Videos
|
Odisha

ମାଓବାଦୀଙ୍କ ବର୍ବରକାଣ୍ଡ, ହତ୍ୟା କଲେ ବିଜେପି ନେତାଙ୍କୁ

Jitendra Dash
Browse all articles by Jitendra Dash
·2 years ago·1 min read
ମାଓବାଦୀଙ୍କ ବର୍ବରକାଣ୍ଡ, ହତ୍ୟା କଲେ ବିଜେପି ନେତାଙ୍କୁ

ଅର୍ଗସ ବ୍ୟୁରୋ : ଛତିଶଗଡ଼ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ବିଜେପି ନେତା ତିରୁପତି କଟଲାଙ୍କୁ ହତ୍ୟା କଲେ ମାଓବାଦୀ । ବିଜାପୁର ଜିଲ୍ଲା ଟୋୟାନର ପୋଲିସ ଷ୍ଟେସନ ଅଂଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ବାହାଘର ଭୋଜିରେ ଯୋଗ ଦେବାକୁ ଯାଇଥିଲେ ବଜେପି ନେତା । 

ଖବର ମୁତାବକ ତିରୁପତି କଟଲା ନାମକ ଜଣେ ବିଜେପି ନେତା ବିଜାପୁର ଜିଲ୍ଲାର ତୟାନାର ଅଞ୍ଚଳକୁ ଜଣେ ସମ୍ପର୍କୀୟଙ୍କ ବାହାଘରକୁ ଯୋଗ ଦେବାକୁ ଯାଇଥିଲେ ତେବେ ଏହାର ସୂଚନା ମାଓ ସଙ୍ଘଠନ ଜାଣିବା ପରେ ୨୦ ରୁ ୨୫ ଜଣ ମାଓବାଦୀ ଆସି ପ୍ରଥମେ ତିରୁପତିଙ୍କୁ ଅଧା ରାସ୍ତାରୁ ଡାକି ନେଇ ଚାକୁ ଓ କୁରାଢ଼ି ସାହାଯ୍ୟରେ ହତ୍ୟା କରି ଚାଲି ଯାଇଥିଲେ । ପରେ ସମ୍ପର୍କୀୟ ମାନେ ଏହାର ଖବର ପାଇବା ପରେ ତୟାନାର ପୋଲିସକୁ ଖବର ଦେଇ ଥିଲେ । ଗୁରୁତ୍ୱର ଥିବା ତିରୁପତିଙ୍କୁ ପୋଲିସ ସହାୟତାରେ ତୁରନ୍ତ ବିଜାପୁର ଜିଲ୍ଲା ଚିକିତ୍ସାଳୟକୁ ଆଣିଥିଲେ ସମ୍ପର୍କୀୟ ମାନେ ତେବେ ତିରୁପତିଙ୍କ ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଯାହାର ଖବର ପାଇବା ପରେ ବିଜାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସମ୍ପୃକ୍ତ ଅଞ୍ଚଳରେ କୁମ୍ବିଙ୍ଗ ଅପରେସନକୁ ଜୋରଦାର କରିଛି । ଛତିଶଗଡ଼ରେ ବିଜେପି ସରକାର ଆସିବା ପରଠାରୁ ଲାଲ୍ ବାହିନୀ ଉପରେ ଏବେ ଜୋର୍ ଦାର ଆକ୍ସନ ଆରମ୍ଭ ହୋଇଛି  । ତେଣୁ ଭୟବିତ ହୋଇ ମାଓବାଦୀ ମାନେ ଏପରି ହିଂସା କାଣ୍ଡ ଘଟାଇ ବିଜାପୁର ଜିଲ୍ଲାରେ ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜାପୁର ଏସପି କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: