ଗଡ଼ିଲା ବିଜେପିର ସଂକଳ୍ପ ରଥ

ଅର୍ଗସ ବ୍ୟୁରୋ : ଗଡିଲା ସଂକଳ୍ପ ରଥ, ଓଡ଼ିଶାବାସୀଙ୍କ ଅଭିମତ ସଂଗ୍ରହ କରିବ ବିଜେପି । ‘ବିକଶିତ ଓଡିଶା ଓ ବିକଶିତ ଭାରତ’ ସଂକଳ୍ପ ପତ୍ର ପାଇଁ ଅଭିମତ ସଂଗ୍ରହ ଅଭିଯାନର ଶୁଭାରମ୍ଭ । ୨୪ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି । ଆଜିଠୁ ଆରମ୍ଭ ହେଲା ବିଜେପିର ସଂକଳ୍ପ ପତ୍ର - ଅଭିମତ ସଂଗ୍ରହ ଅଭିଯାନ ଯାତ୍ରା । ବିକଶିତ ଓଡ଼ିଶା ଓ ବିକଶିତ ଭାରତ ସଂକଳ୍ପ ପତ୍ର ପାଇଁ ଅଭିମତ ସଂଗ୍ରହ - ମୋଦି ଗ୍ୟାରେଣ୍ଟି” ପ୍ରଚାର ଗାଡ଼ି ଯାତ୍ରାର ଶୁଭାରମ୍ଭ ହୋଇଛି । ରାଜ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ହେଲା ଶୁଭାରମ୍ଭ ।
ରାଜ୍ୟର ୧ କୋଟି ଲୋକଙ୍କ ପାଖକୁ ଯାଇ ବିଜେପି ସଂକଳ୍ପ ପତ୍ର ପାଇଁ ପରାମର୍ଶ ଲୋଡିବ ଦଳ । ୧୫ ଦିନ ଯାଏଁ ଚାଲିବ ଏହି ଅଭିଯାନ ଯାତ୍ରା । ଆଜି ରାଜ୍ୟ କାର୍ଯ୍ୟାଳୟରେ ଏହି ଅଭିମତ ସଂଗ୍ରହ ଗାଡ଼ିର ଶୁଭାରମ୍ଭ ହୋଇଛି । ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ କନକ ବର୍ଦ୍ଧନ ସିଂହଦେଓ ପତାକା ଦେଖାଇ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ।
୨୦୪୭ ସୁଦ୍ଧା ଭାରତକୁ ବିଶ୍ଵଗୁରୁ ତଥା ବିକଶିତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର । ବିକଶିତ ଓଡିଶା ଓ ବିକଶିତ ଭାରତ ପାଇଁ ମୋଦିଙ୍କ ଗ୍ୟାରେଣ୍ଟିକୁ ଆୟୁଧ କରିଛି ଦଳ । ବିଜେପି ତୃତୀୟକୁ କ୍ଷମତାକୁ ଆସିଲେ କଣ ସବୁ ଯୋଜନା ଲାଗୁ ହେବା ଦରକାର ସେ ନେଇ ସାଧାରଣ ଲୋକଙ୍କ ମତାମତ ଲୋଡିବ ବିଜେପି । ଏଥିପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟରୁ ଓଡ଼ିଶାର ୨୧ ଲୋକସଭା କ୍ଷେତ୍ର ଅନ୍ତର୍ଗତ ୧୪୭ ବିଧାନସଭାକୁ ୩୪ଟି ଭିଡିଓ ଭ୍ୟାନ ବା ପ୍ରଚାର ଗାଡିର ଶୁଭାରମ୍ଭ କରାଯାଇଛି ।
📱 Get Argus News App
✨ଏହି ସବୁ ଗାଡିରେ ମତାମତ ପେଟି ଓ ସଂକଳ୍ପ ପତ୍ର ପଠାଯାଇଛି । ଏହା ପ୍ରତ୍ୟେକ ବିଧାନସଭାରେ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ପ୍ରାୟ ୩୦ଟି ସଭା ମାଧ୍ୟମରେ ସାଧାରଣ ଜନତାଙ୍କ ମତାମତ ସଂଗ୍ରହ କରିବ । ପ୍ରତ୍ୟେକ ପଞ୍ଚାୟତ ଏବଂ ସହରାଞ୍ଚଳରୁ ମୋଦି ସରକାରଙ୍କ ଠାରୁ ୧୪୦ କୋଟି ଲୋକଙ୍କର ଆଶା, ଆକାଂକ୍ଷା ଓ ସ୍ୱପ୍ନର ସଂକଳ୍ପ ପତ୍ର ପାଇଁ ଅଭିମତ ଗ୍ରହଣ କରାଯାଇ ଦିଲ୍ଲୀକୁ ପଠାଯିବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ମତାମତକୁ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ସଂକଳ୍ପ ଭାବେ ଗ୍ରହଣ କରିବ ବିଜେପି । ଜନ ସାଧାରଣ ପ୍ରଚାର ଗାଡି ନିକଟକୁ ଆସି ନିଜର ସୁଚିନ୍ତିତ ମତାମତ ସହିତ ନିଜର ନାମ, ଠିକଣା ଓ ଫୋନ ନମ୍ବର ପ୍ରଦାନ କରିବେ ଓ ସେଗୁଡିକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯିବ । ନାମୋ ଆପ୍ ଜରିଆରେ ମଧ୍ୟ ପରାମର୍ଶ ଦେଇ ପାରିବେ ଜନତା । ଏହା ସହ ୯୦୯୦୯୦୨୦୨୪ ନମ୍ବରରେ କଲ କରି ଭଏସ ମେସେଜ ଜରିଆରେ ମଧ୍ୟ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ନିଜର ମତ ବା ପରାମର୍ଶ ଦେଇ ପାରିବେ । ଏହା ସହ ୯୦୯୦୯୦୨୦୨୪ନମ୍ବରକୁ ମିସ୍ କଲ୍ ଦେଇ ନିଜର ଅଭିମତ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇ ପାରିବେ ।