Videos
|
Odisha

ରାଜ୍ୟରେ ଠିକ୍ ଭାବରେ ଲାଗୁ ହେଉନି ଖାଦ୍ୟ ସୁରକ୍ଷା ଆଇନ

Jitendra Dash
Browse all articles by Jitendra Dash
·2 years ago·1 min read
ରାଜ୍ୟରେ ଠିକ୍ ଭାବରେ ଲାଗୁ ହେଉନି ଖାଦ୍ୟ ସୁରକ୍ଷା ଆଇନ

ଅର୍ଗସ ବ୍ୟୁରୋ : ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ ଠିକ୍ ଭାବରେ ଲାଗୁ କରାଯାଉ ନାହିଁ । କେନ୍ଦ୍ରରେ ଥିବା ମୋଦି ସରକାର ସମ୍ପୂର୍ଣ୍ଣ ମାଗଣାରେ ଚାଉଳ ଦେଉଛନ୍ତି । କିନ୍ତୁ ରାଜ୍ୟ ଏହାକୁ ହାଇଜାକ୍‌ କରି ନିଜେ ନାଁ ନେବାକୁ ଚେଷ୍ଟା କରୁଛନ୍ତି । ନବୀନ ବାବୁଙ୍କ ସରକାର ବ୍ରାଣ୍ଡ ଚୋରିର ସରକାର ବୋଲି ବିଜେପି ଅଭିଯୋଗ କରିଛି । 

ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ଥିବା ବିଜେଡି ସରକାରକୁ କାଠଗୋଡାକୁ ଟାଣିଛନ୍ତି । ପୃଥ୍ବୀରାଜ ଅଭିଯୋଗ କରିଛନ୍ତି, 5T ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ଲୋଗୋ ଥିବା ବ୍ୟାଗ ଦେଇ ମାଗଣା ଚାଉଳ ବଣ୍ଟନ କରିବା ନେଇ ଷଡ଼ଯନ୍ତ୍ର କରାଯାଉଛି। ଜିଲ୍ଲା ଅଧିକାରୀ ମଧ୍ୟ ଏପରି ଲୋଗୋ ଥିବା ବ୍ୟାଗରେ ମାଗଣା ଚାଉଳ ବଣ୍ଟନ କରିବାକୁ ଯୋଜନା କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏ ବ୍ୟାଗରେ ରାଜ୍ୟ ସରକାର ମାଗଣା ଚାଉଳ ଦେଇ ପାରିବେ ନାହିଁ  । ବିଜେପି ପ୍ରତି ଡିଲର ପଏଣ୍ଟରେ ଏହାକୁ ବିରୋଧ କରିବ । 5T, ଆମ ଓଡ଼ିଶା ନବୀନ ଓଡ଼ିଶା ଲୋଗୋ ଥିବା ବ୍ୟାଗକୁ ପୋଡ଼ିବ ବୋଲି ପୃଥ୍ବୀରାଜ ଧମକ ଦେଇଛନ୍ତି । ଆସନ୍ତାକାଲିଠାରୁ ରାଜ୍ୟ ସାରା ବିଜେପି ବିରୋଧ କରିବ ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: