Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପଞ୍ଜରା ହାଡ଼ ଓ ଫୁସ୍‌ଫୁସ୍‌ରେ ଲାଗିଛି ଆଘାତ

Jitendra Dash
Browse all articles by Jitendra Dash
·2 years ago·1 min read
ପଞ୍ଜରା ହାଡ଼ ଓ ଫୁସ୍‌ଫୁସ୍‌ରେ ଲାଗିଛି ଆଘାତ

ଅର୍ଗସ ବ୍ୟୁରୋ : ପୋଲିସ ସାମ୍ନାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ମାଡ଼ ଘଟଣା । ଆହାତ ପ୍ରଦୀପ ପାଣିଗ୍ରାହୀ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର । ପଞ୍ଜରା ହାଡ଼ ଓ ଫୁସ୍‌ଫୁସ୍‌ରେ ଲାଗିଛି ଆଘାତ । ଗୋଷାଣୀ ନୂଆଗାଁ ୧୩୩ ଓ ୧୩୪ ନଂ ବୁଥରେ ଘଟିଛି ଘଟଣା । ସ୍ବାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ଆକ୍ରମଣ କରିଥିବା ଅଭିଯୋଗ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସୂଚନା ଅନୁସାରେ, ବୁଥ ସମ୍ମୁଖରେ ଠିଆ ହୋଇ ପୋଲିସ ସହ ଆଲୋଚନା କରୁଥିଲେ ପ୍ରଦୀପ ପାଣିଗ୍ରାହୀ । ଏହି ସମୟରେ ଶିବଶଙ୍କର ଦାସ ମଧ୍ୟ ଉପସ୍ଥିତ ଥିଲେ । କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ପରେ ହାତାହାତି ସ୍ଥିତି ହୋଇଥିଲେ । ପ୍ରଦୀପଙ୍କୁ ଶିବଶଙ୍କର ଓରଫ ପିଣ୍ଟୁ ଆକ୍ରମଣ କରିଥିବା ଅଭିଯୋଗ । ପ୍ରଦୀପଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଶିବଶଙ୍କର ଦାସ ହେଉଛନ୍ତି ବ୍ରହ୍ମପୁର ବିଧାନସଭା ସ୍ଵାଧୀନ ପ୍ରାର୍ଥୀ । ପ୍ରଦୀପ ବ୍ରହ୍ମପୁର ଲୋକସଭା ବିଜେପି ପ୍ରାର୍ଥୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP LS Candidate Pradeep Panigrahy Victim Of Violence In Berhampur | Argus News