SIR Row / SIR ଝଡ଼କୁ କାଉଣ୍ଟର କରିବାକୁ ବିଜେପିର ସୁପର-ପ୍ଳାନ୍
·2 hours ago·2 min read

Key Points
ଲୋକଙ୍କୁ ସଚେତନ କରିବାକୁ ବିଶାଳ କ୍ୟାମ୍ପେନ୍
ବିରୋଧୀଙ୍କ ନାରାକୁ ମାତ୍ ଦେବାକୁ ବ୍ଳୁ-ପ୍ରିଣ୍ଟ ପ୍ରସ୍ତୁତ
ମଇଦାନକୁ ଓହ୍ଳାଇବେ ଦଳର ଟାଣୁଆ ନେତା

ଭୁବନେଶ୍ଵର: SIRକୁ ନେଇ ଘନେଉଥିବା ରାଜନୈତିକ ତୋଫାନ ଭିତରେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ବଡ଼ ରଣନୀତି ପ୍ରସ୍ତୁତ କରିଛି ବିଜେପି । 'ଲୋକତନ୍ତ୍ର ବଞ୍ଚାଅ, ଭିଡ଼ତନ୍ତ୍ର ହଟାଅ' ନାରା ସହ ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି ଦଳର ମହା ଅଭିଯାନ । ସେପଟେ ବିଜେପିର ଏହି 'ମାଷ୍ଟରପ୍ଲାନ୍'କୁ ଆଖିଠାର ଦର୍ଶାଇ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ।
ବିରୋଧୀଙ୍କ ଏଜେଣ୍ଡାକୁ କାଉଣ୍ଟର କରିବାକୁ ବଡ଼ ଧରଣର ରଣନୀତି କରିଛି ବିଜେପି । ବିରୋଧୀଙ୍କ ଆକ୍ରମଣର ନିଆଁକୁ ପ୍ରଶମିତ କରିବା ସହ ସିଧାସଳଖ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ପାଇଁ ଦଳ ଆରମ୍ଭ କରିବାକୁ ଯାଉଛି ଏକ ବ୍ୟାପକ ଜନସମ୍ପର୍କ ଅଭିଯାନ । 'ଲୋକତନ୍ତ୍ର ବଞ୍ଚାଅ, ଭିଡ଼ତନ୍ତ୍ର ହଟାଅ' ଏହି କଡ଼ା ନାରାକୁ ଅସ୍ତ୍ର କରି ସାରା ଦେଶରେ ଚାଲିବ ରାଲି, ପଦଯାତ୍ରା ଓ ସାମ୍ବାଦିକ ସମ୍ମିଳନୀ ଭଳି ୭ଟି ବଡ଼ କାର୍ଯ୍ୟକ୍ରମ ।
ଏଥିସହ ପଢ଼ନ୍ତୁ: ମା'କୁ ମାରି ରୋଷେଇ ଘର ସ୍ଲାବରେ ପ୍ଲାଷ୍ଟର ଘଟଣା; ୩ ରାଜ୍ୟର ରେଡ୍ ପରେ ଧରାପଡ଼ିଲା ନୃଶଂସ ପୁଅ
ଏସଆଇଆରର ପ୍ରକୃତ ସତ୍ୟତା ବୁଝାଇ ବିରୋଧୀଙ୍କ ଭ୍ରମାତ୍ମକ ପ୍ରଚାରର ପୋଲ୍ ଖୋଲିବାକୁ ଦଳ ପ୍ରସ୍ତୁତ କରିଛି ବ୍ଳୁ-ପ୍ରିଣ୍ଟ । ଏହି ଦେଶବ୍ୟାପୀ କ୍ୟାମ୍ପେନର ସଫଳ ପରିଚାଳନା ପାଇଁ ଶୀର୍ଷ ନେତୃତ୍ୱଙ୍କୁ ନେଇ ଗଠନ କରାଯାଇଛି ସ୍ଵତନ୍ତ୍ର କୋର-ଟିମ୍ । ହରୀଶ ଦ୍ଵିବେଦୀ, ତରୁଣ ଚୁଗ୍, ଶିବରାଜ ସିଂହ ଚୌହାନ ଏବଂ ଭୂପେନ୍ଦ୍ର ଯାଦବଙ୍କ ଭଳି ଟାଣୁଆ ନେତାଙ୍କୁ ଦିଆଯାଇଛି ଦାୟିତ୍ୱ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୁଇଟି ପର୍ଯ୍ୟାୟରେ ମହା ଅଭିଯାନ
ପ୍ରଥମ ପର୍ଯ୍ୟାୟ: ଅକ୍ଟୋବର ୨୨ରୁ ନଭେମ୍ବର ୫ ଚାଲିବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୧୧ରୁ ଆରମ୍ଭ ହୋଇ ନଭେମ୍ବର ୩୦ରେ ସରିବ । ପ୍ରତ୍ୟେକ କାର୍ଯ୍ୟକ୍ରମରେ ଅନ୍ୟୂନ ୧୦ ହଜାର ଲୋକଙ୍କୁ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି । ଦେଶର ପ୍ରତ୍ୟେକ ମହାନଗରରେ ୨ରୁ ୩ଟି ମିଶନ ରାଲି ଏବଂ ପ୍ରଶାସନିକ ଜିଲ୍ଲା ସଦର ମହକୁମାରେ ବ୍ୟାପକ ପଦଯାତ୍ରା କରାଯିବ ।
ଓଡ଼ିଶାରେ ଏହି କାର୍ଯ୍ୟକ୍ରମକୁ କିଭଳି କ୍ଷେତ୍ର ସ୍ତରରେ ସଫଳ କରାଯିବ, ସେ ନେଇ ବସିଥିଲା ଗୁରୁତ୍ଵପୂର୍ଣ୍ଣ ଭର୍ଚୁଆଲ ବୈଠକ । ଏଥିରେ ରାଜ୍ୟ ପ୍ରଭାରୀ, ଦଳୀୟ ସଭାପତି, ବିଧାୟକ ଓ ସାଂସଦମାନେ ଉପସ୍ଥିତ ରହି ରଣନୀତିକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି ।
ଜନସଚେତନତାର ଏହି ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ପାଇଁ ଦଳ କ୍ଷେତ୍ର ସ୍ତରରେ ‘ଲୋକତନ୍ତ୍ର ରଥ’ ଗଡ଼ିବ । ଏହା ସହିତ ଆକ୍ରାମକ ସ୍ଲୋଗାନ ଜରିଆରେ ବିରୋଧୀଙ୍କ 'ଭୋଟ୍ ଚୋରି' ନାରାର ବାସ୍ତବ ଜବାବ ଦେବାକୁ ପ୍ରସ୍ତୁତ ହୋଇଛି ବଳିଷ୍ଠ ଆକ୍ସନ୍ ପ୍ଲାନ୍ ।
ଏଥିସହ ପଢ଼ନ୍ତୁ: ପୂଜାରେ ମାତିଛନ୍ତି ପାଠୁଆ ଲୁଟେରା; ଅନ୍ଧାରରେ ଆତଙ୍କ ଖେଳାଇ ଧରାପଡ଼ିଲେ
"ଘୁସପେଟ୍ ପର୍ ପ୍ରହାର, ରାଷ୍ଟ୍ରହିତ କି ଲଲକାର" "ହାର୍ କି ଜିମ୍ମେଦାରୀ ଲୋ, ଆୟୋଗ କୋ ଦୋଷ ଦେନା ବନ୍ଦ କରୋ" "ଜନତନ୍ତ୍ର କି ହୁଙ୍କାର, ଭିଡ଼ତନ୍ତ୍ର ପର୍ ପ୍ରହାର" ଭଳି ଧାରୁଆ ସ୍ଲୋଗାନରେ ବିରୋଧୀଙ୍କୁ କାଠଗଡ଼ାରେ ଠିଆ କରିବାକୁ ଯୋଜନା କରିଛି ଶାସକ ଦଳ । ଅପରପକ୍ଷରେ, ଶାସକ ଦଳର ଏହି ରଣନୀତିକୁ ପଲିଟିକାଲ ଷ୍ଟଣ୍ଟ୍ ଦର୍ଶାଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ।
ଦୀର୍ଘଦିନ ଧରି CJP ସହ ମିଶି ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଛନ୍ତି ମିଳିତ ବିରୋଧୀ ମେଣ୍ଟ । ଏବେ ଶାସକ ଦଳର ଏହି 'କାଉଣ୍ଟର ଷ୍ଟ୍ରାଟେଜି' ବିରୋଧୀଙ୍କ ବ୍ୟୁହକୁ କେତେ ଭେଦ କରିପାରୁଛି, ତା ଉପରେ ନଜର ।

Related Topics
Explore more stories