Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମାନସ ମଙ୍ଗରାଜଙ୍କୁ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧରଙ୍କ ଜବାବ

Odisha

ମାନସ ମଙ୍ଗରାଜଙ୍କୁ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧରଙ୍କ ଜବାବ

Jitendra Dash
Browse all articles by Jitendra Dash
·2 years ago·1 min read
ମାନସ ମଙ୍ଗରାଜଙ୍କୁ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧରଙ୍କ ଜବାବ

ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିର-ପାଣ୍ଡିଆନ୍-କାମିଆ-ଗୋମାଂସ ବିବାଦକୁ ନେଇ ସୋସିଆଲ୍ ମିଡିଆରେ ଝଡ଼ । ଏକ୍ସରେ ସୋସିଆଲ୍ ମିଡିଆ ବ୍ଲଗର କାମିଆ ଜାନିଙ୍କ ସପକ୍ଷରେ ଓକିଲାତି କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ତାଙ୍କୁ ଜବାବ ଦେଇଛନ୍ତି ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । କାମିଆ ଜାନି ଦେଶର ଅନ୍ୟ ମନ୍ଦିରକୁ ଯାଇଥିବାବେଳେ ତାଙ୍କ ଶ୍ରୀମନ୍ଦିର ଆସିବାକୁ କାହିଁକି ବିରୋଧ କରାଯାଉଛି ? 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଜେପି ଅସହିଷ୍ଣୁ ହେଉଥିବା ଅଭିଯୋଗ କରିଛନ୍ତି ମାନସ ମଙ୍ଗରାଜ । ତାଙ୍କୁ କଡ଼ା ଜବାବ ଦେଇ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ଲେଖିଛନ୍ତି ସତ ଲୁଚାଇବାକୁ ଯେତେ ଅଧିକ ଚେଷ୍ଟା କରିବେ ସେତେ ଅଧିକ ମୁଖା ଖୋଲିବ ?  ଗୋମାଂସ ଭକ୍ଷଣକୁ ପ୍ରୋତ୍ସାହିତ କରୁଥିବା ଜଣେ ବ୍ଲଗର ମହାପ୍ରସାଦର ପ୍ରଚାର କରିବାକୁ ବିଜେଡି କେମିତି ଠିକ୍ ବୋଲି ଦର୍ଶାଇବାକୁ ଚେଷ୍ଟା କରୁଛି କି ? ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ପବିତ୍ର, ଏହା କୌଣସି ରେସ୍ତୋରାଁର ଖାଦ୍ୟ ନୁହେଁ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହାପ୍ରସାଦ କୋଟି କୋଟି ହିନ୍ଦୁ ଓ ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ଓ ବିଶ୍ବାସର ପ୍ରତୀକ । ଏହାକୁ କେହି ପ୍ରଚାର କରିବା ଆବଶ୍ୟକ ନାହିଁ । ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ଲଳିତେନ୍ଦୁ ଲେଖିଛନ୍ତି କୌଣସି ବ୍ୟକ୍ତି ବା ଦଳ ଜଗନ୍ନାଥ ସଂସ୍କୃତିଠାରୁ ଉର୍ଦ୍ଧ୍ବରେ ନୁହନ୍ତି । କାମିଆ ଗୋମାଂସର ପ୍ରଚାର କରିଛନ୍ତି ନା ନାହିଁ ତାହା ସବୁଠାରୁ ବଡ଼ ପ୍ରଶ୍ନ ? ଏକଥା ଜାଣି ମଧ୍ୟ କେମିତି ଓ କାହିଁକି କାମିଆଙ୍କୁ ପାଣ୍ଡିଆନ୍ ନିମନ୍ତ୍ରଣ କଲେ ? ସେପଟେ ଏହି ପ୍ରସଙ୍ଗରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଲେଖିଛନ୍ତି କାମିଆ ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରସାଦ ସେବନ କୋଟି ଜଗନ୍ନାଥ ପ୍ରେମୀଙ୍କ ହୃଦୟକୁ କଷ୍ଟ ଦେଇଛି । ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ ଜଗନ୍ନାଥ ଠିକ୍ ଦଣ୍ଡ ବିଧାନ କରିବେ ।

Painting
Sponsored
BJP MLA Lalithendu Vidyadhar's reply to Manas Mangaraj | Argus News