Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନଭେମ୍ବର ୧୪ରୁ ୧୮ ସାରା ରାଜ୍ୟରେ ବିଜେପିର ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ

Odisha

ନଭେମ୍ବର ୧୪ରୁ ୧୮ ସାରା ରାଜ୍ୟରେ ବିଜେପିର ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ

Jitendra Dash
Browse all articles by Jitendra Dash
·2 years ago·3 min read
ନଭେମ୍ବର ୧୪ରୁ ୧୮ ସାରା ରାଜ୍ୟରେ ବିଜେପିର ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ

ଅର୍ଗସ ବ୍ୟୁରୋ : ଓଡିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ୫୦ପ୍ରତିଶତ ପିସିରେ ସରକାର ଚାଲିଛି । ଓଡିଶାରେ ଗ୍ରାମସଭାରୁ ନେଇ ବିଧାନସଭା, ମନ୍ତ୍ରୀ ସଭା ପର୍ଯ୍ୟନ୍ତ ସବୁଠି ଗଣତନ୍ତ୍ରର ହତ୍ୟା ହେଉଛି । ଏ ସମସ୍ତ ପ୍ରସଙ୍ଗକୁ ନେଇ ବିଜେପି ନଭେମ୍ବର ୧୪ରୁ ୧୮ ସମସ୍ତ ବ୍ଲକ ଆଗରେ ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ କରିବା ପାଇଁ ଯାଉଛି ।  ମୟୂରଭଞ୍ଜ ଜିଲ୍ଲାର ବେତନଟି ବ୍ଲକର ବଇଶିଙ୍ଗା ଜିପିର ଡାହିବାହି ଗାଁରେ “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ସେହି ଅଂଚଳରେ ହିଂସା ଓ ଅଶାନ୍ତି ସୃଷ୍ଟି କରିବା ପାଇଁ ଯାଉଛି ବୋଲି ସେଠିକାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଗ୍ରାମର ସମସ୍ତ ବାସିନ୍ଦାମାନେ ଆଦିବାସୀ ବର୍ଗର ହୋଇଥିବା ବେଳେ ସେଠାରେ “ଆମ ଓଡିଶା ନବୀନ ଓଡିଶା”ରେ ଏକ ମସଜିଦ ନିର୍ମାଣ ହେବାକୁ ଯାଉଛି ଯାହାକୁ ନେଇ ଗ୍ରାମବାସୀମାନେ ଏକ ଲିଖିତ ଅଭିଯୋଗ ଜିଲ୍ଲାପାଳଙ୍କ ପାଖରେ କରିଛନ୍ତି । “ଆମ ଓଡିଶା ନବୀନ ଓଡିଶା”ରେ ଓଡିଶାରେ ବଙ୍ଗଳାଦେଶୀ ଓ ରୋହିଙ୍ଗିଆ ଅବୈଧ ଅନୁପ୍ରବେଶକାରୀମାନଙ୍କୁ ଥଇଥାନ କରିବା ପାଇଁ ସରକାର ଯୋଜନା କରିଛନ୍ତି କି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମସଭାର ଅନୁମୋଦିତ ହିତାଧୀକାରି ତାଲିକାକୁ ବଦଳାଇବା ନେଇ ସିଏଜି ପ୍ରଶ୍ନ ଉଠାଇଥିଲେ । ରାଜ୍ୟର ୮ ଲକ୍ଷ ୫୯ ହଜାର ଗରିବ ହିତାଧୀକାରି ପକ୍କାଘର ପାଇବାରୁ ବଂଚିତ ହୋଇଛନ୍ତି । ଏବେ “ଆମ ଓଡିଶା ନବୀନ ଓଡିଶା” ଯୋଜନା ମଧ୍ୟ ସେଭଳି ଜନ ପ୍ରତିନିଧିମାନଙ୍କୁ ଅଣଦେଖା କରି ବ୍ୟୁରୋକ୍ରାଟମାନଙ୍କ ଦ୍ୱାରା ଚାଲୁଛି ଯାହା ଫଳରେ ଗାଁ ଗାଁରେ ଅଶାନ୍ତି ସୃଷ୍ଟି ହେବାରେ ଲାଗିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆମେ ଦୁଇଟା କଥା ପ୍ରଥମରୁ ଦାବି କରିଆସୁଥିଲୁ । ତାହା ହେଉଛି ଓଡିଶାରେ ଜଣେ ସଚିବଙ୍କ ହାତରେ ସବୁ କ୍ଷମତା ଦେଇ ମୁଖ୍ୟମନ୍ତ୍ରୀ ଗଣତନ୍ତ୍ରର ହତ୍ୟା କରୁଛନ୍ତି । ଏବଂ ଜନସାଧାରଣଙ୍କ ପଇସାକୁ ବିଭିନ୍ନ ଆଳ ଦେଖାଇ ଅଯାଚିତ ଭାବରେ ଖର୍ଚ୍ଚ କରାଯାଉଛି । ଏବେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନଙ୍କ ଇସ୍ତଫା ଦେବା ପରେ ଯେଉଁ ଭଳି ଭାବରେ ମୁଖ୍ୟମନ୍ତ୍ରୀ ପୁଣି ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ଦେଲେ ଏଥିରୁ ସ୍ପଷ୍ଟ ହୋଇଗଲା ଯେ ରାଜ୍ୟରେ ନିର୍ବାଚିତ ଜନପ୍ରତିନିଧିମାନଙ୍କର କିଛି ଭୂମିକା ନାହିଁ । ଗଣତନ୍ତ୍ରର ହତ୍ୟା ପ୍ରକିୟାଟା ଆହୁରି ସଶକ୍ତ କରାଗଲା । ପାଣ୍ଡିଆନଙ୍କ ଇସ୍ତଫା ଦେବା ଥିଲା ବିଜେପିର ବିଜୟ । କିନ୍ତୁ ମୁଖ୍ୟମନ୍ତ୍ରୀ ଗଣତନ୍ତ୍ରର ହତ୍ୟା କରି ପୁଣି ଥରେ ଅଗଣତାନ୍ତ୍ରିକ ବ୍ୟବସ୍ଥାର ପ୍ରଚଳନ କଲେ । ଆଜି ସରକାରଙ୍କର ସମସ୍ତ ଗୁରୁତ୍ୱପୁର୍ଣ୍ଣ ବିଭାଗ ଯଥା ଅର୍ଥ, ପୂର୍ତ, ଜଳସେଚନ, ଶୀକ୍ଷା, ସ୍ୱାସ୍ଥ୍ୟ, ପଂଚାୟତରାଜ, ଗ୍ରାମ୍ୟ ଉନ୍ନୟନ, ଶିଳ୍ପ ଆଦିରେ ମନ୍ତ୍ରୀମାନଙ୍କର କୌଣସି ଭୂମିକା ନାହିଁ । କେବଳ ଅଫିସରମାନେ ସେଠାରେ ମାଲିକ ସାଜିଛନ୍ତି  ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ବିଜୁ ଜନତା ଦଳ ଦକ୍ଷ ପ୍ରଶାସକ ଭାବରେ ୫ଟିର ଅଧ୍ୟକ୍ଷଙ୍କୁ ଚିତ୍ରଣ କରୁଛି । ପାଣ୍ଡିଆନଙ୍କର ପୁରା ୨୩ ବର୍ଷର ଚାକିରି କାଳରେ ସେ ରାଜ୍ୟ ପାଇଁ କଣ କରିଛନ୍ତି ? ଗରିବ ଲୋକଙ୍କ ପାଇଁ କଣ କରିଛନ୍ତି ଏହାର ଉତର ଯଦି ଖୋଜାଯିବ ତାହେଲେ ତାର ଉତର ମିଳିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ କ୍ଷମତାକୁ ମାଡି ବସି ଅଣ ଓଡିଆ ଠିକାଦାରଙ୍କୁ ଠିକା କାମ ଦିଆକରାଇବା, ଅଣ ଓଡିଆ ବ୍ୟୁରୋକ୍ରାଟମାନଙ୍କୁ ମେଳି କରି ରାଜ୍ୟରୁ ଲୁଟ ପାଟ କରିବା, ପ୍ରାକୃତିକ ସମ୍ପଦକୁ ଲୁଟି ଖାଇବା ଛଡା ଆଉ କିଛି ଭଲ ସେ କରିଛନ୍ତି କି? ମହାଭାରତର ଶଙ୍କୁନି ମଧ୍ୟ ଜଣେ ଦକ୍ଷ ପ୍ରଶାସକ ଥିଲା । ମିରଜାଫର ମଧ୍ୟ ଜଣେ ଦକ୍ଷ ପ୍ରଶାସକ ଥିଲା । ଏମିତି ଇତିହାସରେ ବହୁତ ଦକ୍ଷ ପ୍ରଶାସକମାନେ ଥିଲେ ଯେଉଁମାନେ ସମାଜର ବହୁ କ୍ଷତି କରିଛନ୍ତି । ସେ ମହାଶୟ ସବୁ ପ୍ରକଳ୍ପର ଏବେ ରାତି ଅଧିଆ ସର୍ଭେ କାହିଁକି କରୁଛନ୍ତି ? କାହା ଡରରେ ଏଭଳି ଅନ୍ଧାରି ବିଜେ? ଲୋକଙ୍କ ପ୍ରତିବାଦକୁ ଭୟ ନା ଆଉ କଣ ତାହା ସ୍ପଷ୍ଟ କରାଯାଉ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ଓଡିଶାରେ ହ୍ୱାଇଟ ଆନାର୍କିଷ୍ଟ ଚାଲିଛି । ମୁଖ୍ୟମନ୍ତ୍ରୀ ଯାହା ବି ନିଷ୍ପତି ନେଉଛନ୍ତି ତାହା ହେଉଛି ପୁରା ଓଡିଶା ସହିତ ବିଶ୍ୱାସଘାତକତା । ନବୀନ ବାବୁ ଓଡିଆ ଜାତିକୁ ଏତେ ଦୁର୍ବଳ ଏବଂ ହିନମନ୍ୟତା କାହିଁକି ଭାବନ୍ତି ? ମୁଖ୍ୟମନ୍ତ୍ରୀ ହେବା ପୁର୍ବରୁ ନା ନବୀନ ବାବୁ କେବେ ଓଡିଶାକୁ, ଓଡିଆ ଲୋକଙ୍କୁ ଭଲ ପାଉଥିଲେ ନା ଆଜିବି ପାଉଛନ୍ତି । ଓଡିଶାରେ ଚାଲିଥିବା ଗଣତନ୍ତ୍ରର ହତ୍ୟାର ମୁଖ୍ୟମନ୍ତ୍ରୀ ହେଉଛନ୍ତି ମୁଖ୍ୟ ଅପରାଧୀ । ସେ ହେଉଛନ୍ତି ଏହି ଅରାଜକତାର ନିଜେ ନିର୍ଦ୍ଦେଶକ, ନିଜେ ପ୍ରଯୋଜକ, ନିଜେ ଦର୍ଶକ ମଧ୍ୟ । ଆସନ୍ତା  ନଭେମ୍ବର ୧୪ରୁ ୧୮ ସାରା ରାଜ୍ୟରେ ହେବାକୁ ଯାଉଥିବା ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ରାଜ୍ୟରେ ଚାଲିଥିବା ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିରୋଧରେ ଥିବା ଜନ ଆକ୍ରୋଶକୁ ବିଜେପି ଏକ ଗଣବିକ୍ଷୋଭର ରୁପ ଦେବ ବୋଲି ଅନିଲ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସୋନାଲି ସାହୁ ଉପସ୍ଥିତ ଥିଲେ । 

Argus Whatsapp Channel Mobile Top
Sponsored
bjp press meet | Argus News