Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସଂଗ୍ରାମ ପାତ୍ରଙ୍କୁ କାହିଁକି ପୁଲିସ ଗିରଫ କଲା ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ : ଡ.ଲେଖାଶ୍ରୀ

Odisha

ସଂଗ୍ରାମ ପାତ୍ରଙ୍କୁ କାହିଁକି ପୁଲିସ ଗିରଫ କଲା ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ : ଡ.ଲେଖାଶ୍ରୀ

Jitendra Dash
Browse all articles by Jitendra Dash
·2 years ago·2 min read
ସଂଗ୍ରାମ ପାତ୍ରଙ୍କୁ କାହିଁକି ପୁଲିସ ଗିରଫ କଲା ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ : ଡ.ଲେଖାଶ୍ରୀ

ଅର୍ଗସ ବ୍ୟୁରୋ : ଓଡ଼ିଶା ରାଜ୍ୟରେ ଏବେ ନିର୍ବାଚିତ ପ୍ରତିନିଧି ଶାସନ କରୁନାହାନ୍ତି । ଅଣଓଡ଼ିଆ ଓ କିଛି ସ୍ୱାର୍ଥପର ଅମଲା ଶାସନ କ୍ଷମତାକୁ ଜବରଦଖଲ କରିଛନ୍ତି ଯାହା ଗଣତନ୍ତ୍ର ପାଇଁ ବିପଦ । ରାଜ୍ୟ ସରକାର ପୁଲିସକୁ ରାଜନୈତିକ ଅସ୍ତ୍ରଭାବେ ବ୍ୟବହାର କରି କୌଣସି ପ୍ରକାର ସମାଲୋଚନାର କଣ୍ଠରୁଦ୍ଧ କରୁଛନ୍ତି । ଯାହା ଗତକାଲି ସାମାଜିକ ଗଣମାଧ୍ୟମରେ କାମ କରୁଥିବା ସଂଗ୍ରାମ ପାତ୍ରଙ୍କ ଗିରଫରୁ ସ୍ପଷ୍ଟ ହୋଇଛି । ଗତକାଲି ସଂଗ୍ରାମ ପାତ୍ର ଭୁବନେଶ୍ୱରରୁ ଅନୁଗୁଳ ଯାଉଥିବାବେଳେ ପୁଲିସ ତାଙ୍କୁ ରାତି ୩ଟାରେ ଉଠାଇ ନେଇ ସମ୍ବଲପୁରରେ ଅଟକ ରଖିଛି । ଶ୍ରୀ ପାତ୍ରଙ୍କ ନାଁରେ ପୋଲିସ ଆଇପିସି ୨୯୪, ୫୦୯, ୬୬,୬୭ ଧାରା ଲାଗୁ କରି ଗିରଫ କରିଛି । ଶ୍ରୀ ପାତ୍ର ଦୁଷ୍କର୍ମ, ଦୁଷ୍କର୍ମକାରୀ ଫେରାର, ହତ୍ୟା, ହତ୍ୟା ଉଦ୍ୟମ, ମାରଣାସ୍ତ୍ର ରଖିବା ଭଳି କ୍ରିମିନାଲ ଆକ୍ଟିଭିଟିରେ ସମ୍ପୃକ୍ତ ନାହାନ୍ତି ତାହାଲେ ପୁଲିସ କିଭଳି ତାଙ୍କୁ ଏମିତି ଧାରା ଲଗାଇ ଗିରଫ କଲା ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସାମାଜିକ ଗଣମାଧ୍ୟମରେ ଯିଏ ସରକାର ଓ ପ୍ରଶାସନ ତ୍ରୁଟିକୁ ଦର୍ଶାଇଲା ତାହା ଉପରେ ଆକ୍ରୋଶ ମୂଳକ କାର୍ଯ୍ୟାନୁଷ୍ଠାନ କରି ବିଜୁ ଜନତା ଦଳ ସରକାର ପ୍ରତିଶୋଧ ନେଉଛି । ଗଣତନ୍ତ୍ରରେ ରାଜନୈତିକ ମତାମତ ରଖିବାର ସମସ୍ତଙ୍କ ଅଧିକାର ଅଛି । ପ୍ରଦୀପ ପ୍ରଧାନ, ପ୍ରକାଶ ନାୟକ ଓ ଅନ୍ୟ କାର୍ଯ୍ୟକତାମାନଙ୍କୁ ବିଭିନ୍ନ ସମୟରେ ଗରିଫ କରି ଡରେଇବା ଧମକାଇବା ସହିତ ନାଲିଆଖି ଦେଖାଉଛନ୍ତି ବିଜେଡି ସରକାର । ସମ୍ବିଧାନ ଦେଇଥିବା ଅଧିକାର, ଗଣତନ୍ତ୍ର ତଥା ବାକ୍ ସ୍ୱାଧୀନତାର ହତ୍ୟା କରାଯାଉଛି ବୋଲି ଏଥିରୁ ସ୍ପଷ୍ଟ ଜଣାପଡୁଛି । ଶାସକ ଦଳ ସହ ମତ ନମିଶିଲେ ସମସ୍ତ ବାକ୍ ସ୍ୱାଧୀନତାକୁ କଣ୍ଠରୋଧ କରିବାକୁ ସରକାର ପଛାଉନାହାନ୍ତି । ବିଜୁ ଜନତା ଦଳ ଶାସନରେ ସରକାର କୌଣସି ପ୍ରକାର ସମାଲୋଚନା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି ତାହା ସ୍ପଷ୍ଟ ଜଣାପଡୁନାହିଁ । ଏହାର ବିରୋଧ ବିଜେପି ଓ ସାଧାରଣ ଲୋକେ କରିବା ଦରକାର । ସାଢ଼େ ୪କୋଟି ଓଡ଼ିଆଙ୍କ ମୁହଁ ବନ୍ଦ କରିବାକୁ ବିଜେଡି ଚକ୍ରାନ୍ତ କରିଛି । ଯାହାକୁ ଭାରତୀୟ ଜନତା ପାର୍ଟି ଦୃଢ଼ ନିନ୍ଦା କରୁଛି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିରୋଧୀଙ୍କ କାର୍ଯ୍ୟକର୍ତା କିଛି ଭୁଲ ନକରି ପୁଲିସ ସେମାନଙ୍କୁ ଗିରଫ କରୁଛି କିନ୍ତୁ ବିଜୁ ଜନତା ଦଳର ସତ୍ୟଜିତ ବିମ୍ରଳ ମିଶ୍ରଙ୍କ ପରି କର୍ମୀ ବିଜେପିର ମହିଳାମାନଙ୍କୁ ଦୁବ୍ୟବହାର କରୁଛନ୍ତି । ଏନେଇ ମଧ୍ୟ ଥାନାରେ ମାମଲା ରୁଜୁ କରାଯାଇଥିଲା ଓ ମାମଲାକୁ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠା ନିଆଗଲା ନାହିଁ । ବିଜୁ  ଜନତା ଦଳ ସତ୍ୟଜିତ ବିମ୍ରଳ ମିଶ୍ରଙ୍କୁ କାହିଁକି ଗିରଫ କରିନାହିଁ ତାହା ପାଲିସ ଓ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ବିଜେଡି ମିଥ୍ୟା ଆକ୍ରୋଶରୁ ଦୂରରେ ରହି ସଂଗ୍ରାମ ପାତ୍ରଙ୍କୁ ତୁରନ୍ତ ଛାଡନ୍ତୁ ବୋଲି ଡ. ଲେଖାଶ୍ରୀ ଦାବି କରିଛନ୍ତି । 
 

Sponsored
bjp lekhasri samanta singhar | Argus News