Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେନ୍ଦ୍ରୀୟ ଯୋଜନାକୁ ନିଜସ୍ୱ ବ୍ରାଣ୍ଡିଙ୍ଗ୍ କରି ନିରୀହ ଓଡିଆ ଲୋକଙ୍କୁ ଭ୍ରମିତ କରୁଛି ବିଜୁ ଜନତା ଦଳ

Odisha

କେନ୍ଦ୍ରୀୟ ଯୋଜନାକୁ ନିଜସ୍ୱ ବ୍ରାଣ୍ଡିଙ୍ଗ୍ କରି ନିରୀହ ଓଡିଆ ଲୋକଙ୍କୁ ଭ୍ରମିତ କରୁଛି ବିଜୁ ଜନତା ଦଳ

Jitendra Dash
Browse all articles by Jitendra Dash
·2 years ago·3 min read
କେନ୍ଦ୍ରୀୟ ଯୋଜନାକୁ ନିଜସ୍ୱ ବ୍ରାଣ୍ଡିଙ୍ଗ୍ କରି ନିରୀହ ଓଡିଆ ଲୋକଙ୍କୁ ଭ୍ରମିତ କରୁଛି ବିଜୁ ଜନତା ଦଳ

ଅର୍ଗସ ବ୍ୟୁରୋ : ବିଭିନ୍ନ ସମୟରେ ରାଜ୍ୟ ସରକାର, କେନ୍ଦ୍ର ସରକାର ଦେଉଥିବା ଅର୍ଥ ଅନୁଦାନ ଏବଂ ଯୋଜନାକୁ ନିଜ ନାଁରେ କପି, ପେଷ୍ଟ କରି ରାଜ୍ୟ ରାଜନୀତିରେ ପାସ୍ କରିବାକୁ ଅପଚେଷ୍ଟା କରିଆସିଛନ୍ତି । ସତ ଧରାପଡିବା ପରେ ତାହା ପ୍ରତ୍ୟାହାର ମଧ୍ୟ କରିଛନ୍ତି । ଉଦାହରଣ ସ୍ୱରୂପ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘର, ଆୟୁଷ୍ମାନ ଯୋଜନାକୁ ବିଜୁ ସ୍ୱାସ୍ଥ୍ୟ କାର୍ଡ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଇତ୍ୟାଦି ଯୋଜନାକୁ ନିଜସ୍ୱ ଯୋଜନା କହି ସରଳ ନୀରିହ ଓଡିଆଙ୍କୁ ଦୀର୍ଘଦିନ ଧରି ଠକି ଚାଲିଛନ୍ତି ନବୀନ ସରକାର । ରାଜ୍ୟ ସରକାର କପି, ପେଷ୍ଟ ଯୋଜନାକୁ ବିଜେପି ବିରୋଧ କରିବା ପରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଗୃହରେ ମରାମତି, ରଙ୍ଗ ବୋଳା ତଥା ହିତାଧିକାରୀଙ୍କୁ ୨ହଜାର ଟଙ୍କା ଦେଇ ପୁନଶ୍ଚ ଏହି କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ଯୋଜନା କହି ଜନସାଧାରଣଙ୍କୁ ଠକି ଚାଲିଛନ୍ତି । ମୋଦି ସରକାର ଲୋକଙ୍କୁ ମାଗଣା ରାସନ ଦେଉଥିବାବେଳେ ରାଜ୍ୟ ସରକାର ଏହାକୁ ନିଜେ ଦେଉଛନ୍ତି ବୋଲି କହି ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି । ତଥାପି ରାଜ୍ୟ ସରକାରଙ୍କର ଏହି ଚକ୍ରାନ୍ତ ବିଫଳ ହେବାରୁ ସରକାରୀ ଦଳ ତରଫରୁ ଦଳୀୟ ଚିହ୍ନ ଥିବା ରାସନ ବ୍ୟାଗ ବାଂଟି ନାଁ ନେବାକୁ ଚେଷ୍ଟା କରୁଛନ୍ତି । ନାନା ବିରୋଧ ସତ୍ୱେ ରାଜ୍ୟ ସରକାର ଏବାବଦରେ କୌଣସି ସ୍ପଷ୍ଟୀକରଣ ରଖିନାହାନ୍ତି । କେନ୍ଦ୍ରୀୟ ଯୋଜନାର ବ୍ରାଣ୍ଡ ଚୋର ନବୀନ ସରକାର ବୋଲି ରାଜ୍ୟ ଉପସଭାପତି ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

“ଦିନଦୟାଲ ଅନ୍ତ୍ୟୋଦ୍ୱୟ ଯୋଜନା”ରେ ମହିଳାମାନଙ୍କୁ ଆର୍ôଥକରୂପେ ସ୍ୱାବଲମ୍ବୀ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ସବୁ ସହାୟତା ଯୋଗାଇ ଦେଉଛନ୍ତି, ସେ ସମସ୍ତ ଯୋଜନାକୁ ରାଜ୍ୟ ସରକାର ଚୋରୀ କରିଛନ୍ତି । ଖାଲି ସେତିକିରେ ଅଟକି ଯାଇନି ରାଜ୍ୟ ସରକାରଙ୍କର ଚକ୍ରାନ୍ତ । ଏସ୍‌ଏଚ୍‌ଜିର ମା’ମାନଙ୍କୁ ବିଭିନ୍ନ ପ୍ରକାର ମିଛ ପ୍ରତିଶ୍ରୁତି ଦେଇ ରାଜନୈତିକ ସଭା ସମିତିରେ ସାମିଲ କରିବା ସହିତ ସମସ୍ତ ପ୍ରକାର ଦଳୀୟ କାର୍ଯ୍ୟକଳାପରେ ଜୋର ଜବରଦସ୍ତ ସାମିଲ କରୁଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ “ବିଜେଡିର ମହିଳା ବାହିନୀ”ଭାବେ ଦୁରୁପଯୋଗ କରାଯାଉଛି । ଏମବିକେ, ସିଆରପି, ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର, ଜିଲ୍ଲା ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ଭୋଟ ଗୋଟେଇବା କାର୍ଯ୍ୟରେ ଲଗାଯାଉଛି । କେନ୍ଦ୍ର ସରକାରଙ୍କର ଏତେ ସାରା ଅନୁଦାନ ସତ୍ୱେ ରାଜ୍ୟ ସରକାର କେବେ ବି ଏଥିପାଇଁ ଧନ୍ୟବାଦ କିମ୍ବା ପ୍ରଶଂସା କରିନାହାନ୍ତି । କେନ୍ଦ୍ର ଅନୁଦାନରେ ଏମ୍‌ବିକେ, ସିଆରପିମାନଙ୍କୁ ମିଳୁଥିବା ଆର୍ôଥକ ସହାୟତା ସହ ସ୍କୁଟି ଯୋଜନାକୁ ରାଜ୍ୟ ସରକାର ନିଜେ ଦେଉଛନ୍ତି ବୋଲି କହିବାକୁ ମଧ୍ୟ ପଛେଇ ନାହାନ୍ତି । କେନ୍ଦ୍ର ସରକାରଙ୍କ ଭୂମିକାକୁ ସ୍ୱୀକାର ନକରି କେନ୍ଦ୍ରୀୟ ଯୋଜନାକୁ କାହିଁକି ନିଜ ଯୋଜନା କହୁଛନ୍ତି ରାଜ୍ୟ ସରକାର ତାହାର ଉତର ଦିଅନ୍ତୁ ବୋଲି ଦାବି କରିଛନ୍ତି ଡ.ଲେଖାଶ୍ରୀ ।

ରାଜ୍ୟ ସରକାରଙ୍କ ପାଖରେ ଯୋଜନା କରିବା ପାଇଁ କୌଣସି ଆନ୍ତରିକତା ବା ଇଛାଶକ୍ତି ନାହିଁ, ଯୋଜନାକୁ ଫଳପ୍ରଦ କରିବାକୁ ଆର୍ôଥକ ସମ୍ବଳ ନାହିଁ, ଲୋକଙ୍କ ପାଖରେ ଯୋଜନାକୁ ପହଂଚାଇବା ପାଇଁ ରାଜନୈତିକ ଇଚ୍ଛାଶକ୍ତି ବି ନାହିଁ । କେବଳ କେନ୍ଦ୍ରର ସଫଳ ଯୋଜନାକୁ ନିଜସ୍ୱ ବ୍ରାଣ୍ଡିଙ୍ଗ୍ କରି ନିରୀହ ଓଡିଆ ଲୋକଙ୍କୁ ଭ୍ରମିତ କରିବାରେ ଲାଗିଛି ବିଜୁ ଜନତା ଦଳ । ମିଶନ ଶକ୍ତି ନାଁରେ ମହିଳାଙ୍କୁ ସ୍ୱାବଲମ୍ବନ କରାଇପାରିଥିବାର ଯେଉଁ ମିଛ ଡିଣ୍ଡିମ ରାଜ୍ୟ ସରକାର ପିଟୁଛନ୍ତି ତାହା ଉପରୁ ଏବେ ପର୍ଦ୍ଦା ଉଠିଯାଇଛି । ମିଶନଶକ୍ତିରେ ଋଣ ମିଳୁଥିବା ମହିଳାମାନଙ୍କୁ କେନ୍ଦ୍ର ସରକାର ୭ପ୍ରତିଶତ ସୁଧ ଦେଉଥିବାବେଳେ ରାଜ୍ୟ ସରକାର ୪ପ୍ରତିଶତ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ ନକରିବାରୁ ବ୍ୟାଙ୍କ କର୍ମଚାରୀମାନେ ଋଣ ଆଦାୟ ପାଇଁ ମହିଳାଙ୍କ ଘରକୁ ଯାଉଛନ୍ତି । ସହରାଚଂଳରେ ରହୁଥିବା ମହିଳାଙ୍କ ବେରୋଜଗାରି ହାର ପ୍ରତି ୧୦୦୦ରେ ୯୯ଜଣ ଥିବାବେଳେ ଓଡ଼ିଶାରେ ଏହାର ହାର ପ୍ରତି ୧୦୦୦ରେ ୨୧୯ଜଣ । ସ୍ୱାକ୍ଷରତା ହାରରେ ଓଡ଼ଶା ଭାରତର ୧୩ତମ ସ୍ଥାନରେ ଅଛି । ଆଜି ବି ଓଡ଼ିଶାର ୭୦ଲକ୍ଷ ମହିଳା ଏସ୍‌ଏଚଜିର ତାଲିକାଭୁକ୍ତ ଥିଲେ ସୁଦ୍ଧା ୭୦ପ୍ରତିଶତ ଏସ୍‌ଏଚଜି ରୋଜଗାର କରିବା ଅବସ୍ଥାରେ ନାହାନ୍ତି । ରାଜ୍ୟରେ ଥିବା ୭ଲକ୍ଷ ଏସଏଚଜିରୁ ମାତ୍ର ୫୮ହଜାର ୪୦୪ଟି ଏସଏଚଜି ଆଜିକା ଦିନରେ ରୋଜଗାରକ୍ଷମ ହୋଇପାରିଛନ୍ତି । ଯାହାକି ମୋଟ ସଂଖ୍ୟାର ମାତ୍ର ୮ପ୍ରତିଶତ ବୋଲି ଡ.ଲେଖାଶ୍ରୀ କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ମୟୂରଭଞ୍ଜର ଜାମଦା ବ୍ଲକର ଖୋଦାନ ମୁଣ୍ଡା ନାମ୍ନୀ ମହିଳା ଯିଏ କି “ମା ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀ”ର ସଦସ୍ୟା, ନିଜସ୍ୱ ଅର୍ଥ ବିନିଯୋଗରେ ଧୂପକାଠି ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଏହି ମହିଳାଙ୍କୁ ସରକାରଙ୍କ ତରଫରୁ ଆର୍ôଥକ ସହାୟତା ଯୋଗାଇ ଦିଆଯିବା ସହ ରାଜ୍ୟ ସରକାରଙ୍କ ପ୍ରୋତ୍ସାହ ନିହିତ ଅଛି ବୋଲି ମିଛ ବିଜ୍ଞାପନ କରିଥିଲେ । ଏହି ମିଛ ବିଜ୍ଞାପନ ବିରୋଧରେ ମହିଳା ଜଣକ ମୁହଁ ଖୋଲି  କହିଥିଲେ, ସେ ରାଜ୍ୟ ସରକାରଙ୍କଠୁ କୌଣସି ସହାୟତା ପାଇନାହାନ୍ତି । ଧୂପକାଠି ଉତ୍ପାଦନ ସେ ନିଜ ଉଦ୍ୟମରେ କରିଛନ୍ତି । ସେହିଭଳି ଷ୍ଟୁଡିଓରୁ ଫଟୋ ଆଣି ବିଭିନ୍ନ ଯୋଜନାର ଲାଭାର୍ଥୀ ବୋଲି କହି ଫଟୋରେ ଥିବା ମଣିଷମାନଙ୍କୁ ପୋଷ୍ଟରମ୍ୟାନଭାବେ ସଜାଇ ଦେଉଛନ୍ତି ରାଜ୍ୟ ସରକାର । ମୋଦି ଦେଉଥିବା ବହିରେ ନିଜ ନାଁ ର ମଲାଟ୍ ପକାଉଛନ୍ତି ନବୀନ ସରକାର, ଯାହା ଗଣତନ୍ତ୍ରରେ ସ୍ୱୀକାର ଯୋଗ୍ୟ ନୁହଁ ବୋଲି କଟୁ ସମାଲୋଚନା କରିଛନ୍ତି ଡ.ଲେଖାଶ୍ରୀ ।

Argus Whatsapp Channel Mobile Top
Sponsored
BJP Leader Lekhasri Samantsinghar press meet | Argus News