Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେବ ବିଜେପି : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Jitendra Dash
Browse all articles by Jitendra Dash
·2 years ago·1 min read
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେବ ବିଜେପି : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ : ବିଜେଡି ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜୁ ଜନତା ଦଳର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝି କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ଫେକ ଭିଡିଓ ଦେଖାଇ ମନ୍ତବ୍ୟ ଦେଇଥିଲେ । ବାହାରିଆ ନେତା ଗୁମାସ୍ତା ନେତାଙ୍କ କଥାରେ ପଡି ଏଭଳି ବୟାନ ଦେଉଛନ୍ତି । ପ୍ରଦୀପ ମାଝୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ କରାଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ନିର୍ବାଚନ ପ୍ରଚାର ଆଭିଯାନ ବେଳେ ଗତକାଲି ପ୍ରଚାର କରିଲା ବେଳେ ବିଜୁ ଜନତା ଦଳର ଲୋକସଭା ପାର୍ଥି ମାନନୀୟ ଗୃହମନ୍ତ୍ରୀ ଙ୍କ ବିରୋଧରେ ଫେକ ଭିଡିଓ ଦେଖାଇ ମନ୍ତବ୍ୟ ଦେଇଥିଥିଲେ । ବାହାରିଆ ନେତା ଗୁମାସ୍ତା ନେତାଙ୍କ କଥାରେ ପଡି ଏଭଳି ଶ୍ରୀ ମାଝୀ ଏଭଳି ବୟାନ ଦେଉଛନ୍ତି । ପ୍ରଦୀପ ମାଝୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଚି କହିଲେ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟ ନିର୍ବାଚନ ଅଧିକାରିଙ୍କ ନିକଟରେ ଫେରାଦ ହେବୁ । ଭୁବନେଶ୍ୱର ଯାଇ ଥାନାରେ ମାମଲା ବି କରିବୁ । ଫେକ ଭିଡ଼ିଓ ଯାରି କରିଥିବା ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇ ସାରିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP rakes up issue of ‘Odia Asmita’ as part of poll strategy to corner BJD | Argus News