Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରଙ୍ଗ ମରା ସରକାର : ପୁରୁଣା କାନ୍ଥରେ ନୂଆ ରଙ୍ଗ ମାରି ରୂପାନ୍ତରିକରଣ କଲେ ଶିକ୍ଷା ଉନ୍ନତି ହେବନାହିଁ

Odisha

ରଙ୍ଗ ମରା ସରକାର : ପୁରୁଣା କାନ୍ଥରେ ନୂଆ ରଙ୍ଗ ମାରି ରୂପାନ୍ତରିକରଣ କଲେ ଶିକ୍ଷା ଉନ୍ନତି ହେବନାହିଁ

Jitendra Dash
Browse all articles by Jitendra Dash
·2 years ago·1 min read
ରଙ୍ଗ ମରା ସରକାର : ପୁରୁଣା କାନ୍ଥରେ ନୂଆ ରଙ୍ଗ ମାରି ରୂପାନ୍ତରିକରଣ କଲେ ଶିକ୍ଷା ଉନ୍ନତି ହେବନାହିଁ

ଅର୍ଗସ ବ୍ୟୁରୋ : ବର୍ତ୍ତମାନ ସମୟରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ସମୟରେ ଓଡ଼ିଶାରେ ୪୯.୯ ପ୍ରତିଶତ ପିଲା ଦଶମରୁ ପଢ଼ା ଛାଡ଼ିବା ଘଟଣା ମତେ ବିସ୍ମିତ କରୁଛି ବୋଲି କହିଛନ୍ତି ରାଜ୍ୟ ବିଜେପି ଉପ ସଭାପତି ସମୀର ମହାନ୍ତି । ଓଡ଼ିଆ ଲୋକଙ୍କୁ ଅନ୍ଧ କହି ରୂପାନ୍ତରିକରଣର ଡିଣ୍ଡିମ୍ ପିଟୁଥିବା ଜଣେ ଅଣଓଡ଼ିଆ ଅଫିସଙ୍କ ଦୃଷ୍ଟିରେ ଏହା କଣ ଆମ ଓଡ଼ିଶା ନବୀନ ଓଡ଼ିଶାର ବିକାଶ ? ବୋଲି କହିଛନ୍ତି ରାଜ୍ୟ ବିଜେପି ଉପ ସଭାପତି ।

ସେ ଆହିରି କହିଛନ୍ତି, ରାଜ୍ୟ ସରକାରଙ୍କୁ ମୋର ପରାମର୍ଶ କେବଳ ପୁରୁଣା କାନ୍ଥରେ ନୂଆ ରଙ୍ଗ ମାରି ରୂପାନ୍ତରିକରଣ ଦ୍ୱାହି ଦେଲେ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବନାହିଁ, ବାସ୍ତବରେ ଯଦି ଓଡ଼ିଶାର ବିକାଶ ପ୍ରତି ଆନ୍ତରିକତା ଅଛି ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରନ୍ତୁ । ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରି କହିଛନ୍ତି ୨୦୨୧-୨୨ ଶିକ୍ଷା ବର୍ଷ ସମଗ୍ର ଦେଶରେ ୨୦.୬ ପ୍ରତିଶତ ଛାତ୍ରଛାତ୍ରୀ ପଢ଼ା ଛାଡିଥିବା ବେଳେ କେବଳ ଓଡ଼ିଶାରୁ ୪୯.୯ ପ୍ରତିଶତ ଛାଡ଼ିବା ଅତ୍ୟନ୍ତ ଚିନ୍ତାଜନକ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଜି ବିଦ୍ୟାଳୟରେ ଶିକ୍ଷକ ନାହାଁନ୍ତି, ସରକାରୀ ସ୍କୁଲକୁ ଛାତ୍ରଛାତ୍ରୀ ଆସୁନାହାଁନ୍ତି । ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତିରେ ଛାତ୍ରଛାତ୍ରୀଙ୍କୁ ଅଧିକ ମାତ୍ରାରେ ଆକୃଷ୍ଟ ଓ ପ୍ରୋତ୍ସାହିତ କରିବା ପାଇଁ ଅନେକ ବ୍ୟବସ୍ଥା ଅବଲମ୍ବନ କରିଛନ୍ତି । କିନ୍ତୁ ଆମ ରାଜ୍ୟରେ ରୂପାନ୍ତରିକରଣ ନାଁରେ କେବଳ ପ୍ରଚାର ପ୍ରସାର ହେବା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି ସମୀର ।

Sponsored
bjp samir mohanty tweet | Argus News