Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଜେଡି ନାଁରେ ଅଭିଯୋଗ ନେଇ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି କର୍ମୀ

Odisha

ବିଜେଡି ନାଁରେ ଅଭିଯୋଗ ନେଇ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି କର୍ମୀ

Jitendra Dash
Browse all articles by Jitendra Dash
·1 year ago·2 min read
ବିଜେଡି ନାଁରେ ଅଭିଯୋଗ ନେଇ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି କର୍ମୀ

ଅର୍ଗସ ବ୍ୟୁରୋ : ତାଳଚେର ନିର୍ବାଚନ ମଣ୍ଡଳୀରେ ରାଜ୍ୟ ସରକାରଙ୍କର କର୍ମଚାରୀ ମାନେ ବିଜେଡ଼ି ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ତାଳଚେର ବ୍ଲକ ଡିପିଏମ ମାନସୀ ରାଉତ, ଜେଇ ମାନସ ପ୍ରଧାନ ଓ ଡମ୍ବରୁ ପ୍ରଧାନ ବିଜେଡ଼ି ପାଇଁ କାର୍ଯ୍ୟ କରୁଛନ୍ତି । ଅମ୍ବିକେ, ସିଆରପି, ଆଶା, ଅଙ୍ଗନ ବାଡ଼ି ତଥା ସମସ୍ତ ବ୍ଲକ ଓ ପଞ୍ଚାୟତର କର୍ମଚାରୀଙ୍କୁ ବିଜେଡି ପାଇଁ କାର୍ଯ୍ୟ କରିବା ପାଇଁ ଏମାନେ ପ୍ରବର୍ତାଉଛନ୍ତି ବୋଲି ବିଜେପି ତଥ୍ୟ ସହ ତାଳଚେର ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି । 

ଏ ସମସ୍ତ ଅଧିକାରୀ ତାଳଚେର ବ୍ଲକ ରେ ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ଵ ସମୟ ରହି ଆସିଛନ୍ତି ଏବଂ ଏମାନଙ୍କ ଘର ତାଳଚେର ବିଧାନସଭାଏବଂ ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ କ୍ଷେତ୍ରରେ । ଏ ମାନଙ୍କର ଗତିବିଧି ଏବଂ କଲ ରେକର୍ଡ ଯାଞ୍ଚ କଲେ ସମସ୍ତ ତଥ୍ୟ ଜଣା ପଡିବ ବୋଲି ବିଜେପି ଦାବି କରିଛି । ସେହିପରି ବିଜେଡି ତାଳଚେର ବ୍ଲକ ସଭାପତି ତଥା ଏୟୁସିସି ବ୍ୟାଙ୍କ ସଭାପତି ସନ୍ତୋଷ ପ୍ରଧାନ ଦୁଇ ଦିନ ପୂର୍ବରୁ ଟେନ୍ତୁଲେଇ ପଞ୍ଚାୟତ ଅଫିସରେ ଅମ୍ବିକେ ସିଆରପି ମାନଙ୍କୁ ନେଇ ବିଜେଡି ପାଇଁ ବୈଠକ କରୁଥିବାର ଭିଡିଓ ନିର୍ବାଚନ ଅଧିକାରୀଙ୍କୁ ଦିଆ ଯାଇଛି । 

ମଡେଲ କର୍ଡ଼ ଓଫ କଣ୍ଡକ୍ଟ ଅନୁଯାୟୀ ଏ ମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଏ ଅଞ୍ଚଳରୁ ଅନ୍ୟତ୍ର ବଦଳି, ଏବଂ ସନ୍ତୋଷ ପ୍ରଧାନଙ୍କର ଏ ୟୁ ସି ସି ବ୍ୟାଙ୍କ ସଭାପତି ପଦବିରୁ ହଟାଇବା ପାଇଁ  ବିଜେପି ଲିଗାଲ ସେଲର ବରିଷ୍ଟ ଆଇନଜୀବୀ ଉଚ୍ଛନ୍ନ ପଟ୍ଟନାୟକ, ଦୟାସଗାର ମିଶ୍ର, ସୋମନାଥ ରାଉତ, ଅର୍ଜୁନ ଭୁତିଆ, ନରେଶ ଚନ୍ଦ୍ର ଦାସ, ଜଗଡ଼ିଶ୍ୱର ସାହୁ, ଅଖିଳ ସାମଲ, ପ୍ରଭାତିନି ଆଚାର୍ଯ୍ୟ, ପର୍ଶୁରାମ ବାରିକ ପ୍ରମୁଖ ଦାବି କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଜି ବୁଧବାର ନିର୍ବାଚନ ଅଧିକାରୀଙ୍କ ଅନୁପସ୍ଥିତିରେ ତାଳଚେର ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ତହସିଲଦାର ରୋଜାଲୀନ ବେହେରାଙ୍କୁ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଭେଟି ଲିଖିତ ଭାବେ ଦାବି ଜଣାଇଛନ୍ତି । ସରକାରୀ କର୍ମଚାରୀଙ୍କର ସମ୍ପୃକ୍ତି ସମସ୍ତ ତଥ୍ୟ ପ୍ରମାଣ ତାଳଚେର ନିର୍ବାଚନ ଅଧିକାରୀଙ୍କୁ ବିଜେପି ପକ୍ଷରୁ ଦିଆଯାଇଛି । ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବୀ କରିଛି, ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ନିଆ ଯାଏ ବିଜେପି ପକ୍ଷରୁ ରାଜ୍ୟ ନିର୍ବାଚନ ଅଧିକାରୀ, ଏବଂ କେନ୍ଦ୍ର ନିର୍ବାଚନ କମିଶନଙ୍କର ଦୃଷ୍ଟି ଆକର୍ଷଣ କରିବ ବିଜେପି ବୋଲି ବିଜେପି ଅନୁଗୁଳ ଜୋନାଲ ମିଡିଆସେଲ ସଂଯୋଜକ ପର୍ଶୁରାମ ବାରିକ ପ୍ରକାଶ କରିଛନ୍ତି ।

Sponsored
BJP workers met the election officials complaining about the name of BJD | Argus News