Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମଦ ମାଫିଆଙ୍କ ଘରେ ଟଙ୍କାର ପାହାଡ଼, ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସମୀର ମହାନ୍ତି

Odisha

ମଦ ମାଫିଆଙ୍କ ଘରେ ଟଙ୍କାର ପାହାଡ଼, ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସମୀର ମହାନ୍ତି

Jitendra Dash
Browse all articles by Jitendra Dash
·2 years ago
ମଦ ମାଫିଆଙ୍କ ଘରେ ଟଙ୍କାର ପାହାଡ଼, ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସମୀର ମହାନ୍ତି

ଅର୍ଗସ ବ୍ୟୁରୋ : ମଦ ମାଫିଆଙ୍କ ପାଖରୁ କେଟି କୋଟି ଟଙ୍କା ବାହାରିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ମୁଖପାତ୍ର ସମୀର ମହାନ୍ତି । ସେ କହିଛନ୍ତି ମଦ ମାଫିଆଙ୍କ ପାଖରେ ୨୦୦ରୁ ୫୦୦ କୋଟି ଟଙ୍କା ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର ଓ ମଦ ମାଫିଆଙ୍କ ମଧୁଚନ୍ଦ୍ରିକା ପାଇଁ ରାଜ୍ୟର ଗରିବ ଓ ସାଧାରଣ ଲୋକଙ୍କ ଝାଳବୁହା ଟଙ୍କା ମଦ ମାଫିଆଙ୍କ ପାଖରେ ରହୁଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାକୁ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ଦେଉଥିବା ଅର୍ଥକୁ ଶାସକ ଦଳର ନେତାମାନେ ହେରଫେର କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଗରିବଙ୍କ ପଇସା ହରିଲୁଟ କରିଥିବା କୌଣସି ବି ବ୍ୟକ୍ତିଙ୍କୁ କ୍ଷମା ଦିଆଯିବ ନାହିଁ । ସବୁ ଅର୍ଥରାଶି କୁ ଗୋଟିଗୋଟି କରି ଅସୁଲ କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP Samir Mohanty | Argus News