Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଝାରସୁଗୁଡ଼ାରେ ବିଜେପିର ପାୱାର ସୋ

Jitendra Dash
Browse all articles by Jitendra Dash
·2 years ago·1 min read
ଝାରସୁଗୁଡ଼ାରେ ବିଜେପିର ପାୱାର ସୋ

ଅର୍ଗସ ବ୍ୟୁରୋ : ଝାରସୁଗୁଡ଼ାରେ ବିଜେପିର ପାୱାର ସୋ । ବିଶାଳ ଜନ ସମାବେଶ କରି ନିଜର ଦମ ଦେଖାଇଲା ବିଜେପି । ଝାରସୁଗୁଡ଼ାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ନିର୍ବାଚନ ପ୍ରଚାର ଆରମ୍ଭ କଲେ । ସାଙ୍ଗରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବରଗଡ଼ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ, ଝାରସୁଗୁଡ଼ା ବିଜେପି ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାଇଁ ପ୍ରଚାର ଜୋରଦାର ଆରମ୍ଭ କରିଛନ୍ତି । 

ଚାରି କିମି ପର୍ଯ୍ୟନ୍ତ ଏକ ବିଶାଳ ରାଲି କରି ବିଜେପି ତାର ପାୱାର ସୋ କରୁଚି । ଝାରସୁଗୁଡ଼ା ଓ ଛତିଶଗଡ ପୋଲିସ ମିଳିତ ଭାବରେ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି । ସବୁ ସ୍ଥାନରେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି ମଧ୍ୟ କରାଯାଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆୟୋଜିତ କାର୍ଯ୍ୟକ୍ରମରେ ପାଞ୍ଚ ହଜାର ବିଜେପି କର୍ମୀ ଯୋଗଦାନ କରିଛନ୍ତି । ସାଧାରଣ ନିର୍ବାଚନ ପାଇଁ ବିଜେପି ତାର ଆଜି ଦମ ଦେଖାଇଛି । ବାଜା ବାଣରେ ପ୍ରଙ୍କପିତ ହେଉଛି ଝାରସୁଗୁଡ଼ା ସହର । ଲୋକଙ୍କ ଆକର୍ଷଣ ପାଇଁ ଆଦିବାସୀ ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ଆୟୋଜନ କରାଯାଇଛି ।

Sponsored
BJP power show in Jharsuguda | Argus News