Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମମିତାଙ୍କୁ ନ୍ୟାୟ ଦାବିରେ ବିଜେପି ପକ୍ଷରୁ ବୁଲିଲା ରଥ

Odisha

ମମିତାଙ୍କୁ ନ୍ୟାୟ ଦାବିରେ ବିଜେପି ପକ୍ଷରୁ ବୁଲିଲା ରଥ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ମମିତାଙ୍କୁ ନ୍ୟାୟ ଦାବିରେ ବିଜେପି ପକ୍ଷରୁ ବୁଲିଲା ରଥ

  କଳାହାଣ୍ଡି : ବହୁ ଚର୍ଚ୍ଚିତ ମମିତା ମେହେରଙ୍କୁ ନ୍ୟାୟ ଦାବି ଓ ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ପରିବର୍ତ୍ତନ ନେଇ ବିଜେପି ପକ୍ଷରୁ ମମିତା ରଥ ବୁଲୁଛି ।  ବିଗତ ୨ ବର୍ଷ ବିତିଗଲା  ମହାଲିଙ୍ଗସ୍ଥିତ ସନସାଇନ ସ୍କୁଲର ଅଧକ୍ଷ୍ୟା ମମିତା ମେହେର ହତ୍ୟା ଘଟଣାକୁ ଆଜି ପ୍ରାୟ ୨ ବର୍ଷରୁ ଉର୍ଦ୍ଧ୍ବ ଦିନ ପୁରି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିପାରି ନାହିଁ । ମମିତା ମେହେରଙ୍କ ବାପା ମାଆ ମଧ୍ୟ ସିବିଆଇ ତଦନ୍ତ ଦାବି କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାହା ମଧ୍ୟ ହୋଇନାହିଁ । ରାଜ୍ୟ ସରକାର ନିଜ ବିଧାୟକ ଓ ନିଜ ଦଳକୁ ଘଣ୍ଟ ଘୋଡାଇବା ପାଇଁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ମଧ୍ୟ ଜେଲରେ ହତ୍ୟା କରି ଆତ୍ମହତ୍ୟା ରୂପ ଦିଆଯାଇଥିଲା ।  ୨୫ ବର୍ଷର ବିଜେଡି ସରକାର ମାଆକୁ ସମ୍ମାନ ନାରା ଦେଉଥିବା ବେଳେ ଏହି ସରକାର ହିଁ ମହିଳା ମାନେ ଅଧିକ ଅନ୍ୟାୟ ଅତ୍ୟାଚାରର ଶିକାର ହେଉଛନ୍ତି । 

ଅଧିକ ପଢନ୍ତୁ : 

ସେହିଭଳି ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ଦାଦନ ସମସ୍ୟା ଏକ ପ୍ରମୁଖ ସମସ୍ୟା ଅଟେ । ଆଜି ଚାଷୀ କଟନି ଛଟନିର ଶିକାର ହୋଇ ଦଲାଲ ହାତରେ ନିଜ କଷ୍ଟ ଉପାର୍ଜିତ ଧାନକୁ ଟେକି ଦେବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟ ସରକାର ବିକାଶ ନାଁ ରେ କେବଳ କର୍ମୀ ଓ ଠିକାଦାର ପୋଷୁଛନ୍ତି । ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି ସରକାରଙ୍କ ବିଧାୟକ ପ୍ରାୟ ୧୦ ବର୍ଷ ଶାସନାଧୀନ ଥିବା ବେଳେ ଆଜି ବି ପରିବର୍ତ୍ତନ ହୋଇନାହିଁ ।  ତେଣୁ ଆଜି ବିଜେପି ପକ୍ଷରୁ ମମିତା ମେହେରଙ୍କୁ ନ୍ୟାୟ ଏବଂ ନିର୍ବାଚନ ମଣ୍ଡଳୀରେ ପରିବର୍ତ୍ତନ ଯାତ୍ରା ଆରମ୍ଭ କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Painting
Sponsored
BJP marched around demanding justice for Mamita | Argus News