Videos
|
Odisha

ବିହାର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକରି ଭୁବନେଶ୍ବରରେ ବିକ୍ଷୋଭ କଲା ବିଜେପି ମହିଳା ମୋର୍ଚ୍ଚା

Jitendra Dash
Browse all articles by Jitendra Dash
·2 years ago·2 min read
ବିହାର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକରି ଭୁବନେଶ୍ବରରେ ବିକ୍ଷୋଭ କଲା ବିଜେପି ମହିଳା ମୋର୍ଚ୍ଚା

ଅର୍ଗସ ବ୍ୟୁରୋ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଇସ୍ତଫା ଦାବିକରି ଭୁବନେଶ୍ୱରରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମହିଳା କାର୍ଯ୍ୟକର୍ତ୍ତା ମାନେ ବିକ୍ଷୋଭ ଓ ପ୍ରତିବାଦ କରି ନୀତିଶ କୁମାରଙ୍କ କୁଶପୁତ୍ତଳିକା ଦାହ କରିଥିଲା । ଜନସଂଖ୍ୟା ନିୟନ୍ତ୍ରଣ କରିବା ଲାଗି ନାରୀଶିକ୍ଷା ଉପରେ ଗୁରୁତ୍ବାରୋପ କରି ମଙ୍ଗଳବାର ଦିନ ବିଧାନସଭାରେ କହିବା ବେଳେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଖୁବ୍‌ ଅରୁଚିକର କଥା କହିପକାଇଥିଲେ । ସଙ୍ଗମ ସମୟରେ ଜଣେ ଶିକ୍ଷିତା ନାରୀ କିଭଳି ପୁରୁଷକୁ ପ୍ରତିରୋଧ କରିପାରିବ ସେ ବିଷୟରେ କୁମାର ବିଧାନସଭାରେ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ । ହେଲେ ଯେଉଁ ଉଦାହରଣ ଦେଇ ସେ ଏହାକୁ ବୁଝାଇଥିଲେ,ତାହା ଅତ୍ୟନ୍ତ ଲଜ୍ୟା ଜନକ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଯେତେବଳେ ସମଗ୍ର ଭାରତ ବର୍ଷରେ ନରିଶକ୍ତି କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗ୍ରାଧିକାର ପ୍ରତ୍ୟେକ କ୍ଷେତ୍ର ରେ ଦେଉଛନ୍ତି । ମହିଳା ମାନଙ୍କୁ ରାଜନୀତି କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉଛି ସେସମୟର ଜଣେ ମୁଖ୍ୟମନ୍ତ୍ରୀ କିଭଳି ଭାବରେ ଏଭଳୀ ମହିଳା ବିରୋଧୀ ମନ୍ତବ୍ୟ ଦେଇପାରୁଛନ୍ତି, ତେଣୁ କେବଳ ଭାରତୀୟ ଜନତା ପାର୍ଟି ନୁହେଁ ଭାରତ ବର୍ଷର ସମସ୍ତ ମହିଳା ଦାବୀ କରୁଛନ୍ତି ତୁରନ୍ତ ନୀତିଶ କୁମାର ଇସ୍ତଫା ଦିଅନ୍ତୁ ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱରୀୟା ବିଶ୍ଵାଳ କହିଛନ୍ତି । ମହିଳା ମାନଙ୍କ ପ୍ରତି ଏଭଳି ଖରାପ ମନୋଭାବ ରଖି ସେମାନେ ଆମ ଦେଶକୁ ଅପମାନିତ କରୁଛନ୍ତି ବୋଲି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଭାଷିନୀ ପୃଷ୍ଟି କହଛନ୍ତି ।

ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ. ଐଶ୍ୱରୀୟା ବିଶ୍ଵାଳ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଭାଷିନୀ ପୃଷ୍ଟି, ବିଜେପି ନାରୀ ନେତ୍ରୀ ଲିପା ଦାସ,ଉନ୍ନତି ପରିଡ଼ା, ଜ୍ୟୋତିରେଖା ନାୟକ, ଅନୁପମା ଜେନା, ଗୀତାରାଣୀ ବେହେରା, ଅର୍ଚ୍ଚନା ମିଶ୍ର, ଜ୍ୟୋତି ଅଗରୱାଲ, ତୁଳସୀ ବିଶୋଇ, ସସ୍ମିତା ପରିଡ଼ା, କୁନ୍ତଳା ସାହୁ, ବିଜୟଲକ୍ଷ୍ମୀ ନନ୍ଦ, ଦିବ୍ୟଭାରତି ଜେନା, ନିରୋଦପ୍ରଭା ପଣ୍ଡା,ସଶିପ୍ରଭା ରଥ, ଶୁଚିଶ୍ମିତା ପାତ୍ର, ଜୟାଲକ୍ଷ୍ମୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: