Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଡିଶା ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି

Odisha

ଓଡିଶା ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି

Jitendra Dash
Browse all articles by Jitendra Dash
·2 years ago
ଓଡିଶା ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି

ଅର୍ଗସ ବ୍ୟୁରୋ : ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି । ନିର୍ବାଚନକୁ ଦୃଷ୍ଟିରେ ରଖି ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ଘୋଷଣା କରିଛନ୍ତି ବିଜେପି କେନ୍ଦ୍ରୀୟ ନେତୃତ୍ବ । ଉଭୟ କେନ୍ଦ୍ରୀୟ ନେତୃତ୍ବ ଏବଂ ରାଜ୍ୟ ନେତୃତ୍ବଙ୍କ ସମେତ କିଛି ସିନେ ଷ୍ଟାରଙ୍କୁ ପ୍ରଚାରକ ତାଲିକାରେ ରଖାଯାଇଛି । ଓଡ଼ିଶା ପାଇଁ ଜାରି ଷ୍ଟାର ପ୍ରଚାରକ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହି ୪୦ ଜଣିଆ ଷ୍ଟାର କ୍ୟାମ୍ପେନରେ ରହିଛନ୍ତି ଓଡ଼ିଶାର ୪ ଅଭିନେତା ଓ ଅଭିନେତ୍ରୀ ନାମ । ସେମାନେ ହେଲେ ଅନୁଭବ ମହାନ୍ତି, ଶ୍ରୀତମ ଦାସ, ହରିହର ମହାପାତ୍ର ଓ ପିଙ୍କି ପ୍ରଧାନଙ୍କ ନାମ ରହିଛି । କିଛିଦିନ ତଳେ ବିଜେପିରେ ଯୋଗଦେଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଯାଇ ଧରିଥିଲେ ପଦ୍ମ ଅନୁଭବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP Releases List Of 40-Star Campaigners For Odisha Polls | Argus News