୋଟ ପିଲା ଗାଡିରେ ଚଢ଼ି “ନବୀନ ବାବୁ ଆମେ ତୁମ ଫ୍ୟାନ” ଗୀତରେ ଉଦଣ୍ଡ ନାଚ କରି ସେଠାକାର ପବିତ୍ର ବାତାବରଣ କ୍ଷୁର୍ଣ୍ଣ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିଛନ୍ତି । ଏହି ଘଟଣାକୁ ନେଇ ୧୨ ଡିସେମ୍ବର ଦିନ ବିଜେପି କାର୍ଯ୍ୟକର୍ତାଙ୍କ ନେତୃତ୍ୱରେ କିଶନନଗର ଥାନା ଅନ୍ତର୍ଗତ ମାଣପୁର ପଂଚାୟତ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ପୋଲିସକୁ ଆଗୁଆ ସୂଚନା ଦିଆଗଲା । ବିକ୍ଷୋଭ ପୂର୍ବରୁ ୫ପ୍ଲାଟୁନ ପୋଲିସ ଫୋସ ଉପସ୍ଥିତ ଥିଲେ ଏବଂ ଜଣେ ପୋଲିସ ଅଧିକାରୀ ବିଜେପି କାର୍ଯ୍ୟକର୍ତାମାନଙ୍କ ସହ ଉପସ୍ଥିତ ଥିଲେ, ହେଲେ ମାଣପୁର ପଂଚାୟତ ପଂହଚିଲାପରେ ସେଠାରେ  ପୋଲିସ ବ୍ୟତୀତ  ବିଜୁ ଜନତା ଦଳର ପଂଚାୟତ ସଭାପତି ମହମ୍ମଦ ରୁସ୍ତମ ଏବଂ ଅନେକ ମହିଳା ଓ ଯୁବକ ବିଭିନ୍ନ ପ୍ରକାର ମରଣାସ୍ତ୍ର ଯଥା- ଲାଠି, ସିମେଟ, କଢ଼େଇ, ଝାଡୁ ଓ ଚପଲ ଧରି ଉପସ୍ଥିତ ଥିଲେ । ମହମ୍ମଦ ରୁସ୍ତମ ପଚାରିଲେ “ଆପଣମାନେ କାହିଁକି ଆସିଛନ୍ତି, ଆପଣଙ୍କ ପାଖରେ ଅନୁମତି ଅଛି କି ନାହିଁ, ଏଠି ଆନ୍ଦୋଳନ କରି ପାରିବ ନାହିଁ ଏବଂ ଏଠି ବିଜେଡି ଶାସନ ଚାଲିଛି ପୋଲିସ କିଛି କରି ପାରିବ ନାହିଁ ଅଶୋଭନୀୟ କଥା କହିଲେ । 

ବିଜେଡି ମାରଣାସ୍ତ୍ରର ମାଧ୍ୟମରେ ବିଜେପିର କାର୍ଯ୍ୟକର୍ତାକୁ ମାଡ ମାରି ଆକ୍ରମଣ କଲେ । ଜାତିଆଣ ମନ୍ତବ୍ୟ ଦେଇ ବିଜେଡି କର୍ମୀମାନେ ଗାଡିଗୁଲଜ କଲେ ।  ଧର୍ମକୁ ନେଇ ଅଶୋଭନୀୟ ନାରା ଦେଲେ ଏବଂ କହିଲେ  ଆମ ପାଖରେ ପିସ୍ତଲ ଓ ବମ୍ ଅଛି ସମସ୍ତଙ୍କୁ ମାରିକି ଉଡାଇ ଦେବୁ, ଟିକି ଟିକ କରି କାଟି ପକାଇ ଦେବୁ, କେହି ଏଠୁ ବଂଚିକି ଯାଇ ପାରିବ ନାହିଁ । ବିଜେଡିର କାର୍ଯ୍ୟକର୍ତାମାନେ ବିଜେପି କାର୍ଯ୍ୟକର୍ତାମାନଙ୍କ ଉପରେ ନିସ୍ତୁକ ମାଡ ମାରୁଥିବାବେଳେ ପୋଲିସ ନିରବଦ୍ରଷ୍ଟା ସାଜି ଠିଆ ହୋଇଥିଲା । ମହମ୍ମହ ରୁସ୍ତମ ଓ ବିଜେଡିର ଅନ୍ୟମାନେ କହିଲେ, ବିଧାୟକ ଚନ୍ଦ୍ର ଶାରଥୀ ବେହେରାଙ୍କ ନିର୍ଦ୍ଦେଶରେ ଆମେ ଏଭଳି କାର୍ଯ୍ୟ କରୁଛୁ, ପୋଲିସ ଆମର କିଛି କରିପାରିବ ନାହିଁ । ଏଠି ବିଜେଡିର ଶାସନ ଚାଲିଛି । ପୋଲିସ ଉପସ୍ଥିତିରେ ବିଜୁ ଜନତା ଦଳର ବିଜେପି କାର୍ଯ୍ୟକର୍ତାଙ୍କ ଉପରେ ଏଭଳି ବର୍ବରକାଣ୍ଡ ଓ ଆତଙ୍କରାଜକୁ ଘୋର ନିନ୍ଦା କରୁଛି ବୋଲି ଡ. ଲେଖାଶ୍ରୀ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଘଟଣା ପରେ ଆମ ଦଳ ପକ୍ଷରୁ ସେହିଦିନ କିଶନନଗର ଥାନାରେ ଏଫଆଇଆର ଦିଆଯାଇଥିଲା । ହେଲେ  ତାପରଦିନ ୧୩ଡିସେମ୍ବରରେ ମାଣପୁର ପଂଚାୟତ ସରପଂଚ ରଞ୍ଜିତା ସେଠୀଙ୍କ ଦ୍ୱାରା କାଉଂଟର ଏଫଆଇଆର ଦିଆଗଲା । ଯେଉଁଥିରେ ନାନାଦି ପ୍ରକାର କପୋଳ କଳ୍ପିତ ଆରୋପ ଆମ କାର୍ଯ୍ୟକର୍ତାଙ୍କ ଉପରେ ଲଗାଗଲା ।  ଆଶ୍ଚର୍ଯ୍ୟର କଥା ୧୨ତାରିଖ ମାରପିଟ ଚାଲିଥିଲାବେଳେ ସେଠାରେ ସରପଂଚ  ରଞ୍ଜିତା ସେଠୀ ଉପସ୍ଥିତ ନଥିଲେ । ତେଣୁ କେଉଁ ଆଧାରରେ  ରଞ୍ଜିତା ଏଫଆଇଆର ଦେଇଛନ୍ତି ନା ବିଧାୟକଙ୍କ ପ୍ରରୋଚନା ଏଫଆଇଆର ଦେଇଛନ୍ତି ବୋଲି ପ୍ରଶ୍ନ କଲେ ଡ ଲେଖାଶ୍ରୀ ।

ବିଜୁ ଜନତା ଦଳ ଦ୍ୱାରା ପାଳିତ ଗୁଣ୍ଡାମାନେ ରାଜନୈତିକ କ୍ଷମତା ଉପଭୋଗ କରୁଛନ୍ତି । ଶାସନ ଓ ପ୍ରଶାସନ, ଆଇନକୁ ଫୁ କରିକି ଜୋର ଜବରଦସ୍ତି ରାଜନୈତିକ ବିରୋଧୀଙ୍କୁ ଦମନ କରିବାକୁ ଅପଚେଷ୍ଟା କରୁଛନ୍ତି । ଯଦି ଅପରାଧୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନନିଆଯାଏ ତାହାଲେ ଆଗାମୀ ଦିରେ ଭାରତୀୟ ଜନତା ପାର୍ଟି କଟକ ଏସ୍‌ପି ଅଫିସକୁ ଘେରାଉ କରି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ପର୍ଦ୍ଦାଫାସ୍ କରିବ । ୨୩ବର୍ଷର ସରକାର ଗ୍ରାମାଂଚଳ ଏବଂ ସହରାଂଚଳରେ “ବିଷ”ର ଯେଉଁ ମଂଚି ପୋତିଛନ୍ତି ତାହାର ପ୍ରତିଫଳନ ସ୍ୱରୂପ ଏହି ଗାଁରେ ବିଭିନ୍ନ ସଂପ୍ରଦାୟ ମଧ୍ୟରେ ଲଢ଼େଇ ଦେଖାଦେଇଛି । ଏହା ବୋଧେ ହେଉଛି ବିଜୁ ଜନତା ଦଳର କଣ ରୂପାନ୍ତରୀକରଣ ବୋଲି ଡ.ଲେଖାଶ୍ରୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତିଭା ଶତପଥୀ, କଟକ ନିର୍ବାଚନ ମଣ୍ଡଳୀର ଆରଟିଆଇ ସଂଯୋଜକ ଗୋକୁଳ ପ୍ରଧାନ, କଟକ ସଦର ଯୁବନେତା ପ୍ରକାଶ ଚନ୍ଦ୍ର ସେଠୀ, ରାଜ୍ୟ ମହିଳାମୋର୍ଚ୍ଚା ଗଣମାଧ୍ୟମ ସଂଯୋଜିକା ତୃପ୍ତିମୟୀ ମକଦ୍ଦମ ପ୍ରମୁଖ ଉପସ୍ଥିତ ଥିଲେ । 


 

Sponsored
ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ପୋଲିସ ଉପସ୍ଥିତିରେ ବିଜେଡିର ଗୁଣ୍ଡାରାଜ୍‌ | Argus News