Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀମନ୍ଦିର ଭିତରେ ଉଷୁନା ଚାଉଳ ପୂରାଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉ : ଅଭିଳାଷ ପଣ୍ଡା

Jitendra Dash
Browse all articles by Jitendra Dash
·2 years ago·2 min read
ଶ୍ରୀମନ୍ଦିର ଭିତରେ ଉଷୁନା ଚାଉଳ ପୂରାଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉ : ଅଭିଳାଷ ପଣ୍ଡା

ଅର୍ଗସ ବ୍ୟୁରୋ : ଓଡ଼ିଶାର ଅଗଣିତ ଜଗନ୍ନାଥପ୍ରେମୀଙ୍କ ଆସ୍ଥା, ବିଶ୍ୱାସ ଉପରେ କୁଠାରାଘାତ କରିବା ସହିତ ପବିତ୍ର ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ଧୂଳିସାତ କରିଛି ବିଜୁ ଜନତା ଦଳ । ପରିକ୍ରମା ପ୍ରକଳ୍ପ ସମୟରେ ବିଜୁ ଜନତା ଦଳ ତରଫରୁ ଯେଉଁଭଳି ଭାବରେ ଚାଉଳ ସଂଗ୍ରହ କରାଗଲା, ପରବର୍ତୀ ସମୟରେ ସେହି ବାରମିଶା ଚାଉଳ କାହିଁକି ସଂଗୃହିତ କରାଯାଉଛି ସେ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଗଜପତି ମହାରାଜା ସେହି ଚାଉଳ ସଂଗ୍ରହରେ ମନ୍ଦିର ପରିଚାଳନା ସମିତିର ସହମତି ନାହିଁ ବୋଲି ପ୍ରକାଶ କରିଥିଲେ । ସେହି ବାରମିଶା ଚାଉଳକୁ ସରକାର ଏବେ ଶ୍ରୀମନ୍ଦିରରେ ମହାପ୍ରସାଦ ଆକାରରେ ଭୋଗ ଲଗାଉଛନ୍ତି । ଏହା ମନ୍ଦିର ପ୍ରଶାସନର ନିର୍ଦ୍ଦେଶରେ ହେଉଥିବାବେଳେ ହଜାର ହଜାର ବର୍ଷର ମନ୍ଦିର ନୀତି ଓ ପରମ୍ପରାକୁ ନଷ୍ଟ କରିଛି ଯାହାକୁ ଓଡ଼ିଶାର ଯୁବବର୍ଗ ଆଦୌ ବରଦାସ୍ତ କରିବେ ନାହିଁ । 

ବିଜେଡି ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ସାଢ଼େ ଚାରିକୋଟି ଓଡ଼ିଆଙ୍କ ଭାବାବେଗର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଯେଉଁ ରାଜନୀତି କରୁଛି ତାହାକୁ ଯୁବସମାଜ କଦାପି ବରଦାସ୍ତ କରିବେ ନାହିଁ ବୋଲି ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ରାଜ୍ୟ  ସଭାପତି ଶ୍ରୀ ଅଭିଳାଷ ପଣ୍ଡା କହିଛନ୍ତି । ମନ୍ଦିର ପରମ୍ପରାର ବ୍ୟତିକ୍ରମ ଘଟାଇ “ଅର୍ପଣ ରଥ” ମାଧ୍ୟମରେ ନିଜର ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଯେଉଁଭଳି ଭାବରେ ମହାପ୍ରଭୁଙ୍କୁ ସାଧନ କରି ଚାଉଳ ଏବଂ ଦକ୍ଷିଣା ଆଦାୟ କରାଯାଇଥିଲା । ସେତେବେଳେ ଉଷୁନା ଚାଉଳ ସଂଗ୍ରହ କରାଯାଇଥିବା ଏବଂ ସେହି ସଂଗୃହିତ ଚାଉଳକୁ ନେଇ ବିଜେଡି ପଂଚାୟତ ଅଫିସରେ ରଖିବା କଥା ହେଉ କିମ୍ବା ସେହି ଚାଉଳକୁ ତାଙ୍କ କର୍ମୀମାନେ ବିକ୍ରି କରିବାର ଦୃଶ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । 

ଶ୍ରୀମନ୍ଦିରର ଅନେକ ସେବାୟତମାନେ ଏକଥା କହିଥିଲେ ଯେ, ସଂଗୃହିତ ବାରମିଶା ଚାଉଳରେ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗିପାରିବ ନାହିଁ । ନୀତି ଅନୁଯାୟୀ ମନ୍ଦିରରେ କେବଳ ଗୋଟି ଚାଉଳ (ଏକପ୍ରକାର ଅରୁଆ ଚାଉଳ) ବ୍ୟବହାର କରାଯାଏ । ତଥାପି ଏ ସମସ୍ତ ବିଷୟକୁ ଅଣଦେଖା କରି ସରକାରୀ ଦଳର ରାଜନୈତିକ ଚାପରେ ଉଷୁନା ଚାଉଳକୁ ମନ୍ଦିରରେ ଭୋଗ ଲଗାଗଲା । ଏହାକୁ ବିଜେପି ଯୁବମୋର୍ଚ୍ଚା ଘୋର ବିରୋଧ ଓ ପ୍ରତିବାଦ କରିବା ସହ ଆଜି ଭୁବନେଶ୍ୱରର ମାଷ୍ଟର କ୍ୟାଂଟିନଠାରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡାଙ୍କ ନେତୃତ୍ୱରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଧୂଳିସାତ କରୁଥିବା ନବୀନ ସରକାର ବିରୁଦ୍ଧରେ ବିକ୍ଷୋଭ କରାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରାଯାଇଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏଥିସହ ଯେଉଁ ବ୍ୟକ୍ତିମାନେ ଶ୍ରୀମନ୍ଦିର ଭିତରେ ଉଷୁନା ଚାଉଳ ପୂରାଇଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଶ୍ରୀ ପଣ୍ଡା ଦାବି କରିଛନ୍ତି । ଏହି ବିକ୍ଷୋଭରେ ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ୍ ସିଂ, ରାଜ୍ୟ ସମ୍ପାଦକ ପ୍ରଶାନ୍ତ ପାଇକରାୟ, ସୁବ୍ରତ ବିଶ୍ୱାଳ, ଆଶୁତୋଷ ବେହେରା, ରାଜ୍ୟ ସଂଯୋଜକ ଚଣ୍ଡିପ୍ରସାଦ ବେହେରା, ରଜିତ ନାୟକଙ୍କ ସମେତ ଶତାଧିକ ଯୁବ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । 

Sponsored
bjp press meet | Argus News