Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୦୨୪ରେ ଲୋକେ ବିକଶିତ ଭାରତ ଖୋଜୁଛନ୍ତି

Jitendra Dash
Browse all articles by Jitendra Dash
·2 years ago·1 min read
୨୦୨୪ରେ ଲୋକେ ବିକଶିତ ଭାରତ ଖୋଜୁଛନ୍ତି

ଅର୍ଗସ ବ୍ୟୁରୋ : ପଦ୍ମପୁର ସଭାରେ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆଜି ଓଡ଼ିଶାରେ ଶାସନ କିଏ ଚଳାଉଛି ? ଭୋଟ୍ ଜଣକୁ ଦେବେ ସରକାର ଆଉ ଜଣେ ଚଲାଇବ । ଏଭଳି ସରକାର ଆମକୁ ଦରକାର କି ? ଇଏ କିଭଳି ସରକାର ? ଅଧିକାରୀ ସରକାର ଚଳାଉଛନ୍ତି, ଏମଏଲଏ ଚୁପ୍ ବସିଛନ୍ତି । ଆହୁରି ମଧ୍ୟ କହିଛନ୍ତି, ମହାପ୍ରଭୁଙ୍କ ରତ୍ନଭଣ୍ଡାର ସୁରକ୍ଷା, ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କ ସମସ୍ୟା, ଓଡ଼ିଶା ଭାଷା- ସଂସ୍କୃତି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ସେପଟେ କଂଗ୍ରେସକୁ କଟାକ୍ଷ କରି କହିଛନ୍ତି, ୨୦୧୪ ପୂର୍ବରୁ କେବଳ ତୁଷ୍ଟିକରଣର ରାଜନୀତି ଚାଲିଥିଲା ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଜି  ଭୁବନେଶ୍ୱର ରୋଡ୍ ସୋ’ ସାରିବା ପରେ ପଦ୍ମପୁରରେ ପହଂଚିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେଠି ଜନସଭା ଜରିଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଜନସଭାକୁ ସମ୍ବୋଧନ କରିଥିଲେ । ଏହି ଅବସରରେ ଉଭୟ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଛନ୍ତି ଜେପି ନଡ୍ଡା । କହିଥିଲେ ମୋଦି ଆସିବା ପରେ ରାଜନୀତି ବଦଳିଛି । ମୋଦି ଆସିବା ପରେ ରାଜନୀତିର ପରିଭାଷା ବଦଳିଯାଇଛି । ୨୦୨୪ରେ ଲୋକେ ବିକଶିତ ଭାରତ ଖୋଜୁଛନ୍ତି ବୋଲି କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP President JP Nadda addresses public meeting in Padampur | Argus News