Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ୨୪ ନିର୍ବାଚନ ପାଇଁ ଗାଁକୁ ଯିବ ବିଜେପି

Odisha

୨୪ ନିର୍ବାଚନ ପାଇଁ ଗାଁକୁ ଯିବ ବିଜେପି

Jitendra Dash
Browse all articles by Jitendra Dash
·2 years ago·2 min read
୨୪ ନିର୍ବାଚନ ପାଇଁ ଗାଁକୁ ଯିବ ବିଜେପି

ଅର୍ଗସ ବ୍ୟୁରୋ : ରାଜ୍ୟର ପ୍ରତ୍ୟେକ ଗାଁକୁ ଯିବ ବିଜେପି । ଆସନ୍ତା ଫେବୃଆରୀ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଜାରି ରହିବ ଗାଁକୁ ଚାଲ ଅଭିଯାନ । ଗାଁକୁ ଚାଲ ଅଭିଯାନ ପାଇଁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ କର୍ମଶାଳାରେ ହୋଇଛି ଗୁରୁତ୍ଵପୂର୍ଣ୍ଣ ଆଲୋଚନା । ଗାଁ ଲୋକଙ୍କ ପାଖରେ କେତେ ପହଞ୍ଚିଛି ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନା । ଯୋଗ୍ୟ ହିତାଧିକାରୀଙ୍କୁ କାହିଁକି ମିଳିନି ପ୍ରଧାନମନ୍ତ୍ରୀ ଆବାସ । ସ୍ଵଚ୍ଛ ଭାରତ ଅଭିଯାନରେ ମିଳିଛି କି ନାହିଁ ଶୌଚାଳୟ ସହାୟତା ? ଜଳ ଜୀବନ ମିଶନରେ ଘରକୁ ପାଇପ ଯୋଗେ ମିଳୁଛି ତ ସ୍ଵଚ୍ଛ ପାନୀୟ ଜଳ । ଯଦି କେନ୍ଦ୍ରୀୟ ଯୋଜନାର ସହାୟତା ଲୋକଙ୍କୁ ମିଳୁନି ତେବେ କିଏ ସାଜୁଛି ବାଧକ । ଏ ସବୁର ସ୍ଥିତି ଅନୁଧ୍ୟାନ କରିବେ ବିଜେପି କର୍ମକର୍ତ୍ତା । 

ବିଜେଡି ସରକାର କିପରି କେନ୍ଦ୍ର ଦେଉଥିବା ବ୍ୟାପକ ସହାୟତାରେ ବାଧକ ସାଜୁଛି ସେ ନେଇ ଲୋକଙ୍କୁ ସଚେତନ କରିବ ଦଳ । ୧ କୋଟି ପରିବାର ସହ ଜନ ସଂପର୍କ କରିବେ ବିଜେପି କର୍ମୀ ଓ ନେତା । ମୋଦି ସରକାର ଦେଶକୁ ରାମ ରାଜ୍ୟରେ ପରିଣତ କରିବା ପାଇଁ ପରିକଳ୍ପନା କରୁଥିବା ବେଳେ ଦଳର ଅଭିଯୋଗ, ଓଡ଼ିଶାରେ ବିଜେଡ଼ି ସରକାର ରାବଣ ରାଜ୍ୟର ରାଜା ହିସାବରେ ନିଜକୁ ପ୍ରତିପାଦିତ କରିଛି । କେନ୍ଦ୍ରରୁ ଆସୁଥିବା ସହାୟତାକୁ ବିଜେଡ଼ିର ଧନୀ ନେତା ମାନେ ହଡ଼ପ କରୁଛନ୍ତି । ଗାଁକୁ ଚାଲ ଅଭିଯାନ ମାଧ୍ୟମରେ ଏ ସବୁକୁ ପର୍ଦ୍ଦାଫାଶ କରିବ ବିଜେପି । ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ରାମ ରାଜ୍ୟ ପ୍ରତିଷ୍ଠା କରି ସରକାର ଗଠନ ପାଇଁ ୩ ଦିନ ଧରି ଗାଁ ଗାଁକୁ ଯିବେ ବିଜେପି କର୍ମକର୍ତ୍ତା । ଏବେ ବୁଥ ସମ୍ପର୍କ ଅଭିଯାନ ସାରା ରାଜ୍ୟରେ ଚାଲିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦୧୯ ନିର୍ବାଚନରେ ୨ ନମ୍ବରରୁ ୧ ନମ୍ବର ବିରୋଧୀ ଦଳ ହୋଇଥିଲା ବିଜେପି । ଓଡ଼ିଶାରେ ବିଜେପିକୁ ୮ ଲୋକସଭା ଆସନ ସହ ୩୮.୩୭ ପ୍ରତିଶତ ଭୋଟ୍ ମିଳିଥିଲା। ବିଜେଡିର ଭୋଟହାର ଥିଲା ୪୨.୭୬ ପ୍ରତିଶତ ଏବଂ କଂଗ୍ରେସକୁ ମିଳିଥିଲା ମାତ୍ର ୧୪.୭୩ ପ୍ରତିଶତ ଭୋଟ୍ । ବିଜେଡି ଓ ବିଜେପି ମଧ୍ୟରେ ଥିଲା ମାତ୍ର ୧୦ ଲକ୍ଷ ଭୋଟର ବ୍ୟବଧାନ । ୨୦୧୯ର ଏହି ଗ୍ୟାପକୁ କାଟି ୨୦୨୪ରେ ସରକାର ଗଠନ କରିବାକୁ ରଣନୀତି କରୁଛି ବିଜେପି । 

Painting
Sponsored
BJP will go to villages for 24 elections | Argus News