|
logo
Live

Argus News - ରାଜ୍ୟ ପଦାଧିକାରୀ, ମୋର୍ଚ୍ଚା ସଭାପତି, ଜିଲ୍ଲା ସଭାପତି ଏବଂ ମିଡିଆ ବିଭାଗ ବୈଠକ

Odisha

ରାଜ୍ୟ ପଦାଧିକାରୀ, ମୋର୍ଚ୍ଚା ସଭାପତି, ଜିଲ୍ଲା ସଭାପତି ଏବଂ ମିଡିଆ ବିଭାଗ ବୈଠକ

Jitendra Dash
Browse all articles by Jitendra Dash
·2 years ago·2 min read
ରାଜ୍ୟ ପଦାଧିକାରୀ, ମୋର୍ଚ୍ଚା ସଭାପତି, ଜିଲ୍ଲା ସଭାପତି ଏବଂ ମିଡିଆ ବିଭାଗ ବୈଠକ

ଅର୍ଗସ ବ୍ୟୁରୋ : ରାଜ୍ୟରେ ଗୋଟିଏ ସ୍ଥାଣୁ ଏବଂ ଜନବିରୋଧୀ ସରକାରର ଶାସନ ଚାଲିଛି । ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭୀଚାର ବଢିଚାଲିଛି । ବିକାଶ ପରିବର୍ତେ ବିନାଶ ଆଡକୁ ନେଇଯାଉଛି ବିଜେଡି ସରକାର । କେନ୍ଦ୍ର ସକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଓ ଯୋଜନାକୁ ରିବ୍ରାଣ୍ଡିଂ କରିବାରେ ଓସ୍ତାଦ ବିଜେଡି ସରକାର ରାଜ୍ୟବାସୀଙ୍କୁ କେବଳ ଭୁଆଁ ବୁଲାଇଚାଲିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଂଚକତା କରି ନିଜସ୍ୱ ନାମକରଣ କରିବା ପରେ ବର୍ତମାନ ଦୁଇଟି ବ୍ୟାଗ ବଂଟନ କରି ମୋଦି ସରକାର ଦେଉଥିବା ମାଗଣା ଚାଉଳକୁ ନିଜ ନାମରେ କରିବାର ହୀନ ଷଡଯନ୍ତ୍ର କରୁଛନ୍ତି ନବୀନ ସରକାର, ଯାହାକି ଏକ ଗର୍ହିତ ଅପରାଧ । ବ୍ରାଣ୍ଡ ଚୋରୀ କରି କେନ୍ଦ୍ରୀୟ ଯୋଜନାକୁ ନିଜ ନାମରେ ନାମିତ କରୁଥିବାର ବିଜେଡି ସରକାରଙ୍କ ହୀନ ଚକ୍ରାନ୍ତକୁ ରାଜ୍ୟବାସୀ ଭଲ ଭାବେ ବୁଝିସାରିଛନ୍ତି । ବିଜେଡି ସରକାରର ଏଭଳି ଆଭିମୁଖ୍ୟ ପ୍ରସଙ୍ଗରେ ସାଧାରଣ ଜନତାଙ୍କ ସମେତ କେନ୍ଦ୍ର ସରକାରଙ୍କୁ ମଧ୍ୟ ଅବଗତ କରାଯିବ । ଅନ୍ୟ ପଟେ ମୋଦି ଗ୍ୟାରେଂଟି ପ୍ରତି ଓଡିଶାବାସିଙ୍କ ଆସ୍ଥା କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି । 

ଓଡିଶାରେ ବିଜେପିର ଡବଲ୍ ଇଞ୍ଜିନ ସରକାର ଗଠନ ହେବା ନିହାତି ଜରୁରୀ ଏବଂ ଓଡ଼ିଶାବାସୀଙ୍କୁ ଗୋଟିଏ ଲୋକାଭିମୁଖୀ ସରକାର ଦେବା ପାଇଁ ବିଜେପି ବିସ୍ତୃତ ଭାବେ କାର୍ଯ୍ୟଖସଡା ପ୍ରସ୍ତୁତ କରିଛି । ଏହି ଅବସରରେ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ଶ୍ରୀମତୀ ଲତା ଉସେଣ୍ଡି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ ମହାନ୍ତିଙ୍କ ଉପସ୍ଥିତିରେ ପୃଥକ ପୃଥକ ଭାବେ ରାଜ୍ୟ ପଦାଧିକାରୀ, ମୋର୍ଚ୍ଚା ସଭାପତି, ଜିଲ୍ଲା ସଭାପତି ଏବଂ ମିଡିଆ ବିଭାଗ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶ୍ରୀ ତ୍ରିପାଠୀ ସୂଚନା ଦେଇ କହିଛନ୍ତି ଯେ, ସାଧାରଣ ନିର୍ବାଚନ ପୂର୍ବରୁ ଆଜି ଅନୁଷ୍ଠିତ ହେଉଥିବା ଉକ୍ତ ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବୈଠକରେ ଦଳର ସାଙ୍ଗଠନିକ ପୁନ୍ନବିନ୍ୟାସ ବିଷୟରେ ଆଲୋଚନା ହେବା ସହ ଅନେକ ସାମ୍ପ୍ରତିକ ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏଥି ସହ ପାର୍ଟୀ ତରଫରୁ ରାଜ୍ୟରେ ସଫଳ ଭାବେ ଚାଲିଥିବା ବୁଥ୍ ଚାଲ, ଗାଁ ଚାଲ, ଶକ୍ତିବନ୍ଦନ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରାଯାଇଛି । ସଂଗଠନ ଏବଂ ନିର୍ବାଚନ ପରିପ୍ରେକ୍ଷୀରେ ଓଡିଶା ଗସ୍ତ ପାଇଁ ଆସୁଥିବା ଅନେକ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଗସ୍ତ କାର୍ଯ୍ୟକ୍ରମ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ବୈଠକରେ ଧାର୍ଯ୍ୟ ହୋଇଥିବା ସମସ୍ତ ରଣନୀତି ଓ ରୋଡମ୍ୟାପକୁ ସଫଳତାର ସହ କାର୍ଯ୍ୟାନ୍ୱୟନ କରି ଓଡିଶାବାସୀଙ୍କ ଆଶୀର୍ବାଦ ପ୍ରାପ୍ତ କରି ଓଡିଶାରେ ସରକାର ଗଠନ କରିବୁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । 

Sponsored
ରାଜ୍ୟ ପଦାଧିକାରୀ, ମୋର୍ଚ୍ଚା ସଭାପତି, ଜିଲ୍ଲା ସଭାପତି ଏବଂ ମିଡିଆ ବିଭାଗ ବୈଠକ | Argus News