Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ପ୍ରତିନିଧିମଣ୍ଡଳୀ

Odisha

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ପ୍ରତିନିଧିମଣ୍ଡଳୀ

Jitendra Dash
Browse all articles by Jitendra Dash
·2 years ago·3 min read
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ପ୍ରତିନିଧିମଣ୍ଡଳୀ

ଅର୍ଗସ ବ୍ୟୁରୋ : ବିଜୁ ଜନତା ଦଳର ନିର୍ବାଚନ ବିଜୟ ପାଇଁ ଶାସନ କଳ ଓ ପ୍ରଶାସନିକ ବ୍ୟବସ୍ଥାର ଦୂରୁପଯୋଗ ଏକ ମାତ୍ର ଆୟୁଧ ସାଜିଛି । ସାଧାରଣ ନିର୍ବାଚନ ପାଇଁ ୧୬ ମାର୍ଚ୍ଚରେ ବିଜ୍ଞାପନ ପ୍ରକାଶ ପାଇଲା । ନିୟମ ଅନୁଯାୟୀ ସେହି ଦିନଠାରୁ ଆଦର୍ଶ ଆଚରଣବିଧି ଲାଗୁ ହେବା କଥା । କିନ୍ତୁ ରାଜ୍ୟ ସରକାରଙ୍କ ପଂଚାୟତ ରାଜ ଓ ପାନୀୟଜଳ ବିଭାଗ ୨୭ ମାର୍ଚ୍ଚରେ ଗ୍ରାମ ପଂଚାୟତ ବିକାଶ ଯୋଜନାକୁ ନିଜ ସାଇଟ୍‌ରେ ଅଫ୍‌ଲୋଡ କଲେ । ୨୦୨୪-୨୫ଆର୍ôଥକ ବର୍ଷ ପାଇଁ ୩୦ଟି ଜିଲ୍ଲା ଅନ୍ତର୍ଗତ ୩୧୪ଟି ବ୍ଲକର ୬,୭୯୪ଟି ଗ୍ରାମ ପଂଚାୟତ ପାଇଁ ଶହ ଶହ ପ୍ରକଳ୍ପର ତାଲିକା ଏଥିରେ ପ୍ରକାଶ ପାଇଛି । ଏହା ଫଳରେ ଶାସକ ଦଳ ଭୋଟରଙ୍କୁ ପ୍ରଲୋଭିତ କରି ବାରମ୍ବାର ଆଦର୍ଶ ଆଚରଣବିଧିର ଖୋଲା ଉଲଘଂନ କରୁଛନ୍ତି । ଗ୍ରାମ ପଂଚାୟତ ବିକାଶ ଯୋଜନାରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡିକ ବାତିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

ସେହିପରି ବିଧାୟିକା ଓ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ ଶ୍ରୀ ଦୁର୍ଗାପ୍ରସାଦ ଛୁରିଆଙ୍କୁ ବେଆଇନଭାବେ ବରଗଡ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ପଦବୀରେ ନିଯୁକ୍ତି ଦିଆଯାଇଛି । ନିୟନ୍ତ୍ରିତ ବଜାର କମିଟି ରାଜ୍ୟ ସମବାୟ ସଂସ୍ଥାର ପରିଧି ଅନ୍ତର୍ଭୁକ୍ତ । ଏହି କମିଟିର ସମ୍ପାଦକ ପଦ ପାଇଁ ରାଜ୍ୟ ସମବାୟ ସଂସ୍ଥାର ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଥାଏ । ଯଦି କୌଣସି ବାହାର ସଂସ୍ଥାର କର୍ମଚାରୀ ଏହାର ଦାୟିତ୍ୱ ନିଅନ୍ତି, ତେବେ ସେ ସର୍ବାଧିକ ୬ ବର୍ଷ ପାଇଁ ପଦବୀରେ ରହିବାର ନିୟମ ଅଛି କିନ୍ତୁ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅନୈତିକ ଚାପ ଫଳରେ ତାଙ୍କ ସ୍ୱାମୀ ୯ବର୍ଷ କାଳ ଏହି ପଦବୀକୁ ମାଡି ବସିଛନ୍ତି । କେବଳ ସେତିକି ନୁହେଁ ପଦ୍ମପୁର ଓ ଅତାବିରା ଭଳି ୨ଟି ପଡୋଶୀ ନିୟନ୍ତ୍ରିତ ବଜାର କମିଟିର ମଧ୍ୟ ଶ୍ରୀ ଦୁର୍ଗାପ୍ରସାଦ ଛୁରୀଆ ନିର୍ଦ୍ଦେଶକ ଅଛନ୍ତି । ଉକ୍ତ କମିଟି ଦୁଇଟିର ସମ୍ପାଦକ କେବଳ ନାମକୁ ମାତ୍ର ଦାୟିତ୍ୱ ନିର୍ବାହ କରନ୍ତି । ଅସଲ କ୍ଷମତା ନିର୍ଦ୍ଦେଶକ ଛୁରୀଆଙ୍କ ହାତରେ ନ୍ୟସ୍ତ ଥାଏ । ସରକାରୀ ସଂସ୍ଥା ମାଧ୍ୟମରେ ସାଧାରଣ ଚାଷୀକୁଳକୁ ଏଭଳି ପ୍ରଭାବିତ କରିବା ଜନପ୍ରତିନିଧି ଆଇନ ୧୯୫୧ର ଧାରା ୧୨୯ର ଖୋଲା ଉଲଘଂନ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଓଡିଶା ରାଜ୍ୟ କୃଷି ବିପଣନ ବୋର୍ଡର ବଜାର ନିର୍ଦ୍ଦେଶ ଅନୁଯାୟୀ ଗୋଟିଏ ନିୟନ୍ତ୍ରିତ ବଜାର କମିଟିର ଏଷ୍ଟାବ୍ଲିସମେଂଟ ଖର୍ଚ୍ଚ ବାର୍ଷିକ ଆୟର ୩୦ପ୍ରତିଶତ ତାଠାରୁ କମ୍ ରହିଲେ ସଂପୃକ୍ତ କମିଟିର କର୍ମଚାରୀମାନଙ୍କ ପାଇଁ ଆର୍ôଥକ ସହାୟତା ବନ୍ଦୋବସ୍ତ ରହିଛି । କିନ୍ତୁ ବରଗଡ କମିଟି ଏହି ସର୍ତ ପୂରଣ ନକରୁଥିଲେ ମଧ୍ୟ ଶ୍ରୀ ଛୁରୀଆ କର୍ମଚାରୀମାନଙ୍କୁ ଏହି ଆର୍ôଥକ ସହାୟତା ଦେଇ ଅନୁଗୃହିତ କରୁ୍‌ଥିବାର ଅଭିଯୋଗ ହେଉଛି । ଏହି ଅନୁଗ୍ରହ ଦ୍ୱାରା କର୍ମଚାରୀକୁ ଆର୍ôଥକ ଶୋଷଣ ମଧ୍ୟ କରାଯାଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

କୃଷି ସଂବୃଦ୍ଧ ପଶ୍ଚିମ ଓଡ଼ିଶାର ଚାଷୀ ନିଜ ଉତ୍ପାଦନର ବିପଣନ ପାଇଁ ନିୟନ୍ତ୍ରିତ ବଜାର କମିଟି ଉପରେ ବହୁଳ ଭାବରେ ନିର୍ଭର କରିବା ଏକ ସାଧାରଣ ଘଟଣା । ଏହାର ସୁଯୋଗ ନେଇ ସରକାରୀ ଦଳ ଉପରୋକ୍ତ କମିଟିଗୁଡିକର ଦୁରୁପଯୋଗ କରୁଥିବାରୁ ଶ୍ରୀ ଛୁରୀଆଙ୍କୁ ଅବିଳମ୍ବେ ସମ୍ବଲପୁର ଓ ବରଗଡ ଜିଲ୍ଲା ବାହାରକୁ ବଦଳି କରିବା ସଙ୍ଗେ ସଙ୍ଗେ ତାଙ୍କ ବିରୋଧରେ ମକଦ୍ଦୋମା ଦାୟର ପାଇଁ ବିଜେପି ତରଫରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ବିଜେପି ପ୍ରତିନିଧିମଣ୍ଡଳୀ । ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହନ୍ତ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ଓ ଅରିନ୍ଦମ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।   

Sponsored
BJP met the Chief Election Officer of the state and submitted their demands | Argus News