Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନୋବଳକୁ ସୁଦୃଢ କଲେ

Odisha

କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନୋବଳକୁ ସୁଦୃଢ କଲେ

Jitendra Dash
Browse all articles by Jitendra Dash
·2 years ago·2 min read
କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନୋବଳକୁ ସୁଦୃଢ କଲେ

ଅର୍ଗସ ବ୍ୟୁରୋ : ଆଜି ଦିନିକିଆ ଗସ୍ତରେ ମୟୂରଭଞ୍ଜ ଗସ୍ତରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦୁଇ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନବଳକୁ ସୁଦୃଢ କରିବା ସହିତ ମିଶ୍ରଣ ପର୍ବରେ ନବାଗତଙ୍କୁ ସ୍ବାଗତ ଜଣାଇ ନିଷ୍ଠାପର ଭାବେ ଦଳର ବିଜୟୀ ପାଇଁ କାର୍ଯ୍ୟକରିବାକୁ ଆହ୍ବାନ କରିଛନ୍ତି ଶ୍ରୀଯୁକ୍ତ ସାମଲ । 

ଆଜି ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ମୟୂରଭଞ୍ଜ ଜିଲ୍ଲାର ବାରିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୁଣ୍ଟା ବ୍ଲକର କରକଚିଆ ଠାରେ "ଜନଆଶିର୍ବାଦ ଶୋଭା" କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କୁ ଉଦବୋଧନ ଦେବାପରେ ବାରିପଦା ସ୍ଥିତ ଜିଲ୍ଲା ବିଜେପି ମୁଖ୍ୟ କାର୍ଯ୍ୟାଳୟ ଠାରେ ମିଶ୍ରଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଶ୍ରୀ ସାମଲ । ଉକ୍ତ ମିଶ୍ରଣ ପର୍ବରେ ଶ୍ରୀଯୁକ୍ତ ସାମଲ ବିଜେପିର ନିର୍ବାଚନୀ ଇସ୍ତାହାର ବାବଦରେ ସମସ୍ତଙ୍କୁ ଅବଗତ କରାଇବା ସହ ମୋଦି ଗ୍ୟାରେଣ୍ଟିର ବାର୍ତ୍ତା ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଚଳିତ ନିର୍ବାଚନରେ ଓଡ଼ିଶାରେ ଡବଲ ଇଞ୍ଜିନର ସରକାର ହେବାନେଇ ନିଜର ଦୃଢକ୍ତି ପ୍ରକାଶ କରିବା ସହ ବିଜେପି ସପଥ ଗ୍ରହଣ ପରେ ରାଜ୍ୟବାସୀଙ୍କ ପାଇଁ ବିଜେପିର ପ୍ରଥମ କାର୍ଯ୍ୟକ୍ରମ କଣ ରହିବ ସେନେଇ ନିଜ ଭାଷଣରେ ପ୍ରକାଶ କରିଥିଲେ । 

ତେବେ ଉକ୍ତ ମିଶ୍ରଣ ପର୍ବରେ ଜିଲ୍ଲାର ଏକ ଅଗ୍ରଣୀ ଯୁବସଂଗଠନ 'ଭଞ୍ଜସେନା' ରେ ଦୀର୍ଘ ବର୍ଷ ଧରି ଜିଲ୍ଲା ଯୁବସଭାପତି ଭାବେ କାର୍ଯ୍ୟ କରିଆସିଥିବା ସୌମ୍ୟ ରଞ୍ଜନ ମିଶ୍ର (ସୋମୁ) ତାଙ୍କର ହଜାର ହଜାର ସମର୍ଥକଙ୍କୁ ଦ୍ବାରା ତକତପୁର ଛକ ନିକଟରୁ ଏକ ବିଶାଳ ପଟୁଆରରେ ବାହାରି ବିଜେପି ର ଏହି 'ମହାମିଶ୍ରଣ  ପର୍ବରେ' ଯୋଗଦେଇଥିଲେ । ସେହିପରି ବିଜେଡି ଦଳରୁ ମଧ୍ୟ ପୂର୍ବତନ ଯୁବନେତା ଶଙ୍କର୍ଷଣ ପଣ୍ଡା ଏବଂ ଅନେକ ବିଜେଡି କର୍ମୀ ମଧ୍ୟ ବିଜେଡି ଛାଡି ପଦ୍ମ ଧରିଥିଲେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଦକ୍ଷତାରେ ଅନୁପ୍ରାଣିତ ହୋଇ ବିଜେପି ଦଳରେ ଯୋଗଦାନ କରିଥିବା ନେଇ ପ୍ରକାଶ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ତେବେ ଏହି ଭଳି ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ପାଖାପାଖି ୫୦୦ ଅଧିକ କର୍ମୀ ବିଭିନ୍ନ ଦଳ ପରିତ୍ୟାଗ କରି ବିଜେପି ଦଳରେ ନିଜକୁ ସାମିଲ ହୋଇଥିଲେ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ, ଜିଲ୍ଲା ସଭାପତି କାନ୍ଦରା ସୋରେନ , ବିଜେପି ଲୋକସଭା ପ୍ରାର୍ଥୀ ନବ ଚରଣ ମାଝୀ, ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକରଣା ବିଜେପି ପ୍ରାର୍ଥୀ ଭାଦବ ହାଁସଦା ଓ ମୋରଡା ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ର ଙ୍କ ସହ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା  ବିଜେପି ଦଳୀୟ ଉତ୍ତରୀୟ , ଟୋପି ପିନ୍ଧାଇ ନବାଗତଙ୍କୁ ଦଳକୁ ସ୍ବାଗତ କରିଥିଲେ ।   
 

Argus Whatsapp Channel Mobile Top
Sponsored
BJP state president Manmohan Samal in Baripada | Argus News