Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ତଦନ୍ତ ତା ବାଟରେ ଚାଲିଛି ବୋଲି କହିଲେ ସରକାର : ମନୋଜ ମହାପାତ୍ର ବିଜେପି ମୁଖପାତ୍ର

Odisha

ତଦନ୍ତ ତା ବାଟରେ ଚାଲିଛି ବୋଲି କହିଲେ ସରକାର : ମନୋଜ ମହାପାତ୍ର ବିଜେପି ମୁଖପାତ୍ର

Jitendra Dash
Browse all articles by Jitendra Dash
·2 years ago·1 min read
ତଦନ୍ତ ତା ବାଟରେ ଚାଲିଛି ବୋଲି କହିଲେ ସରକାର : ମନୋଜ ମହାପାତ୍ର ବିଜେପି ମୁଖପାତ୍ର

ଅର୍ଗସ ବ୍ୟୁରୋ : ନବଙ୍କ ବାର୍ଷିକିଆରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ପୁଣି ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କଲା ବିଜେପି । ରାଜ୍ୟରେ ଆଇନଶୃଙ୍ଖଳାର ଅଧୋଗତି ହୋଇଛି । ତଦନ୍ତ ତା ବାଟରେ ଚାଲିଛି ବୋଲି କହିଲେ ସରକାର । ନବ ଦାସଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିଲା । କିନ୍ତୁ ଷଡ଼ଯନ୍ତ୍ର ବାବଦରେ ତଦନ୍ତରେ କରାଗଲା ନାହିଁ । 

କ୍ରାଇମବ୍ରାଞ୍ଚ କେବଳ ଲିପାପୋତିରେ ମାହିର । ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଭ୍ରମିତ କରାଇଲେ । ଗଣତନ୍ତ୍ର ମନ୍ଦିର ବିଧାନସଭାକୁ ମୁଖ୍ୟମନ୍ତ୍ରୀ ମିଛ କହି ଅପବିତ୍ର କରିଛନ୍ତି । ତେଣୁ ଆସନ୍ତା ବିଧାନସଭା ଅଧିବେଶନରେ ମିଛ କହିଥିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି କରିଛି ଦଳ । ବିଜେପି ସିବିଆଇ ତଦନ୍ତ ଦାବି କରିଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିନ୍ତୁ ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଲେ ଆମେରିକା ତଦନ୍ତକାରୀ ସଂସ୍ଥା ଏଫବିଆଇ ତଦନ୍ତ କରିବ । ଏଫବିଆଇ କୁଆଡେ ଗଲା ବୋଲି ପ୍ରଶ୍ନ କରିଛି ବିଜେପି । ଏଭଳି ଉଦ୍ଭଟ ପରିକଳ୍ପନା କାହିଁକି କଲେ ମୁଖ୍ୟମନ୍ତ୍ରୀ ? ଆଗାମୀ ୫ ତାରିଖ ବିଧାନସଭା ଆରମ୍ଭ ହେଲେ ମୁଖ୍ୟମନ୍ତ୍ରୀ ମିଛ କହିବା ପାଇଁ ଯୋଡ଼ ହସ୍ତରେ ମୁଣ୍ଡିଆ ମାରି ଓଡିଶାବାସୀଙ୍କୁ କ୍ଷମା ମାଗିବା ପାଇଁ ଦାବି ବିଜେପି । 

Argus Whatsapp Channel Mobile Top
Sponsored
BJP spokesperson Manoj Mohapatra's press conference | Argus News