Crime In Odisha / ମା'କୁ ମାରି ରୋଷେଇ ଘର ସ୍ଲାବରେ ପ୍ଲାଷ୍ଟର ଘଟଣା; ୩ ରାଜ୍ୟର ରେଡ୍ ପରେ ଧରାପଡ଼ିଲା ନୃଶଂସ ପୁଅ
·1 hour ago·2 min read

Key Points
୫୭ ଦିନ ପରେ ଅଭିଯୁକ୍ତ ପୁଅ ମଦନ ଦଳେଇ ଗିରଫ
ଅଗଷ୍ଟ ୨୦ରେ କୁମ୍ଭାରପଡ଼ାରେ ଚାଞ୍ଚଲ୍ୟକର ଘଟଣା ଘଟିଥିଲା
ମା'କୁ ମାରି ରୋଷେଇ ଘର ସ୍ଲାବ ତଳେ ପ୍ଲାଷ୍ଟର କରିଥିଲା ପୁଅ

ପୁରୀ: ପୁରୀରେ ମାଆକୁ ହତ୍ୟା ପରେ ରୋଷେଇ ଘରେ ପ୍ଲାଷ୍ଟର କରିବା ଘଟଣା । ଧରାପଡ଼ିଲା ହତ୍ୟାକାରୀ ନୃଶଂସ ପୁଅ । ଅଭିଯୁକ୍ତ ପୁଅ ମଦନ ଦଳାଇକୁ ପୋଲିସ ଗିରଫ କରିଛି । ଦୀର୍ଘ ୫୭ ଦିନ ପରେ ମଦନଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ ।
ଝାଡ଼ଖଣ୍ଡରେ ଲୁଚିଥିଲା ମଦନ
ସୂଚନା ଅନୁସାରେ, ଝାଡ଼ଖଣ୍ଡର ଏକ ସ୍ନାକ୍ସ ଦୋକାନରେ ଅଭିଯୁକ୍ତ ମଦନ ଦଳାଇ କାମ କରୁଥିଲା । ଏନେଇ ସୂଚନା ପାଇବା ପରେ ଚଢାଉ କରିଥିଲା କୁମ୍ଭାରପଡ଼ା ପୋଲିସ । ଝାଡ଼ଖଣ୍ଡରେ ମଦନକୁ ଗିରଫ ପରେ ପୋଲିସ ପୁରୀ ଆଣୁଛି ।
ଏଥିସହ ପଢ଼ନ୍ତୁ: ରାସ୍ତା କଡ଼ରେ ରକ୍ତ ଜୁଡ଼ୁବୁଡ଼ୁ ମୃତ*ଦେହ; ଦଶହରାରେ କିଏ କାଟିଦେଲା ତଣ୍ଟି ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୋଲିସର ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୨୪ ତାରିଖରେ ଘଟଣା ସାମନାକୁ ଆସିଥିଲେ ହେଁ, ୨୦ ଅଗଷ୍ଟରେ ମାଆକୁ ହତ୍ୟା କରିଥିଲା ମଦନ । ଅଭିଯୁକ୍ତ ନିଜ ଦୋଷ ସ୍ଵୀକାର କରିଥିଲେ ମଧ୍ୟ ୦ ତାରିଖ ରାତିରେ କ'ଣ ଘଟିଥିଲା ? ସେ ବିଷୟରେ ସ୍ପଷ୍ଟ କରିନାହିଁ ପୋଲିସ ।
ମାଆକୁ ହତ୍ୟା ପରେ କରିଥିଲା ପ୍ଳାଷ୍ଟର
ତେବେ ୨୦ ତାରିଖରେ ମାଆର ମୃତ୍ୟୁ ହେବା ପରେ ହଡ଼ବଡ଼େଇ ଯାଇଥିଲା ମଦନ । ୨୧ ତାରିଖରେ ଗୁଣ୍ଡିଚା ମନ୍ଦିର ନିକଟ ଏକ ଦୋକାନରୁ ସିମେଣ୍ଟ ଆଣି ମୃତଦେହକୁ ପ୍ଳାଷ୍ଟର କରିଥିଲା । ଏହାପରେ ସେଠାରେ ଦୁଇ ଦିନ ରହିବା ପରେ ୨୩ ତାରିଖରେ ବସ୍ ଯୋଗେ ଫେରାର ହୋଇଥିଲା ।
ପରେ ଟ୍ରେନ୍ ଯୋଗେ ଟିଟିଲାଗଡ଼ ଓ ପରେ ରାୟପୁର ଯାଇଥିଲା ଅଭିଯୁକ୍ତ ମଦନ ଦଳାଇ । ନିଜ ଫୋନ୍ ବିକ୍ରି କରିବା ସହ ଏକ ଛୋଟ ଫୋନ୍ କିଣିଥିଲା । ମୁମ୍ବାଇରେ ପ୍ରାୟ ଏକ ମାସ ଛୋଟ ମୋଟ କାମ କରିଥିଲା ଏବଂ ପରେ ଝାଡ଼ଖଣ୍ଡ ଯାଇ ସେଠାରେ ଏକ ସ୍ନାକ୍ସ ଦୋକାନରେ କାର୍ଯ୍ୟ କରୁଥିଲା ।
୨୫ ବର୍ଷ ତଳେ ଛାଡ଼ିଥିଲେ ଗାଁ
କଲିକତାରେ ଥିବା ନିଜ ଭଉଣୀ ସହ ଯୋଗାଯୋଗ କରିଥିଲା । ନିକଟରେ ପୋଲିସ ମଦନର ପୈତୃକ ଘର ଗଜପତିର କାଶୀନଗରରେ ଚଢ଼ାଉ କରି ୨୫ ବର୍ଷ ତଳୁ ମଦନଙ୍କ ପରିବାର ଗାଁ ଛାଡ଼ିଥିବା ଜାଣିବାକୁ ପାଇଥିଲା ।
ଏଥିସହ ପଢ଼ନ୍ତୁ: ପୂଜାରେ ମାତିଛନ୍ତି ପାଠୁଆ ଲୁଟେରା; ଅନ୍ଧାରରେ ଆତଙ୍କ ଖେଳାଇ ଧରାପଡ଼ିଲେ
୩ ରାଜ୍ୟରେ ରେଡ୍

ମଦନଙ୍କ ଭାଇ ଠାରୁ ବିଭିନ୍ନ ସୂଚନା ପାଇଥିଲା ପୋଲିସ । ପରେ ଭଉଣୀର ମୋବାଇଲ ଟ୍ରେସ୍ କରି ଅଭିଯୁକ୍ତ ମଦନ ପାଖରେ ପୋଲିସ ପହଞ୍ଚିଥିଲା । ଗଜପତି, ଗଞ୍ଜାମ, ଝାଡ଼ଖଣ୍ଡ, ମହାରାଷ୍ଟ୍ରରେ ଚଢ଼ାଉ ଓ FRS ଆଦି ଟେକ୍ନିକାଲ୍ ବ୍ୟବସ୍ଥା ଆପଣାଇବା ପରେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି ପୋଲିସ ।
ତେବେ ସେ ବଞ୍ଜାରା ଭାବରେ ଜୀବନଯାପନ କରୁଥିବାରୁ ଡିଜିଟାଲ ଫୁଟ୍ ପ୍ରିଣ୍ଟ ପାଇବାରେ ବିଳମ୍ବ ହୋଇଥିଲା ବୋଲି କହିଛନ୍ତି ଏସ୍ପି ପ୍ରତୀକ ସିଂ । ତେବେ, ଭଡ଼ାଘର ସିସିଟିଭି କ୍ୟାମେରାରୁ ୨ ମାସ ରେକର୍ଡ ଯାଞ୍ଚ୍ କରିବା ପରେ ହିଁ ବିଭିନ୍ନ ସୂଚନା ଆଧାରରେ ମଦନକୁ ଧରିବାରେ ସଫଳ ହୋଇଥିଲା ପୋଲିସ ।

Related Topics
Explore more stories