Nitin Nabin Odisha Visit / କାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, କୋର୍ କମିଟି ବୈଠକରେ ହେବେ ସାମିଲ
·1 hour ago·1 min read

Key Points
କାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ
କାଲି ରାତି ୧୦ଟା ୩୫ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ
କୋର୍ କମିଟି ବୈଠକରେ ଯୋଗଦେବା କାର୍ଯ୍ୟକ୍ରମ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ନିତିନ ନବୀନ । ଦଳର ସର୍ବୋଚ୍ଚ ପଦବୀ ଗ୍ରହଣ କରିବା ପରେ ଏହା ହେଉଛି ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ରାଷ୍ଟ୍ରୀୟ ସଭାପତି ଆସନ୍ତାକାଲି ରାତି ୧୦.୩୫ରେ ଭୁବନେଶ୍ବରରେ ପହଞ୍ଚିବେ ।
ସୋମବାର ସକାଳେ ଜଟଣୀଠାରେ ଭୁବନେଶ୍ବର ସାଂଗଠନିକ ଜିଲ୍ଲାର ପ୍ରଶିକ୍ଷଣ ଶିବିରରେ ସାମିଲ ହେବେ ନିତିନ ନବୀନ । ଜଟଣୀ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ଅଭିଭାଷଣ ରଖିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏହା ପରେ ସେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରିବେ । ପୁରୀରୁ ଫେରିବା ପରେ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ କର୍ମକର୍ତ୍ତା, ମନ୍ତ୍ରୀଙ୍କ ସହ ବୈଠକ କରିବେ । ସେହିପରି କୋର୍ କମିଟି ସହ ସଂଗଠନ ସମ୍ପର୍କରେ ମଧ୍ୟ ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ଆଲୋଚନା କରିବେ । ସରକାରଙ୍କ ସହ ସଙ୍ଗଠନର ତାଳମେଳ କେମିତି ରହିଛି, ଡବଲ ଇଞ୍ଜିନ ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ କେତେ ଦୂର ପହଞ୍ଚିଛି, ପ୍ରଶିକ୍ଷିଣ ଶିବିରର ଷ୍ଟାଟସ କ'ଣ, ଆଗକୁ କ'ଣ କ'ଣ କାର୍ଯ୍ୟକ୍ରମ ହାତକୁ ନିଆଯିବ ସେ ନେଇ କରିବେ ଆଲୋଚନା ।
ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗସ୍ତକୁ ନେଇ ବେଶ ଚଳଚଞ୍ଚଳ ବିଜେପି କ୍ୟାମ୍ପ । ରାଜ୍ୟ ଟିମ୍କୁ ନିତୀନ ନବୀନ କ'ଣ ନୂଆ ଟାସ୍କ ଦେଉଛନ୍ତି ନୂଆ ତା'ଉପରେ ସମସ୍ତଙ୍କ ନଜର ।

ଅଧିକ ପଢ଼ନ୍ତୁ: ୧୮ରେ ଓଡ଼ିଶା ଆସୁଛନ୍ତି ନୀତିନ ନବୀନ, ରାଜ୍ୟ ବିଜେପିକୁ ଦେବେ ନୂଆ ମନ୍ତ୍ର
ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗସ୍ତକୁ ନେଇ ବେଶ ଚଳଚଞ୍ଚଳ ବିଜେପି କ୍ୟାମ୍ପ । ରାଜ୍ୟ ଟିମ୍କୁ ନିତୀନ ନବୀନ କ'ଣ ନୂଆ ଟାସ୍କ ଦେଉଛନ୍ତି ନୂଆ ତା'ଉପରେ ସମସ୍ତଙ୍କ ନଜର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories