Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନିର୍ବାଚନ ପ୍ରଶାସନିକ କଳର ଅପବ୍ୟବହାର ବନ୍ଦ କରିବା ପାଇଁ ଦାବି କଲା ବିଜେପି

Odisha

ନିର୍ବାଚନ ପ୍ରଶାସନିକ କଳର ଅପବ୍ୟବହାର ବନ୍ଦ କରିବା ପାଇଁ ଦାବି କଲା ବିଜେପି

Jitendra Dash
Browse all articles by Jitendra Dash
·2 years ago·2 min read
ନିର୍ବାଚନ ପ୍ରଶାସନିକ କଳର ଅପବ୍ୟବହାର ବନ୍ଦ କରିବା ପାଇଁ ଦାବି କଲା ବିଜେପି

ଅର୍ଗସ ବ୍ୟୁରୋ : ବିଜୁ ଜନତା ଦଳ ସରକାର ନିର୍ବାଚନ ସମୟରେ ସରକାରୀ କର୍ମଚାରୀଙ୍କୁ ନିଜ ଦଳର ପ୍ରଚାର ପାଇଁ ବ୍ୟବହାର କରିବା ସହ ଜନତାଙ୍କୁ ଟଙ୍କା ବାଂଟି ନିର୍ବାଚନ ଆଇନ ଉଲଘଂନ କରୁଛନ୍ତି । ୨୦୧୯ ନିର୍ବାଚନ ସମୟରେ ବିଭିନ୍ନ ସରକାରୀ କର୍ମଚାରୀମାନେ ବିଜୁ ଜନତା ଦଳ ପାଇଁ ପ୍ରଚାର କରିବା ସହ ଟଙ୍କା ବାଂଟିବା ଭଳି କାମ କରୁଥିବାର ଖବର ଗଣମାଧ୍ୟମରେ ଆସିଥିଲା । ଏପରି କି ଧାମନଗର, ପଦ୍ମପୁର, ଝାରସୁଗୁଡା ଉପନିର୍ବାଚନ ସମୟରେ ସରକାରୀ କର୍ମଚାରୀମାନେ ବିଜୁ ଜନତା ଦଳ ପାଇଁ କାମ କରୁଥିଲାବେଳେ ସାଧାରଣ ଲୋକମାନଙ୍କ ହାତରେ ଧରାପଡିଥିଲେ । ଜିଲ୍ଲା ପ୍ରଶାସନ, ଜିଲ୍ଲା ପୋଲିସର ନିରପେକ୍ଷତା ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଥିଲା ।  ଆଗାମୀ ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ସରକାରୀ କର୍ମଚାରୀମାନେ ନିର୍ବାଚନ ନିୟମ ଉଲଘଂନ କରିବା ସହ କିଭଳି ବିଜେଡିର କର୍ମୀଭଳି ପ୍ରଚାର ନକରିବେ ସେ ନେଇ ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିନିଧିମଣ୍ଡଳୀ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଗତ ୧୨ ତାରିଖରେ ରାଜ୍ୟ ସରକାର କ୍ୟାବିନେଟ୍ ବୈଠକରେ ଭୋଟରଙ୍କୁ ଲାଂଚ ଦେବାର ନିଷ୍ପତି ନେଇଛନ୍ତି ଯାହା ସମ୍ପୂର୍ଣ୍ଣଭାବେ ଅଗଣତାନ୍ତ୍ରିକ । “ଆମ ଓଡ଼ିଶା ନବୀନ ଓଡ଼ିଶା” ଲୋଗରେ ବିଜୁ ଜନତା ଦଳର ନିର୍ବାଚନ ଚିହ୍ନ ‘ଶଙ୍ଖ ଚିହ୍ନ’ର ବ୍ୟବହାର କରାଯାଉଛି । ଏହା ଦ୍ୱାରା ସରକାରୀ ଟଙ୍କାରେ ଦଳୀୟ ପ୍ରଚାର ପ୍ରସାର କରାଯାଉଛି । ଏସବୁ ବନ୍ଦ ହେବା ଦରକାର । ଏବେ ବିଜୁ ଜନତା ଦଳ ନିର୍ବାଚନ ହାରିବା ଭୟରେ ସରକାରୀ ଟଙ୍କାକୁ ଅଗଣତାନ୍ତ୍ରିକ ଭାବରେ ଭୋଟ ହାତେଇବା ପାଇଁ ଖର୍ଚ୍ଚ କରୁଛି । ଏ ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଖରେ ଦଳ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତ ପଂଚାୟତ ଓ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବ୍ୟାପକ ପରିମାଣରେ ନିର୍ବାଚନୀ ହିଂସା ହୋଇଥିଲା । ୨୦୧୯ ନିର୍ବାଚନ ବେଳେ ବିଜେପିର ୧୮ଜଣ କାର୍ଯ୍ୟକର୍ତାଙ୍କୁ ବିଜେଡିର କାର୍ଯ୍ୟକର୍ତାମାନେ ହତ୍ୟା କରିଥିଲେ । ୨୦୨୨ ପଂଚାୟତ ନିର୍ବାଚନ ସମୟରେ ପ୍ରତି ପଂଚାୟତରେ ବିଜୁ ଜନତା ଦଳର ଗୁଣ୍ଡାମାନେ ହିଂସାକାଣ୍ଡ ଭିଆଇଥିଲେ । ଆଗାମୀ ୨୦୨୪ ନିର୍ବାଚନକୁ ଅବାଧ ଓ ଭୟମୁକ୍ତ କରିବା ପାଇଁ ବ୍ୟାପକ ପରିମାଣରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ ପାଇଁ ବିଜେପି ପ୍ରତିନିଧି ଦଳ ଦାବି କରିଛି । ସେହିଭଳି ଇଭିଏମ୍ ରହୁଥିବା ‘ଷ୍ଟ୍ରଙ୍ଗ ରୁମ୍‌’ ମଧ୍ୟ ଗତ ନିର୍ବାଚନ ସମୟରେ ସୁରକ୍ଷିତ ନଥିଲା, ଅନେକ ଜାଗାରେ ବିଜୁ ଜନତା ଦଳ ତରଫରୁ ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀଙ୍କ ସହଯୋଗରେ ଇଭିଏମ୍ ହେରଫେର୍ ଅଭିଯୋଗ ଆସିଥିଲା । ସେ ଦୃଷ୍ଟିରୁ ନିର୍ବାଚନ ସମୟରେ ଷ୍ଟ୍ରଙ୍ଗ ରୁମ୍ ପରିସର ଓ ଭୋଟ କେନ୍ଦ୍ରରେ ୨୪ ଘଂଟିଆ ସିସିଟିଭି କ୍ୟାମେରା, ଭିଡିଓ ଗ୍ରାଫି ଓ ପର୍ଯ୍ୟାପ୍ତ ପରିମାଣରେ କେନ୍ଦ୍ରୀୟ ସୁରକ୍ଷା ବଳୟ ମୁତୟନ କରାଯାଉ ବୋଲି ବିଜେପି ପ୍ରତିନିଧିମଣ୍ଡଳୀ ଦାବି କରିଛନ୍ତି ।

Sponsored
BJP meets the Chief Election Commissioner | Argus News