|
logo
Live

Argus News - ରାଜ୍ୟ ସରକାରଙ୍କ ଆଦିବାସୀଙ୍କୁ ଶୋଷଣ ନୀତି ବିରୁଦ୍ଧରେ ବିଜେପିର ଆନ୍ଦୋଳନ

Odisha

ରାଜ୍ୟ ସରକାରଙ୍କ ଆଦିବାସୀଙ୍କୁ ଶୋଷଣ ନୀତି ବିରୁଦ୍ଧରେ ବିଜେପିର ଆନ୍ଦୋଳନ

Jitendra Dash
Browse all articles by Jitendra Dash
·2 years ago·3 min read
ରାଜ୍ୟ ସରକାରଙ୍କ ଆଦିବାସୀଙ୍କୁ ଶୋଷଣ ନୀତି ବିରୁଦ୍ଧରେ ବିଜେପିର ଆନ୍ଦୋଳନ

ଅର୍ଗସ ବ୍ୟୁରୋ : ରାଜ୍ୟ ଜନସଂଖାର ୨୪ ଭାଗ ହେଉଛନ୍ତି ଅନୁସୁଚିତ ଜନଜାତି ବର୍ଗର । ସବୁଠୁ ଅବହେଳିତ ଓ ଗରୀବିରେ ସଢୁଥିବା ଆଦିବାସୀ ଭାଇମାନଙ୍କ ସୁରକ୍ଷା ଆମ୍ଭମାନଙ୍କର ମୈାଳିକ କର୍ତବ୍ୟ । ନବୀନ ସରକାରଙ୍କ କର୍ପୋରେଟ ପ୍ରୀତି ତଥା ସାଧାରଣ ଆଦିବାସୀଙ୍କୁ ସର୍ବହରା କରିବା ପାଇଁ ସୁଚିନ୍ତିତ ଯୋଜନା କରି ଆଦିବାସୀଙ୍କ ଜମିକୁ ସାଧାରଣବର୍ଗ ତଥା ଶିଳ୍ପପତିମାନେ କିଣିବା ପାଇଁ ପ୍ରଚଳିତ ଆଇନକୁ ଖାତିର ନକରି ଅତ୍ୟନ୍ତ ତରବରିଆ ଭାବେ ନିଆଯାଇଥିବା କ୍ୟାବିନେଟ ନିଷ୍ପତି ବିରୁଦ୍ଧରେ ଭାରତୀୟ ଜନତା ପାର୍ଟୀ ପ୍ରଥମ ଦିନରୁ ନିଷ୍ପତି ପ୍ରତ୍ୟାହାର କରିବା ପାଇଁ ଗୃହରେ ଦୃଢ ଦାବୀ କରିଥିଲା । ମାନ୍ୟବର ରାଜ୍ୟପାଳଙ୍କ ହସ୍ତକ୍ଷେପ ପାଇଁ ଫେରାଦ ହେବା ସହିତ ବିଧାନସଭାରେ ମୁଲତବୀ ପ୍ରସ୍ତାବ ମଧ୍ୟ ଆଗତ କରିଥିଲା ବିଜେପି । ସରକାରଙ୍କ ଏଭଳି ଜନବିରୋଧୀ କାର୍ଯ୍ୟକୁ ଆମ ରାଜ୍ୟ ଜନସଂଖ୍ୟାର ୨୪ ଭାଗ ଆଦିବାସୀ ଭାଇଭଉଣୀମାନଙ୍କ ସ୍ୱାର୍ଥର ଜାଗ୍ରତ ପ୍ରହରୀ ହୋଇ ଭାରତୀୟ ଜନତା ପାର୍ଟୀ ବିଧାନସଭାରେ ଲଢେଇ କଲା, ସରକାରଙ୍କୁ ପୁନଃନିଷ୍ପତି ପାଇଁ ବାଧ୍ୟ କରାଇଲା । ବିଧାନସଭାରୁ ଛତ୍ରଭଙ୍ଗ ଦେଇ ପାଳୟନପନ୍ଥୀର କାମ କଲେ ରାଜ୍ୟ ସରକାର । କିନ୍ତୁ, ଏଭଳି ଜନବିରୋଧୀ ନିଷ୍ପତି ଯାହାକି ତୁରନ୍ତ କ୍ୟାବିନେଟ ଡାକି ସଂପୂର୍ଣ୍ଣ ପ୍ରତ୍ୟାହାର ଦାବୀରେ ଭାରତୀୟ ଜନତା ପାର୍ଟୀ ସାଧାରଣ ଲୋକଙ୍କ ପାଖକୁ ଯିବା ପାଇଁ ନିଷ୍ପତି କରିଛି । ଆସନ୍ତା ଡିସେମ୍ବର ୧ ତାରିଖରୁ ରାଜ୍ୟର ସମସ୍ତ ୧୨୧ଟି ଆଇଟିଡିଏ ବ୍ଲକ ଓ ଅନ୍ୟାନ୍ୟ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ବ୍ୟାପକ ଜନ ଅନ୍ଦୋଳନ କରିବ ବିଜେପି ବୋଲି ଶ୍ରୀ ମାଝୀ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ, ସମଗ୍ର ରାଜ୍ୟରେ ଆଦିବାସୀମାନଙ୍କ ପ୍ରବଳ ରୋଷର ଶିକାର ହେଉଥିବା ଦେଖି ସରକାର ପୁଣି ପ୍ରତାରଣା କଲେ । ଚଂଚକତା କରି କ୍ୟାବିନେଟ ନିଷ୍ପତି ସଂପୂର୍ଣ୍ଣ ପ୍ରତ୍ୟାହାର ନକରି ଟିଏସି ମାଧ୍ୟମରେ ଜମି ହଡପ୍ ଲାଳସାକୁ ଉଜ୍ଜିବୀତ ରଖିଲେ, ଯାହାକି ସଂପୂର୍ଣ୍ଣ ଜନବିରୋଧୀ । ଏ ନିଷ୍ପତି ମୁଖ୍ୟମନ୍ତ୍ରୀ ନିଜେ ନେଇଛନ୍ତି ନା “ନୈାକରସାହୀ” (ଅମଲାତନ୍ତ୍ର) ଚଳାଉଛି, ଯେଉଁଥିରେ ସେ କେବଳ “ହଁ” ମାରୁଛନ୍ତି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ ପ୍ରଶ୍ନ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

‘ରାଜସ୍ୱ ବଳକା ରାଜ୍ୟ ଓଡିଶା’ ବୋଲି ଡିଣ୍ଡିମ ପିଟୁଛନ୍ତି, ଆତ୍ମପ୍ରଚାର ପାଇଁ ଅଜସ୍ର ଅର୍ଥ ଖର୍ଚ୍ଚ କରୁଛନ୍ତି, ହକି ଷ୍ଟାଡିୟମ ନାଁରେ ଡିଏମଏଫ ପାଂଠି ଲୁଟୁଛନ୍ତି, ଅଥଚ ଆଦିବାସୀମାନେ ତାଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସମସ୍ୟା ପାଇଁ ନିଜ ପାଇଁ ଜମି ବିକ୍ରୀ କରିବେ; ଏହା କେଉଁ ନ୍ୟାୟ ? ଏହା ନବୀନ ବାବୁଙ୍କ ଦୋମୁହାଁ ନୀତିର ସ୍ପଷ୍ଟ ନିଦର୍ଶନ ବୋଲି ଶ୍ରୀ ମାଝୀ କହିଛନ୍ତି ।

ଓଡିଶା ଶୀତକାଳିନ ବିଧାନସଭା ଅଧିବେସନକୁ କୈାଣସି କାରଣ ନଥାଇ ମାତ୍ର ୪ ଦିନ ଭିତରେ ଶେଷ କରି ଦେଇ ଏକ ନୂତନ ଇତିହାସ ସୃଷ୍ଟି କରାଯାଇଛି । ହଜାର ହଜାର ସଂଖ୍ୟାରେ ବିଧାୟକମାନଙ୍କ ପ୍ରଶ୍ନ ଏବଂ ସେମାନଙ୍କ ସ୍ଥାନୀୟ ଅଂଚଳର ସମସ୍ୟା ପ୍ରସଙ୍ଗରେ ଆଲୋଚନା କରାଯାଇପାରିଲା ନାହିଁ । ଗୋଟିଏ ଦରଖାସ୍ତ ସଂଗ୍ରହ ପାଇଁ ପାଖାପାଖି ୯ ହଜାର ଟଙ୍କା ଖର୍ଚ୍ଚ କରି ହେଲିକେପ୍ଟର, ଲୋକଙ୍କୁ ସଭାକୁ ଗାଡିରେ ବୋହିବା ଓ ଟେଂଟ ବନ୍ଧାରେ ‘ସିଏମଓ’ନାଁରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚା କରିଲେ, କିନ୍ତୁ ବିଧାନସଭା ସମ୍ମୁଖରେ ବସିଥିବା ଲୋକମାନଙ୍କ ଗୁହାରି ଶୁଣିବାକୁ ଗଲେ ନାହିଁ । ଲୋଏର ପିଏମ୍‌ଜିରେ ହଜାର ହଜାର ସଂଖ୍ୟାରେ ଗାଁ ସାଥୀ, ଶିକ୍ଷକ, ସରପଂଚ, ଅଙ୍ଗନୱାଡି କର୍ମୀ, ୱାର୍ଡ ମେମ୍ବର, ରାଜ୍ୟ ପ୍ରାଥମିକ ମହାସଂଘ, କମ୍ପ୍ୟୁଟର ଶିକ୍ଷକ, ଜିଆରଏସ୍‌, ଭଳି ସଂଗଠନ ମାସ ମାସ ଆନ୍ଦୋଳନ କରୁଥିବାବେଳେ ରାଜ୍ୟ ସରକାର ଓଡିଶାରେ କୈାଣସି ସମସ୍ୟା ନାହିଁ ବୋଲି କେମିତି କହୁଛନ୍ତି ? ବାସ୍ତବରେ ଅସଲି ମୁଖା ଖୋଲିଯିବା ଭୟରେ ଓ ସତସାହସ ନଥିବା କାରଣରୁ ରାଜ୍ୟ ସରକାର ଭୟଭୀତ ହୋଇ ପଳାୟନପନ୍ଥୀ ସାଜିଛନ୍ତି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ଶୀତକାଳିନ ବିଧାନସଭା ଅଧିବେସନ ଗତ ନଭେମ୍ବର ୨୧ ରୁ ଆସନ୍ତା ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୪୦ଦିନରେ ୩୦ଟି କାର୍ଯ୍ୟ ଦିବସ ସ୍ଥିରିକୃତ ହୋଇଥିଲା । “ସରକାରୀ କାର୍ଯ୍ୟ ନାହିଁ” ଆଳରେ ନବୀନ ସରକାର ଅଗଣତାନ୍ତ୍ରିକ ଉପାୟରେ ଶୀତକାଳିନ ଅଧିବେସନକୁ ମାତ୍ର ୪ଦିନ ଚଳାଇ ଗତ କାଲି ହଠାତ୍ ବନ୍ଦ କରିଦେଲେ । ଯାହାକି ସମ୍ପୂର୍ଣ୍ଣ ରୂପେ ସମ୍ବିଧାନ ବିରୋଧୀ ତଥା ଜନ ବିରୋଧୀ । ବିରୋଧୀଙ୍କୁ ଭୟ କରୁଥିବା ରାଜ୍ୟ ସରକାର ବିରୋଧୀଙ୍କ ପ୍ରଶ୍ନର ଉତର ନଥିବାରୁ ଜାଣିଶୁଣି ଗୃହକୁ ମୁଲତବି କରିଛନ୍ତି । ସରକାରଙ୍କ କାର୍ଯ୍ୟ ନଥିଲେ ବି ବିରୋଧୀଙ୍କ ପାଖରେ ଆଲୋଚନା କରିବା ପାଇଁ ଅନେକ ବିଷୟ ଥିଲା କିନ୍ତୁ ଶୀତଅଧିବେଶନକୁ ନଚଳାଇ ବନ୍ଦ କରିଦେଲେ । ଓଡ଼ିଶା ଇତିହାସରେ କେବେ ଏଭଳି ନିଷ୍ପତି କୌଣସି ସରକାର ନେଇନଥିଲେ ଯାହା କି ନବୀନ ବାବୁଙ୍କ ହିଟଲରି ଶାସନର ନମୁନା । ରାଜ୍ୟ ସଚିବାଳୟ ରାଜ୍ୟ ସରକାରଙ୍କର କିନ୍ତୁ ରାଜ୍ୟ ବିଧାନସଭା ସାଧାରଣ ଲୋକଙ୍କର । ସାଧାରଣ ଲୋକଙ୍କ ସମସ୍ୟାକୁ ବିଧାନସଭାରେ ଆଲୋଚନା ନକରିବା ପାଇଁ ସୁଚିନ୍ତିତ ଷଡଯନ୍ତ୍ର କରି ‘ସରକାରୀ କାର୍ଯ୍ୟ ନାହିଁ’ ବୋଲି କହି ଗୃହକୁ ଅନିର୍ଦ୍ଦିଷ୍ଟକାଳ ବନ୍ଦ କରିବା ହେଉଛି ନବୀନ ସରକାରଙ୍କ “ଜନବିରୋଧୀ” ନୀତି । ଏ ସରକାର ଲୋକମତକୁ ସମ୍ମାନ ଦିଏ ନାହିଁ ବୋଲି ଏ ନିଷ୍ପତିରୁ ସ୍ପଷ୍ଟ ବୁଝାପଡୁଥିବା ଶ୍ରୀ ମାଝୀ କହିଛନ୍ତି । ଏହି ଅବସରରେ ବିଧାୟକ ଶଂକର ଓରାମ, ସୁକାନ୍ତ ନାୟକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ନବଚରଣ ମାଝୀ, କୁସୁମ ଟେଟେ, କେ.ନାରାୟଣ ରାଓ, ସୂର୍ଯ୍ୟବଂଶୀ ସୁରଜ, ଡା.ବୁଦ୍ଧାନ ମୁର୍ମୁ ଓ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
 

Sponsored
ରାଜ୍ୟ ସରକାରଙ୍କ ଆଦିବାସୀଙ୍କୁ ଶୋଷଣ ନୀତି ବିରୁଦ୍ଧରେ ବିଜେପିର ଆନ୍ଦୋଳନ | Argus News