Videos
|
Odisha

ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଲେ ରାଜ୍ୟ ବିଜେପି ସଭାପତି

Jitendra Dash
Browse all articles by Jitendra Dash
·2 years ago·2 min read
ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଲେ ରାଜ୍ୟ ବିଜେପି ସଭାପତି

ଅର୍ଗସ ବ୍ୟୁରୋ : ଗାଡକଣ ସୈନିକ ସ୍କୁଲ ଠାରେ ଥିବା ଡମ୍ପିଂ ୟାର୍ଡକୁ ସଂପୂର୍ଣ୍ଣ ଉଚ୍ଛେଦ ଦାବିରେ ଚତୁର୍ଥ ଦିନରେ ପହଞ୍ଚିଛି ବିଜେପିର ସତ୍ୟାଗ୍ରହ । ଦଳର ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଡ଼ମ୍ପିଂ ୟାର୍ଡ ସମସ୍ୟାର ସ୍ଥାୟୀ ସମାଧାନ ନହେବା ଯାଏଁ ବିଜେପି ନିର୍ଣ୍ଣାୟକ ଲଢେଇ କରିବ ବୋଲି ଚେତାବନୀ ଦେଇଛନ୍ତି ମନମୋହନ । ଦଳର ନେତା ଓ କର୍ମୀଙ୍କ ସହ ଡମ୍ପିଂ ୟାର୍ଡ ଭିତରକୁ ଯାଇ ସ୍ଥିତି ଯାଞ୍ଚ କରିବା ସହ ମାସ୍କ ବାଣ୍ଟିଛନ୍ତି ବିଜେପି ରାଜ୍ୟ ସଭାପତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଓଡ଼ିଶା ସରକାର ନିଜେ ଅସୁସ୍ଥ ହୋଇ ଭୁବନେଶ୍ଵର ଲୋକଙ୍କୁ ଅସୁସ୍ଥ କରୁଛନ୍ତି । ଖଣ୍ଡଗିରି ପାହାଡ ଠାରୁ ଉଚ୍ଚ ହେଲାଣି ଅଳିଆ ପାହାଡ । ଡେଙ୍ଗୁରେ ଏତେ ଲୋକ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବାର ମୁଖ୍ୟ କାରଣ ହେଉଛି ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ବୋଲି କହିଛନ୍ତି ମନମୋହନ ସାମଲ । ଭୁବନେଶ୍ୱର ଲୋକ ଗାଡକଣ ଡମ୍ପିଂୟାର୍ଡ ପାଇଁ ଅସ୍ୱାସ୍ଥ୍ୟକର ବାତାବରଣରେ ତ୍ରାହି ତ୍ରାହି ଡାକୁଛନ୍ତି । ବିଜେପିର ସତ୍ୟାଗ୍ରହ ଚତୁର୍ଥ ଦିନରେ ପହଞ୍ଚିବା ସତ୍ତ୍ୱେ ସରକାରଙ୍କର ନିଦ ଭାଙ୍ଗୁ ନାହିଁ । ନିଦାବିଷ୍ଣୁ ପାଲଟିଛନ୍ତି ସରକାର । 

କେନ୍ଦ୍ର ସରକାର ହାଜର ହାଜର କୋଟି ଟଙ୍କା ଅନୁଦାନ ଦେଉଛନ୍ତି । ସ୍ମାର୍ଟ୍ ସିଟି, ସ୍ଵଚ୍ଛ ଭାରତ ନାଁରେ ଆସୁଛି ପର୍ଯ୍ୟାପ୍ତ ଟଙ୍କା । କିନ୍ତୁ ସେ ଅର୍ଥ ଯାଉଛି କୁଆଡେ ? କାହା ସ୍ଵାର୍ଥରେ ବିଏମସି ମେୟର ଏବଂ କମିଶନର ? କୁଆଡେ ହଜି ଗଲେ ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳର ୩ ବିଜେଡି ବିଧାୟକ ? ଦିନକୁ ଦିନ ଡମ୍ପିଂ ୟାର୍ଡରେ ଆବର୍ଜନାର ପରିମାଣ ବଢିବାରେ ଲାଗିଛି । ଊତ୍କଟ ଗନ୍ଧ ସହ, ଅସ୍ଵାସ୍ଥ୍ୟକର ପରିବେଶ ପାଇଁ ଡେଙ୍ଗୁ ଭଳି ନାନା ରୋଗ ବ୍ୟାପୁଛି । ନିକଟରେ ଥିବା ଜନବସତି, ସ୍କୁଲ, ମନ୍ଦିର ସବୁଠି ଅସହ୍ୟ ପରିସ୍ଥିତି । ତେବେ ବିଜେପି ଦାବି ଏବଂ ଜନସାଧାରଣଙ୍କ ଅସୁବିଧା ଉପରେ ସରକାର କେବେ ନଜର ଦେଉଛନ୍ତି ତାହା ଉପରେ ରହିଛି ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
bjp protest dumping yard case | Argus News