Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଅରାଜକତା ସୃଷ୍ଠି କରୁଛି ଶାସକ ବିଜେଡ଼ି ଦଳ

Jitendra Dash
Browse all articles by Jitendra Dash
·2 years ago·3 min read
ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଅରାଜକତା ସୃଷ୍ଠି କରୁଛି ଶାସକ ବିଜେଡ଼ି ଦଳ

ଅର୍ଗସ ବ୍ୟୁରୋ : ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଅରାଜକତା ସୃଷ୍ଠି କରୁଛି ଶାସକ ବିଜେଡ଼ି ଦଳ । ବିଜେଡ଼ି ନେତା ଏଠି ଆଇନିକୁ ନିଜ ହାତକୁ ନେଲେମଧ୍ୟ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ପୋଲିସ ଏଠି ଓଡ଼ିଶା ବାସୀଙ୍କ ସୁରକ୍ଷା ବଦଳରେ ଦାଗୀ ବିଜେଡ଼ି ନେତା ଙ୍କ ଅପରାଧ କୁ ଘୋଡ଼ାଉଛି । ପାୱାର ହାଉସ୍ ଛକ ଦୁର୍ଘଟଣା ର ସତ୍ୟାସତ୍ୟ ଉର୍ଣ୍ଣଚନ ଓ କ୍ଷତିପୂରଣ ଦାବୀ ଏବଂ ବରଗଡ଼ ଅମ୍ବାଭୋନା ଥାନାରେ ଭଙ୍ଗା ରୂଜା ଘଟଣାରେ ସମୃକ୍ତ ବିଧାୟକ ସୁଶାନ୍ତ ସିଂଙ୍କୁ ଗିରଫ କରିବା ଦାବିରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ବାବୁ ସିଂ ଙ୍କ ନେତୃତ୍ୱରେ ମାଷ୍ଟରକ୍ୟାଣ୍ଟି ଛକରେ ସହ ସହ କାର୍ଯ୍ୟକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଜେଡ଼ି ନେତା ମାନଙ୍କ ପାଖରେ ଗରିବ ଲୋକଙ୍କ ଜୀବନର ମୂଲ୍ୟ କିଛି ନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ଭୁବନେଶ୍ୱର ପାୱାର ହାଉସ ଛକରେ ରେଞ୍ଜ ରୋଭର ଦୁର୍ଘଟଣାରେ ଗୁରୁତର ହୋଇ ଜୀବନ ହରାଇଥିବା ଲୋପାମୁଦ୍ରା ସାହୁ । ଲୋପାମୁଦ୍ରା ୩ଦିନ ଧରି ହସ୍ପିଟାଲ ବେଡ୍‌ରେ ଜୀବନ-ମରଣ ସହ ସଂଗ୍ରାମ କରୁଥିଲେ ମଧ୍ୟ ୨୩ବର୍ଷର ନବୀନ ସରକାର ସାମାନ୍ୟତମ ସମବେଦନା ଜଣାଇଲେ ନାହିଁ କି ପରିବାର ଲୋକଙ୍କୁ ସାହାଯ୍ୟ କଲେ ନାହିଁ । ସମସ୍ତେ ଜାଣିଛନ୍ତି ଦୁର୍ଘଟଣା ଘଟାଇଥିବା ଗାଡି କାହାର ଓ ମାଲିକ କିଏ? ହେଲେ କମିଶନରେଟ୍ ପୋଲିସ ସମସ୍ତ ପ୍ରମାଣ ରଖିବି କାର୍ଯ୍ୟାନୁଷ୍ଠାନ କାହିଁକି ନେଉନି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦୁର୍ଘଟଣାଗସ୍ତ ଗାଡିର ମାଲିକାନା ଏକ କମ୍ପାନୀ ନାଁରେ ରହିଛି । ଏହି କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଭୁବନେଶ୍ୱରରେ ଘଟିଥିବା ହିଟ୍ ଆଣ୍ଡ ରନ୍ ଘଟଣାରେ ଥିବା ଅଭିଯୁକ୍ତ କିଏ ? ଏହି ରେଞ୍ଜ ରୋଭର ଗାଡିଟି କାହାର? ଦୁର୍ଘଟଣା ଘଟିଲା ପରେ ଗାଡି ମାଲିକ ଘଟଣା ସ୍ଥଳକୁ କାହିଁକି ଚମ୍ପଟ ମାରିଲେ? ପୋଲିସ ପ୍ରଥମେ ଯେଉଁ ଗାଡି ନମ୍ବର ଦେଇଥିଲା ତାକୁ କାହିଁକି ବଦଳାଇ ଦେଲା? ସିସିଟିଭି ଭିଜୁଆଲକୁ କମିଶନରେଟ୍ ପୋଲିସ ଲୁଚାଉଛି କାହିଁକି? କାହା ଚାପରେ ପୋଲିସ ଏପରି କାମ କରୁଛି? ମୁଖ୍ୟମନ୍ତ୍ରୀ ନବୀନ ବାବୁ ସର୍ବଦା କୁହନ୍ତି ସାରା ଓଡ଼ିଶାଲୋକ ତାଙ୍କ ପରିବାର । ଯଦି ସତରେ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ନିଜ ପରିବାର ଭାବନ୍ତି ତାହାଲେ ମୃତ୍ୟୁବରଣ କରିଥିବା ଯୁବତୀଙ୍କ ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ କରନ୍ତୁ ଓ କ୍ଷତିପୂରଣ ଦିଅନ୍ତୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯୁବତୀଙ୍କ ମୃତ୍ୟୁର ପ୍ରମାଣ ଥାଇ ବି ପୋଲିସ କେଉଁ ରହସ୍ୟମୟ କାରଣ ପାଇଁ ଚୁପ୍ ବସିଛି ତାହା ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର।ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନମଣ୍ଡଳୀରେ ରାଜ୍ୟ ସରକାରଙ୍କ ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନର ବିଧାୟକ ନିଜେ ଉପସ୍ଥିତି ରହିବା ସହ ଗୁଣ୍ଡା ମାନଙ୍କୁ ଲଗାଇ ଅମ୍ବୋଭନା ଥାନାରେ ପୋଲିସ କର୍ମୀଙ୍କୁ ଆକ୍ରମଣ କରିବା ସହ ଥାନା ଭଙ୍ଗାରୁଜା କରିବା ଓ ସରକାରୀ ସମ୍ପତ୍ତିକୁ ନଷ୍ଟ କରିବା ଦୁର୍ଭାଗ୍ୟର ବିଷୟ  ।ବିଜେଡ଼ି ସରକାରରେ କିଛି ଲୋକମାନେ ଲମ୍ବା ସମୟ ଧରି କ୍ଷମତାରେ ରହିବାରୁ ଅହଙ୍କାରୀ ହୋଇଯାଇଛନ୍ତି । ହିଟଲର ମନୋବୃତି ତଥା ଏକଚାଟିଆ ଓ ସ୍ୱେଚ୍ଛାଚାରିତା ବିଜେଡି ମନ୍ତ୍ରୀ ଓ ବିଧାୟକଙ୍କ ଆଦର୍ଶ ହୋଇଛି ।ସବୁଠୁ ବଡ କଥା ହେଉଛି, ରାଜ୍ୟରେ ଶାସନ କରୁଥିବା ଲୋକମାନେ ଧୃତରାଷ୍ଟ୍ରଙ୍କ ପରି ଅନ୍ଧପୁଟୁଳି ବାନ୍ଧି ଦେଇଛନ୍ତି । ଏ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ରହୁଥିବା ସରକାର ।ଆଇନଶୃଙ୍ଖଳା ଭଲ ଅଛି କହି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଥିବା ସରକାର । ରାଜ୍ୟ ସରକାର ନିଦରୁ ଉଠନ୍ତୁ ଏବଂ ଅମ୍ବୋଭନା ଥାନା ଭାଙ୍ଗିବା ଘଟଣାରେ ଭଟଲି ବିଧାୟକଙ୍କୁ ଗିରଫ କରିବା ସହ ଭୁବନେଶ୍ୱର ପାୱାର ହାଉସ ଛକ ଠାରେ ଗାଡି ଧକ୍କାରେ ମୃତ୍ୟୁବରଣ କରିଥିବା ଭଉଣୀଙ୍କୁ ସରକାର ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଜିଲ୍ଲା ସଭାପତି ବାବୁ ସିଂ କହଛନ୍ତି। ଓଡ଼ିଆ ଭଳି ଶାନ୍ତିପ୍ରିୟ ରାଜ୍ୟରେ ଅରାଜକତା ସୃଷ୍ଠି କରିବାରୁ ବିଜେଡ଼ି ନେତା ମନ୍ତ୍ରୀ ନିବୃତ ରୁହନ୍ତୁ,ନଚେତ୍ ଆଗାମୀ ଦିନରେ ଦଗୀ ନେତା ମନ୍ତ୍ରୀଙ୍କୁ ରାଜରାସ୍ତାରେ ଅଟକାଇ ଜବାବ ମଗାଯିବ। ଓଡ଼ିଶାର ଜନସାଧାଣଙ୍କ ସୁରକ୍ଷା ପାଇଁ ଭାରତୀୟ ଜନତା ପାର୍ଟି ଲଢେଇ କରୁଛି ଏବଂ ଆଗାମୀ ଦିନରେ କରୁଥିବ ମଧ୍ୟ ବୋଲି ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି କହଛନ୍ତି।

ଆଜିର ବିକ୍ଷୋଭ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ, ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜ୍ୟ ପ୍ରବକ୍ତା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଦିଲ୍ଲୀପ ବେହେରା, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ସୁଭାଷିନୀ ପୃଷ୍ଟି, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସ୍ଵଂୟ ସେବକ ରାୟ,କର୍ପୋରେଟର ରାମ ରଣସିଂହ, ଗୀତାଞ୍ଜଳୀ ସାହୁ, ବିଜେପି ନେତା ରାଜେନ୍ଦ୍ର ଦାସ,ନିରଞ୍ଜନ ରାଉତରାୟ,ବିଜୟ ରାଉତ, ସୋମ୍ ଶେଖର ବେହେରା, ତାପସ ଦଳାଇ, ନିର୍ମଳ ପଣ୍ଡା,ବିନ୍ଦୁଲତା ବଳିୟାରସିଂ, ଗୀତାରାଣୀ ବେହେରା, ମନୋଜ ପଶ୍ଚିମକବାଟ,ଶର୍ମିଷ୍ଠା ମହାନ୍ତି, ଗୀତାଞ୍ଜଳୀ ଦାସ, ଅନୁପମା ଜେନା, ସୁଚିଶ୍ମିତ ପାତ୍ର, ବନ୍ଦନା କାନୁନଗୋ, ଜ୍ବତିରେଖା ନାୟକ, ଜ୍ଵତ୍ରୀମଇ ଅଗରୱାଲ,ତୁଳସୀ ବିଶୋଇ, ସସ୍ମିତା ପରିଡ଼ା , ଜ୍ଵତ୍ରୀମଇ ପଟ୍ଟନାୟକ, ଭାରତୀ ସାମଲ, ଦିବ୍ୟଭାରତି ଜେନା, ରଶ୍ମିତା ପଣ୍ଡା, ନିରୁପମା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। 

Sponsored
bjp press conference | Argus News