Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଜନବିରୋଧୀ କାର୍ଯ୍ୟ ବିରୁଦ୍ଧରେ ରାଜ୍ୟ ସରକାରଙ୍କୁ ଘେରିବ ବିଜେପି

Odisha

ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଜନବିରୋଧୀ କାର୍ଯ୍ୟ ବିରୁଦ୍ଧରେ ରାଜ୍ୟ ସରକାରଙ୍କୁ ଘେରିବ ବିଜେପି

Jitendra Dash
Browse all articles by Jitendra Dash
·2 years ago·2 min read
ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଜନବିରୋଧୀ କାର୍ଯ୍ୟ ବିରୁଦ୍ଧରେ ରାଜ୍ୟ ସରକାରଙ୍କୁ ଘେରିବ ବିଜେପି

ଅର୍ଗସ ବ୍ୟୁରୋ : ଆସନ୍ତାକାଲିଠାରୁ ବିଧାନସଭା ଶୀତ ଅଧିବେସନ ଆରମ୍ଭ ହେବ । ରାଜ୍ୟର ବିଭିନ୍ନ ଜନପ୍ରସଙ୍ଗ, ସାଧାରଣ ଲୋକଙ୍କ ମୈାଳିକ ସମସ୍ୟା ଏବଂ ସାଂପ୍ରତିକ ସାମାଜିକ ଓ ରାଜନୈତିକ ପରିସ୍ଥିତିକୁ ନେଇ ବିଜେପି ବିଧାନସଭା ଅଧିବେସନରେ ପୁଙ୍କାନୁପୁଙ୍ଖ ଆଲୋଚନା କରିବା ସହିତ ସରକାରଙ୍କୁ ଜବାବ୍ ତଲବ କରିବ । ବିଶେଷ ଭାବେ ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭୀଚାର, ବ୍ୟାପକ ପିସି କାରବାର, ଆଦିବାସୀ ଜମି ହଡପ୍ ପାଇଁ ଷଡଯନ୍ତ୍ର, ଆଇନଶୃଙ୍ଖଳା, କୃଷି ଓ କୃଷକ ସମସ୍ୟା, ରତ୍ନଭଣ୍ଡାର, ସିଏଜି ରିପୋର୍ଟରେ ଦୁର୍ନୀତିର ଖୁଲାସା, ସ୍ୱାସ୍ଥ୍ୟ, ଶିକ୍ଷା, ବିଜୁଳି, ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ପଂଚାୟତରାଜ ବ୍ୟବସ୍ଥା ଓ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା, ପାନୀୟ ଜଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନୀତି ଆଦି ଜନବିରୋଧୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି ବିଧାୟକ ଦଳ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେପି ବିଧାୟକଗଣ ଉପସ୍ଥିତ ରହି ରଣନୀତି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବୈଠକ ସଂପର୍କରେ ସୁଚନା ଦେଇ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ୨୩ ବର୍ଷର ବିଜେଡି ଶାସନରେ ଓଡିଶାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭୀଚାର ଚରମ ସୀମା ଅତିକ୍ରମ କରିସାରିଛି ଯାହାକି ‘ବ୍ଲକ ଘେରାଓ’ କାର୍ଯ୍ୟକ୍ରମରେ ସ୍ପଷ୍ଟ ରୂପେ ପ୍ରତିଫଳିତ ହୋଇଛି । ବିଜେଡି ଶାସନକୁ ନେଇ ଓଡ଼ିଶାବାସୀଙ୍କ ମନରେ “ଜନଆକ୍ରୋଶ”ରେ ସୃଷ୍ଟି ହୋଇଛି । ଶାସକ ଦଳର ବିଧାୟକ ସୁଶାନ୍ତ ସିଂହଙ୍କ ଇଙ୍ଗିତରେ ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ପଦାରେ ପକାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ବୈଠକରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକାନ୍ତ କୁମାର ନାୟକ, ନିତ୍ୟାନନ୍ଦ ଗଣ୍ଡ, କେ.ନାରାୟଣ ରାଓ, ଡ.ମୁକେଶ ମହାଲିଙ୍ଗ, ସନାତନ ବିଜୁଳି, ସୁରଜ ସୂର୍ଯ୍ୟବଂଶୀ, ଜୟନ୍ତ ଷଡଙ୍ଗୀ, ଭାସ୍କର ମଢେଇ, ରାଜ୍ୟ ସମ୍ପାଦକ (ସଂଗଠନ) ମାନସ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଶାରଦା ପ୍ରସାଦ ଶତପଥୀ,ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Sponsored
BJP will attack the state government against anti-people activities for the benefit of the people of the state | Argus News