Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବିଜେପି ବୈଠକ, ଖୁବଶୀଘ୍ର ହୋଇପାରେ ପ୍ରାର୍ଥୀ ଘୋଷଣା

Odisha

ବିଜେପି ବୈଠକ, ଖୁବଶୀଘ୍ର ହୋଇପାରେ ପ୍ରାର୍ଥୀ ଘୋଷଣା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ବିଜେପି ବୈଠକ, ଖୁବଶୀଘ୍ର ହୋଇପାରେ ପ୍ରାର୍ଥୀ ଘୋଷଣା

ଅର୍ଗସ ବ୍ୟୁରୋ : ଦିଲ୍ଲୀରେ ବିଜେପିର ମାନସମନ୍ଥନ। ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ବରିଷ୍ଠ ନେତୃତ୍ବ ମଧ୍ୟ ସାମିଲ ହୋଇଥିଲେ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ୍, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସମେତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ମଧ୍ୟ ସାମିଲ ହୋଇଥିଲେ ।

ଅଧିକ ପଢନ୍ତୁ : ବିଜେପିରେ କେନ୍ଦ୍ରୀୟ ନିର୍ବାଚନ କମିଟିର ଆଜି ପ୍ରଥମ ବୈଠକ

ତେବେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ମୋହର ବାଜିବା ନେଇ ଚର୍ଚ୍ଚା ହେଉଛି । ତେଣୁ ବିଜେପି ଖୁବ ଶୀଘ୍ର ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବୋଲି ଜୋର୍ ଧରିଛି ଚର୍ଚ୍ଚା । ପ୍ରଥମ ପର୍ଯ୍ୟୟରେ ସେହି ପାର୍ଥୀଙ୍କ ନାଁ ଘୋଷଣା ହେବ ଯେଉଁଠି ବିଜେପି 2019ରେ ଖରାପ ପଦର୍ଶନ କରିଥିବା ଲୋକସଭା ନିର୍ବାଚନମଣ୍ଡଳୀକୁ ଗୁରୁତ୍ୱ ଦେଇଛି ଦଳ।ବିଜେପିର କିଛି ହେଭିୱେଟ ନେତାଙ୍କ ନାଁ ପ୍ରଥମ ପର୍ଯ୍ୟୟରେ ଆସିପାରେ।ଛତିଶଗଡ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଉତ୍ତରଖଣ୍ଡ, ଗୁଜୁରାଟ, ରାଜସ୍ତାନ,ଗୋଆ, କେରଳ, ତେଲେଙ୍ଗାନା ଓ ଓଡିଶା ଭଳି ରାଜ୍ୟର କିଛି ଲୋକସଭା ନିର୍ବାଚନ ମଣ୍ଡଳୀର ପାର୍ଥୀଙ୍କ ତାଲିକା ଆସିବ।ପ୍ରଥମ ପର୍ଯ୍ୟୟରେ ଓଡିଶାର ଅଳ୍ପ କେତୋଟି ଲୋକସଭା ଆସନ ପାଇଁ ପାର୍ଥୀଙ୍କ ନାଁ ଆସିପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
BJP meeting, announcement of candidate may be soon | Argus News