Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେନ୍ଦ୍ରୀୟ ନେତୃତ୍ଵଙ୍କ ସହ ରାଜ୍ୟ ବିଜେପି ନେତାଙ୍କ ମାନସମନ୍ଥନ

Jitendra Dash
Browse all articles by Jitendra Dash
·2 years ago·1 min read
କେନ୍ଦ୍ରୀୟ ନେତୃତ୍ଵଙ୍କ ସହ ରାଜ୍ୟ ବିଜେପି ନେତାଙ୍କ ମାନସମନ୍ଥନ

ଅର୍ଗସ ବ୍ୟୁରୋ : ଆରପାର୍ ଲଢେଇ ପାଇଁ ବିଜେପିର ଜୋରଦାର ପ୍ରସ୍ତୁତି । ପୁଣି ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି । କେନ୍ଦ୍ର ନିର୍ବାଚନ କମିଟି ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଗସ୍ତରେ ମନମୋହନ ସାମଲ । ଦଳର ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଯାଇଛନ୍ତି । କେନ୍ଦ୍ରୀୟ ସଂସଦୀୟ ବୋର୍ଡର ଚୂଡାନ୍ତ ମୋହର ପରେ ଓଡିଶା ପାଇଁ ଖୁବଶୀଘ୍ର ଘୋଷଣା ହୋଇପାରେ କିଛି ଲୋକସଭା ପ୍ରାର୍ଥୀଙ୍କ ନାଁ । ଏକାକୀ ଲଢି ସରକାର ଗଢିବା ପାଇଁ କର୍ମୀ ଓ ନେତାଙ୍କୁ ବାର୍ତ୍ତା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ।

ସେପଟେ ବିଭିନ୍ନ ସଂସଦୀୟ କ୍ଷେତ୍ରର ନେତାଙ୍କୁ ଡାକି ନବୀନ ନିବାସରେ ଆଲୋଚନା ପରେ ବାହାରୁନି ଟିକେଟ ତାଲିକା । ଏକାଧିକ ଆଶାୟା ପ୍ରାର୍ଥୀ ଯୋଗୁଁ ଦଳୀୟ କନ୍ଦଳ ମ୍ୟାନେଜ ପାଇଁ ଉଦ୍ୟମ ଚାଲିଥିବା ଚର୍ଚ୍ଚା ହେଉଛି । ଯାହାର ଏକ ଉଦାହରଣ ଶୁକ୍ରବାର ଶଙ୍ଖ ଭବନରେ ଦେଖିବାକୁ ମିଳିଥିଲା । ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଚିଲିକା ପାଇଁ ଗ୍ରୀନ ସିଗନାଲ ମିଳିବା ପରେ ଏହାକୁ ଦୃଢ ବିରୋଧ କରିଥିଲେ ରଘୁନାଥ ସାହୁଙ୍କ ସମର୍ଥିତ ଗୋଷ୍ଠୀ । ଅନ୍ୟପଟେ ମେଣ୍ଟ ହେଲେ ଅସନ୍ତୁଷ୍ଟଙ୍କୁ କୋଳେଇ ଫାଇଦା ନେବା ପାଇଁ ଅଟକି ଥିବା କଂଗ୍ରେସର ପ୍ରାର୍ଥୀ ତାଲିକା ଦ୍ଵିତୀୟ ସ୍କ୍ରିନିଂ କମିଟି ବୈଠକ ପରେ ଚୂଡାନ୍ତ ହେବା ସୂଚନା ମିଳିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୪୦୦ ପାର ଟାର୍ଗେଟ ସହ ନିର୍ବାଚନ ଲଢୁଛି ବିଜେପି । ମୋଦି ଗ୍ୟାରେଣ୍ଟୀ ଏବଂ ରାଜ୍ୟ ସରକାରଙ୍କ ୨୫ ବର୍ଷର ପ୍ରତାରଣାକୁ  ଅସ୍ତ୍ର କରିଛି ପଦ୍ମ ଦଳ । ସେପଟେ ସରକାର ବିରୋଧୀ ହାୱାକୁ ପ୍ରଶମିତ କରିବା ସହ ପ୍ରାର୍ଥୀ ଚୟନ ଓ ଅସନ୍ତୁଷ୍ଟଙ୍କୁ ମ୍ୟାନେଜ କରିବା ବିଜେଡି ପାଇଁ ବଡ ଚ୍ୟାଲେଞ୍ଜ । ତେବେ ଏ ସବୁ ଭିତରେ ଉଭୟ ଦଳଙ୍କ ପ୍ରାର୍ଥୀ ଘୋଷଣାକୁ ରହିଛି ସମସ୍ତଙ୍କ ଅପେକ୍ଷା ।

Sponsored
BJP state president Manmohan Samal on his visit to Delhi | Argus News