ନବୀନ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ବିଜେପିର ହୁଙ୍କାର

ଅର୍ଗସ ବ୍ୟୁରୋ : ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ ଚାଷୀ । ନୂଆପଡ଼ାରେ ବିଜେପିର ୮ ଘଣ୍ଟିଆ ବନ୍ଦ ପାଳନକୁ ମିଳିଛି ଜୋରଦାର ସମର୍ଥନ । ସକାଳ ୬ଟାରୁ ଦିନ ୨ଟା ଯାଏ ଅଖଚକ ଠପ୍ ହୋଇଛି । ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି, ଶୋଷଣ ଓ କଷଣ ବିରୋଧରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ଖଡ଼ିଆଳ, ସିନାପାଲି, ବୋଡେନ ବ୍ଲକରେ ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ସହ ଜିଲ୍ଲାର ସମସ୍ତ ମଣ୍ଡି ବନ୍ଦ ରହିଛି । ଜିଲ୍ଲା ବିଜେପି ସଭାପତି ସୁବ୍ରତ କୁମାର ଠାକୁରଙ୍କ ନେତୃତ୍ୱରେ ବ୍ୟାନର ପୋଷ୍ଟର ଧରି ନାରାବାଜି କରିଛନ୍ତି ବିଜେପି କର୍ମୀ । ଜିଲ୍ଲାରେ ମଣ୍ଡି ସମସ୍ୟା, ଜଳ ସେଚନ ସମସ୍ୟା ସମାଧାନ ଦାବିରେ ବନ୍ଦ ପାଳନ କରିବା ସହ ଧାନ କିଣା ଦୁର୍ନୀତିର ସିବିଆଇ ତଦନ୍ତ ଦାବି କରିଛି ବିଜେପି ।
ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ମଣ୍ଡିରେ କଟନୀ ଛଟନୀ ପ୍ରତିବାଦରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ସହ ଜିଲ୍ଲପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ମଣ୍ଡିରେ ୭ରୁ ୮ କେଜି ଧାନ କଟଣୀ ଛଟନୀ ହେଉଥିବାବେଳେ ଚଳିତବର୍ଷ ଜିଲ୍ଲାରେ କଟଣୀ ଛଟନୀକୁ ବିରୋଧ କରିଛନ୍ତି ଚାଷୀ । ଜିଲ୍ଲାର କୌଣସି ବି ମଣ୍ଡିରେ କଟନୀ ଛଟନୀ ହେଲେ ଚାଷୀ ଆନ୍ଦୋଳନକୁ ତୀବ୍ରତର କରାଯିବାକୁ ଚେତାବନୀ ଦେଇଛନ୍ତି ଚାଷୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ଗୁରୁବାର କଳାହାଣ୍ଡିରେ ୧୨ ଘଣ୍ଟିଆ ବନ୍ଦ ସଫଳ ହେବା ପରେ ଶୁକ୍ରବାର ନୂଆପଡ଼ାରେ ବିଜେପି ପକ୍ଷରୁ ୮ ଘଣ୍ଟିଆ ବନ୍ଦ ପାଳନ କରି ସରକାରଙ୍କୁ ଚେତାଇ ଦିଆଯାଇଛି । ସରକାରଙ୍କ ଜଳ ସେଚନ ପ୍ରତିଶ୍ରୁତିକୁ ୧୯ ବର୍ଷ ବିତିଥିଲେବି ଏବେବି ରାଜ୍ୟର ୬୯ଟି ବ୍ଲକରେ ହୋଇପାରନି ୩୫ ପ୍ରତିଶତ ଜଳଚେସନ । ଏପଟେ ଓଡ଼ିଶା ଚାଷୀଙ୍କ ଆୟ ବୃଦ୍ଧି କରିବାରେ ବିଫଳ ହୋଇଛନ୍ତି ନବୀନ ସରକାର । ସରକାରୀ ତଥ୍ୟ ଅନୁସାରେ ଓଡିଶା ଚାଷୀ ମାସକୁ ମାତ୍ର ୫ ହଜାର ୧୧୨ ଟଙ୍କା ରୋଜଗାର କରୁଛନ୍ତି । ଶୀତଳ ଭଣ୍ଡାର ଅଭାବରୁ ଚାଷୀ ଅଧିକ ଅମଳ ହେଲେ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛି । ଏସବୁ ସମସ୍ୟାର ସମାଧାନ ଦାବି କରିଛି ବିଜେପି ।