Videos
|
Odisha

କେନ୍ଦୁପତ୍ର ତୋଳାଳୀଙ୍କ ପେଟକୁ ଲାତ ମାରି ବାହାସ୍ପୋଟ ମାରୁଛନ୍ତି ବିଜେଡି ନେତା

Jitendra Dash
Browse all articles by Jitendra Dash
·2 years ago·1 min read
କେନ୍ଦୁପତ୍ର ତୋଳାଳୀଙ୍କ ପେଟକୁ ଲାତ ମାରି ବାହାସ୍ପୋଟ ମାରୁଛନ୍ତି ବିଜେଡି ନେତା

ଅର୍ଗସ ବ୍ୟୁରୋ : କେନ୍ଦୁପତ୍ର ତୋଳାଳୀଙ୍କ ସମସ୍ୟା ନେଇ ବର୍ଷିଲେ କୁଚିଣ୍ଡା ବିଜେପି ବିଧାୟକ ପ୍ରାର୍ଥୀ ରବି ନାଏକ । କେନ୍ଦୁପତ୍ର ତୋଳାଳୀଙ୍କ ପେଟକୁ ଲାତ ମାରି ବାହାସ୍ପୋଟ ମାରୁଛନ୍ତି ବିଜେଡି ନେତା ବବି ଦାସ । କୁମ୍ଭୀର କାନ୍ଦଣା ବନ୍ଦ କରି ୧୮ ପ୍ରତିଶତ ଜିଏସଟିରୁ ରାଜ୍ୟର ଭାଗ ୯ ପ୍ରତିଶତ ଅର୍ଥ କେନ୍ଦୁପତ୍ର ତୋଳାଳୀ ସାମାଜିକ କଲ୍ୟାଣ ପାଣ୍ଠିରେ ପ୍ରଦାନ କରି ଆନ୍ତରିକତା ପ୍ରଦର୍ଶନ କରିବାକୁ ଦାବି କରିଛନ୍ତି । 

ନିଜ ଦୋଷ ଦୁର୍ବଳତା ଓ ଅପାରଗତାକୁ ଲୁଚେଇବା ପାଇଁ କେନ୍ଦ୍ର ସରକାର ଉପରେ ଦୋଷ ଲଦି ପଳାୟନପନ୍ଥୀ ସାଜିଛନ୍ତି ବିଜେଡି ନେତା । କେନ୍ଦୁପତ୍ର ତୋଳାଳୀଙ୍କ ସ୍ବାର୍ଥ ପାଇଁ ସଠିକ ଦାବି ଉପସ୍ଥାପନ କରି ନଥିବାରୁ କେନ୍ଦୁପତ୍ର ତୋଳାଳୀଙ୍କୁ ଟିକସ ଦେବାକୁ ପଡ଼ୁଛି । ଦେଶର ଅନ୍ୟାନ୍ୟ ରାଜ୍ୟରେ କେନ୍ଦୁପତ୍ରରୁ ସଂଗୃହୀତ ଲାଭାଂଶର ଶତ ପ୍ରତିଶତ ଲାଭାଂଶକୁ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକଙ୍କ ଭିତରେ ବାଣ୍ଟି ଦେଉଥିବାବେଳେ ଓଡ଼ିଶା ସରକାର ଲାଭାଂଶର ମାତ୍ର ୨୫ ଭାଗ ବୋନସ ଦେଉଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

କେନ୍ଦୁପତ୍ର ତୋଳାଳିଙ୍କୁ ଯେଉଁ ବୋନସ ମିଳୁଥିଲା, ତାକୁ ରାଜ୍ୟ ସରକାର କରୋନା ସମୟରେ ଆଳ ଦେଖାଇ କାହିଁକି ୨ ବର୍ଷ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ ? । ୩ ବର୍ଷ ହେଲାଣି ସିଜନାଲ ଷ୍ଟାଫଙ୍କ ଦରମା ବୃଦ୍ଧି ନ ହେବା ପଛରେ ଦାୟୀ କିଏ ? । ଆଦିବାସୀମାନଙ୍କୁ ବିଭିନ୍ନ ଲଘୁ ବନ ଉତ୍ପାଦର ସର୍ବନିମ୍ନ ମୂଲ୍ୟ ସହାୟତା ପାଇଁ ପ୍ରାୟ ୫୦ କୋଟି ଟଙ୍କା ସହାୟତା ମୋଦି ଦେଇଛନ୍ତି ବୋଲି ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ରବି ନାଏକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJP MLA candidates for the year with people's problems | Argus News