Videos
|
Odisha

ମୈଦାନରେ ମୋଦିଙ୍କ ୧୮ ଯୋଦ୍ଧା

Jitendra Dash
Browse all articles by Jitendra Dash
·2 years ago·2 min read
ମୈଦାନରେ ମୋଦିଙ୍କ ୧୮ ଯୋଦ୍ଧା

ଅର୍ଗସ ବ୍ୟୁରୋ : ଓଡିଶାର ୨୧ ଲୋକସଭା ସିଟରୁ ୧୮ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ବିଜେଡି ଓ କଂଗ୍ରେସକୁ ପଛରେ ପକାଇ ଓଡିଶାରେ ବିଜେପି ଆଗ ପ୍ରାର୍ଥୀ ଦେଇଛି । ମୋଦି ଗ୍ୟାରେଣ୍ଟିକୁ ଅସ୍ତ୍ର କରି ବିଜୟ ଧ୍ଵଜା ଉଡାଇବା ପାଇଁ କନଫିଡେଣ୍ଟ ପଦ୍ମ ଯୋଦ୍ଧା । ୪୦୦ ପାର୍ ଲକ୍ଷ୍ୟରେ ଓଡିଶାରୁ ୨୧ରୁ ୨୧ ଆସନ ଜିତିବାକୁ ଟାର୍ଗେଟ ରଖିଛି ରାଜ୍ୟ ବିଜେପି । ଦେଶ ସମେତ ଓଡିଶାରେ ବଢିଛି ମୋଦିଙ୍କ ଲୋକ ପ୍ରିୟତା । ବିଜେଡି ସରକାର ଉପରେ ଥିବା ୨୪ ବର୍ଷର ଜନ ଆକ୍ରୋଶର ବାର୍ତ୍ତା ନେଇ ଲୋକଙ୍କ ପାଖକୁ ଯିବ ବିଜେପି । 

ସମ୍ବଲପୁରରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, କେନ୍ଦ୍ରାପଡାରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସୁନ୍ଦରଗଡରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଏବଂ ଭୁବନେଶ୍ଵରରୁ ପୁଣି ଅପରାଜିତା ଷଡଙ୍ଗୀଙ୍କ ଭଳି ହେଭିୱେଟ ନେତାଙ୍କୁ ପ୍ରାର୍ଥୀ କରିଛି ଦଳ । ମୋଟ୍ ୧୮ ଆସନର ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପ୍ରାର୍ଥୀ ତାଲିକାରେ ୪ ଜଣ ମହିଳା ମଧ୍ୟ ରହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

ଅନ୍ୟପଟେ ଦଳୀୟ ଅନ୍ତଃ କନ୍ଦଳକୁ ଡରି ବିଜେଡି ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରୁଥିବା ନେଇ ହେଉଛି ଚର୍ଚ୍ଚା । ପ୍ରାର୍ଥୀଙ୍କୁ ନାଁ ଘୋଷଣା ହେଲେ ଅସନ୍ତୁଷ୍ଟ ଆଶାୟୀ କରିପାରନ୍ତି ବିଦ୍ରୋହ । ତେଣୁ ନେତାଙ୍କୁ ଡାକି ଗ୍ରୀନ ସିଗନାଲ ଦେଇ ମୈଦାନକୁ ଛାଡୁଛନ୍ତି ଶଙ୍ଖ ମୁଖିଆ । ସେପଟେ ପ୍ରାର୍ଥୀ ତାଲିକା ଉପରେ ହାଇକମାଣ୍ଡଙ୍କ ମୋହରକୁ ଅପେକ୍ଷା କରିଛି ଓଡିଶା କଂଗ୍ରେସ । ଏ ସବୁ ଭିତରେ ସଂକଳ୍ପ ପତ୍ରକୁ ମୋଦି ଗ୍ୟାରେଣ୍ଟିର ପ୍ରାଥମିକତା ଦେବାକୁ ଯାଉଛି ବିଜେପି । ଯେଉଁଥିରେ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ, ଧାନର କ୍ୟୁଣ୍ଟାଲ ୩୧୦୦ ଟଙ୍କା, ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ଏବଂ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ୪୮ ଘଣ୍ଟା ଭିତେର ଟଙ୍କା ଫେରସ୍ତ ପାଇଁ ଘୋଷଣା କରିଛି ରାଜ୍ୟ ବିଜେପି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJP names 18 Lok Sabha candidates for Odisha, picks Dharmendra Pradhan from Sambalpur | Argus News