ଦୀର୍ଘ ୨୩ବର୍ଷ ଶାସନରେ ଥିବା ବିଜେଡ଼ି ଦଳ ଭୁବନେଶ୍ୱର ବାସିନ୍ଦାଙ୍କୁ ପ୍ରତାରଣା କରିଛନ୍ତି

ଅର୍ଗସ ବ୍ୟୁରୋ : କେବଳ ପ୍ରଚାର ସର୍ବସ୍ୱ ରାଜ୍ୟ ସରକାର ବିଜ୍ଞାପନ ମାଧ୍ୟମରେ ପ୍ରଚାର ପ୍ରସାରରେ ମାତିଛି କିନ୍ତୁ ଅପରପକ୍ଷେ ସ୍ୱାସ୍ଥ୍ୟ, ଶିକ୍ଷା, ମହିଳାସଶକ୍ତିକରଣ ନାରେ ହରିଲୁଟ୍ ହେଉଛି ।‘ଗାଡକଣସ୍ଥିତ କୃତ୍ରିମ ଅଳିଆ ପାହାଡ’ ସ୍ଥାୟୀ ସମାଧାନ କରନ୍ତୁ ।ମୁଖ୍ୟମନ୍ତ୍ରୀ ନବୀନ ବାବୁ ଭୁବନେଶ୍ୱରେ ଅଳିଆ ପାହାଡ ଛିଡା କରାଇଛନ୍ତି । ନବୀନ ଶାସନ ଓ ଅଳିଆ ଗନ୍ଧରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ସାରା ସହର ଗନ୍ଧମୟ । ଜିଲ୍ଲା ବିଜେପି ଏହା କୁ ନେଇ ବିଗତ ୧୪ ଦିନ ଧରି ସତ୍ୟାଗ୍ରହ କରି ଆସୁଛି ଯାହାକୁ ଭୁବନେଶ୍ୱର ବାସୀଙ୍କ ବିପୁଳ ସମର୍ଥନ ଦେଖିବାକୁ ମିଳୁଛି।ଦୀର୍ଘଦିନର ବିଜେଡି ସରକାର ସାଧାରଣ ଲୋକଙ୍କ ଦୁଃଖର କାରଣ ସାଜିଛି । ରାଜ୍ୟ ସରକାର ଏହି ‘ଡମ୍ପିଂ ୟାର୍ଡ’ ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଏହି ସତ୍ୟାଗ୍ରହକୁ ଜାରି ରଖିବ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱରର ଲୋକେ ଭୋଟ ଓ ଟିକସ ଦେଇ ରୋଗକୁ ଉପାହାରରେ ପାଉଛନ୍ତି । ଟିକସ ନେଇ ନିଜ ଦାୟୀତ୍ୱ ଭୁଲି ଯାଉଛି ବିଏମସି । ସ୍ମାର୍ଟସିଟି ଭୁବନେଶ୍ୱରର ସ୍ୱଚ୍ଛତା ରକ୍ଷା ପାଇଁ ରାଜ୍ୟ ସରକାର, ମେୟର, କମିଶନର, ବିଭାଗୀୟ ଅଧିକାରୀ, ବିଏମସି କର୍ତୃପକ୍ଷ ମିଳିତ ଭାବେ ଦାୟୀତ୍ୱ ନିଅନ୍ତୁ ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଦାବି କରିଛନ୍ତି। ଏହି ଦୁର୍ଗନ୍ଧ ପରିବେଶ ପାଇଁ ଭୁବନେଶ୍ୱରବାସିନ୍ଦାଙ୍କ ଦୁଃଖ ଓ ଧର୍ଯ୍ୟର ସୀମାକୁ ରାଜ୍ୟ ସରକାର ପରୀକ୍ଷା ନକରି ଏହାର ସୁବ୍ୟବସ୍ଥା କରନ୍ତୁ ।
ଭୁବନେଶ୍ଵରକୁ ଆବର୍ଜନା ଓ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବାରେ ବିଜୁ ଜନତା ଦଳ ୧ ନମ୍ବର। ବିଜୁ ଜନତା ଦଳର ବିଧାୟକ ମାନେ ଓ ମେୟର ନୈତିକତା ଦୃଷ୍ଟିରୁ ରାଜଧାନୀ ବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ସ୍ଥାନୀୟ ଅଞ୍ଚଳରେ ଏଥିପାଇଁ ରୋଗରେ ଆକ୍ରାନ୍ତ ଲୋକଙ୍କ ଚିକିତ୍ସା ଖର୍ଚ୍ଚ ବହନ କରନ୍ତୁ।ରାଜଧାନୀ ଭୁବନେଶ୍ୱରବାସିନ୍ଦାଙ୍କୁ ‘ସୁରକ୍ଷିତ ସ୍ୱାସ୍ଥ୍ୟ ଏବଂ ସନ୍ତୁଳିତ ପରିବେଶ’ ପ୍ରଦାନ କରିବାକୁ ବିଜେପି ପ୍ରତିଶୃତିବଦ୍ଧ । ଏଥି ସହ ‘ସବୁଜ ଭୁବନେଶ୍ୱର ଗଠନ’ ଭାରତୀୟ ଜନତା ପାର୍ଟିର ପ୍ରାଥମିକତା।ଅଳିଆ ପାହାଡ଼ କରି ଦାୟିତ୍ବ ନନେଲେ ଭୁବନେଶ୍ୱର ବାସୀ ସେ ଦାୟିତ୍ବ ନେବାକୁ ପସ୍ତୁତ ତେଣୁ ମେୟର ମହୋଦୟ ଙ୍କୁ ବିନମ୍ବର ଅନୁରୋଧ ସେ ଦାୟିତ୍ବ ଛାଡ଼ିଦିଅନ୍ତୁ ବୋଲି ଶ୍ରୀ ସିଂ କହିଛନ୍ତି । ସହର ସାରା ଗନ୍ଧେଇଲାଣି। ରାଜଧାନୀ ବାସୀ ଅଣନିଶ୍ୱାସି ହେଲେଣି। ଭୁବନେଶ୍ୱର ର ତିନି ଜଣ ବିଧାୟକ ଓ ମେୟର ମହାଶୟା କୁଆଡେ଼ ଗଲେ? ବିଜେଡ଼ି କୁ ଭୋଟ୍ ଦେଇ କଣ ଲୋକେ ଭୁଲ କଲେ?
📱 Get Argus News App
✨ଏଭଳୀ ଏକ ଘଡ଼ି ସନ୍ଧି ସମୟରେ ଶାସନରେ ଥିବା ଲୋକ ପ୍ରତିନିଧି ଦାୟିତ୍ବ ନନେବା ଦୁର୍ଭାଗ୍ୟ ଜନକ। ମୁଖ୍ୟମନ୍ତ୍ରୀ ମାତ୍ର ଆଠ କିମି ଦୂରରେ ରହୁଛନ୍ତି କିନ୍ତୁ ସେ ମଧ୍ୟ ନୀରବ। ଏହା ପ୍ରମାଣ କରୁଛି ଏଠି ଶାସନ ବ୍ୟବସ୍ଥା ଭୁସୁଡୁଛି। ଦୟା କରି ସରକାର ଆଉ ଲୋକଙ୍କ ଧର୍ଯ୍ୟ ପରୀକ୍ଷା କରନ୍ତୁ ନାହିଁ। କାରଣ ଲୋକ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବେ। ସେଥି ପାଇଁ ପ୍ରଶାସନ ଦାୟୀ ରହିବ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି କହିଛନ୍ତି ।
ଆଜିର ଏହି ସତ୍ୟାଗ୍ରହରେ, ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦିକା ଆରତୀ ସିଂ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଭାଷିନୀ ପୃଷ୍ଟି, ବିଜେପି ନେତା ସୁଶାନ୍ତ ସାବତ, ପଶୁରାମ ନନ୍ଦ, ଜିତେନ୍ ମିଶ୍ର, ସୁରେଶ ସାହୁ, ମାନସୀ ରାୟପାଢ଼ୀ, ଲିପା ଦାସ,ଉନ୍ନତି ପରିଡ଼ା,ତୃପ୍ତିମଇ ମକଦ୍ଦମ,ସୁଚିସ୍ମିତା ପାତ୍ର, ବବିତା ଜେନା, ପ୍ରତୀକ୍ଷା ମହାପାତ୍ର, ଯଯାତୀ ବିଶ୍ଵାଳ ଙ୍କ ସହ ଜିଲ୍ଲା ର ସମସ୍ତ ନେତୃତ୍ବ ଉପସ୍ଥିତ ଥିଲେ।