Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଶ୍ୱକର୍ମା ଯୋଜନାରେ “ପାରମ୍ପରିକ ଓ କୌଳିକ ବୃତିଧାରୀ” ସାମିଲ ହୁଅନ୍ତୁ

Jitendra Dash
Browse all articles by Jitendra Dash
·2 years ago·2 min read
ବିଶ୍ୱକର୍ମା ଯୋଜନାରେ “ପାରମ୍ପରିକ ଓ କୌଳିକ ବୃତିଧାରୀ” ସାମିଲ ହୁଅନ୍ତୁ

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଯୁଗାନ୍ତକାରୀ ବିଶ୍ୱକର୍ମା ଯୋଜନାରେ ପାରଂପାରିକ ଓ କୈାଳିକ ବୃତିଧାରୀ ବଢେଇ, କମାର, କୁମ୍ଭକାର, ବଣିଆ, ଭଣ୍ଡାରୀ, ମୂର୍ତିକାର ଆଦି ଅନେକ ପଛୁଆ ବର୍ଗବିଶେଷଙ୍କୁ ସାମିଲ କରାଯାଇଛି । ଏହି ଯୋଜନା ଜରିଆରେ ସେମାନେ ତାଙ୍କ ପାରଂପାରିକ ଓ କୈାଳିକ ବୃତିକୁ ଅଭିବୃଦ୍ଧି କରି କୁଶଳୀ ଓ ସଂପନ୍ନ ହେବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ ସେମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ବିଭାଗ ତରଫରୁ ପ୍ରଶିକ୍ଷଣ ଦେବା ସହ ଆର୍ଥୀକ ସହାୟତା ଏବଂ କମ୍ ସୁଧରେ ଋଣ ବ୍ୟବସ୍ଥା ପ୍ରାବଧାନ କରାଯାଇଛି । ଏହି ଯୋଜନାରେ ଅଧିକରୁ ଅଧିକ ବୃତିଧାରୀମାନଙ୍କୁ ସଚେତନ କରାଇ ତାଲିକାରେ ଅନ୍ତର୍ଭୁକ୍ତ କରିବା ହେଉଛି ପ୍ରାଥମିକତା । ବିଶ୍ୱକର୍ମା ଯୋଜନାରେ “ପାରଂପାରିକ ଓ କୈାଳିକ ବୃତିଧାରୀ” ସାମିଲ ହୁଅନ୍ତୁ ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ ଆହ୍ୱାନ ଦେଇଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଓବିସି ମୋର୍ଚ୍ଚାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବିଶ୍ୱକର୍ମା ଯୋଜନାରେ ଉପକୃତ ହେବାକୁ ଅଧିକାଂଶ ହିତାଧିକାରୀ ଓବିସି ଜାତିବର୍ଗ ଅନ୍ତର୍ଭୁକ୍ତ ହୋଇଥିବା କାରଣରୁ ସେମାନଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି । ଏକ ଦାୟୀତ୍ୱବାନ ରାଜନୈତିକ ଦଳ ଭାବେ ବିଜେପି ଓବିସି ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ରାଜ୍ୟର ସମସ୍ତ ଅଂଚଳ ଗସ୍ତ କରି ଓବିସି ବର୍ଗବିଶେଷଙ୍କୁ ଯୋଜନାର ସଂପର୍କରେ ପୁଙ୍ଖାନୁପୁଙ୍ଖ ଅବଗତ କରିବେ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟ ସରକାର ଚଂଚକତା ପୂର୍ବକ ଉଚ୍ଚ ନ୍ୟାୟାଳୟର ଦ୍ୱାହୀ ଦେଇ ଓବିସି ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ୨୭ ପ୍ରତିଶତ ସଂରକ୍ଷଣକୁ ବନ୍ଦ କରିଦେଇଛନ୍ତି । ‘ସର୍ଭେ ହେଲା ପରେ ସଂରକ୍ଷଣ ଦିଆଯିବ’ ବୋଲି କହି ରାଜ୍ୟ ସରକାର ଅନେକ ଥର ତଥାକଥିତ ସର୍ଭେ କାର୍ଯ୍ୟକୁ ବିଳମ୍ବିତ କରିଛନ୍ତି । ଏପରିକି ‘ରାଜ୍ୟ ଓବିସି କମିଶନ’ ସର୍ଭେ ରିପୋର୍ଟ ଦାଖଲ କରିସାରିବା ପରେ ବି ସାର୍ବଜନୀନ କରୁନାହାନ୍ତି ରାଜ୍ୟ ସରକାର । ଫଳରେ ରାଜ୍ୟରେ ୫୪ ପ୍ରତିଶତ ଓବିସି ବର୍ଗ ବିଶେଷ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ ହେବା ସହିତ ବିଭିନ୍ନ ଯୋଜନାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି । ରାଜ୍ୟରେ ପଛୁଆ, ଦଳିତ ଓ ଜନଜାତି ବର୍ଗଙ୍କ ସଂଖ୍ୟା ସଂପର୍କରେ ସଠିକ ତଥ୍ୟ ଦେବା ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ବାରମ୍ବାର କହିଥିଲେ । ମାତ୍ର ଓବିସି ବିରୋଧୀ ବିଜେଡି ସରକାର ଏହାକୁ ଜାଣିଶୁଣି ଅଣଦେଖା କରିଚାଲିଛନ୍ତି । ଏହା ସମଗ୍ର ଓବିସିବର୍ଗଙ୍କ ପ୍ରତି ବିଜେଡି ସରକାରର ବିଶ୍ୱାସଘାତକତା ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ଏହି ବୈଠକରେ ପୂର୍ବତନ ରାଜ୍ୟ ସଭାପତି ତଥା ବିଶ୍ୱକର୍ମା ଯୋଜନାର ରାଜ୍ୟ ସଂଯୋଜକ ଶ୍ରୀ ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମିଶ୍ର, ସୁବାଷ ଜେନା, ସୁକାନ୍ତ ବିଶ୍ୱାଳ, ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଦୁର୍ଗାପ୍ରସନ୍ନ ନାୟକ, ସାଧାରଣ ସଂପାଦକ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ, ସଂପାଦକ ରଶ୍ମୀ ରଂଜନ ମୁଦୁଲି, ସନ୍ତୋଷ ମହାପାତ୍ର, ସୁବୋଧ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।
  

Sponsored
BJP Leader Surath Biswal press meet | Argus News