Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡିଶାରେ ବିଜେପିର ହାଇଭୋଲ୍ଟେଜ କ୍ୟାମ୍ପେନିଂ , କାଲି ଆସୁଛନ୍ତି ପ୍ରଧାନମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଓଡିଶାରେ ବିଜେପିର ହାଇଭୋଲ୍ଟେଜ କ୍ୟାମ୍ପେନିଂ , କାଲି ଆସୁଛନ୍ତି ପ୍ରଧାନମନ୍ତ୍ରୀ

Key Points

  • ବିଜେପି ଫୋକସରେ ଓଡ଼ିଶା
  • କାଲି ପୁଣି ଆସୁଛନ୍ତି ପିଏମ୍‌ ମୋଦି
  • ଭୁବନେଶ୍ବରରେ କରିବେ ରୋଡ୍ ସୋ
  • ୧୧ରେ କନ୍ଧମାଳ, ବଲାଙ୍ଗିର, ବରଗଡ଼ରେ ମୋଦିଙ୍କ ଜନ ସମାବେଶ
  • ଆଜି କୃଷ୍ଣପ୍ରସାଦରେ ଗଡ଼କରି ଓ ମାଲାକାନଗିରିରେ ହିମନ୍ତ ବିଶ୍ବଶର୍ମାଙ୍କ ପ୍ରଚାର

ଅର୍ଗସ ବ୍ୟୁରୋ : ମିଶନ ଓଡ଼ିଶା ପାଇଁ ବିଜେପିର ହାଇଭୋଲଟେଜ କ୍ୟାମ୍ପେନିଂ । ଆସନ୍ତାକାଲି ଭୁବନେଶ୍ବରରେ ରୋଡ୍‌ ସୋ କରିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତକୁ ନେଇ ହଲଚଲ ହୋଇଥିଲା ରାଜ୍ୟ ରାଜନୀତି। ଓଡ଼ିଶା ଧନୀ, ଓଡ଼ିଶାବାସୀ ଗରିବ କାହିଁକି ବୋଲି ପ୍ରଶ୍ନ କରିଥିଲେ ମୋଦି । ନବୀନ ସରକାରଙ୍କୁ ପାପୀ ବୋଲି କହି କରିଥିଲେ ଟାର୍ଗେଟ୍। ବିକାଶ ଓ ସଂସ୍କୃତି ଏ ୨ଟି ପ୍ରସଙ୍ଗରେ ବିଜେଡିକୁ ଜୋରଦାର ହମଲା କରିଥିଲେ ମୋଦି। ଦିଲ୍ଲୀରେ ଓଡ଼ିଶା ପାଇଁ ନିରନ୍ତର କାମ କରୁଛି ମୁଁ ଜଗନ୍ନାଥଙ୍କ ପୁତ୍ର ବୋଲି କହିଥିଲେ ପିଏମ୍ । ରାଜ୍ୟରେ ବିଜେପି ଶାସନ କରିବା ନେଇ ମୁଖ୍ୟମନ୍ତ୍ରୀ କହିଥିଲେ, ବିଜେପି ଦିବାସ୍ବପ୍ନ ଦେଖୁଛି । ନବୀନଙ୍କ ଏ ପ୍ରସଙ୍ଗରେ କଣ ରହିବ ପିଏମ୍‌ଙ୍କ ଆଭିମୁଖ୍ୟ ତାକୁ ରହିଛି ନଜର ।  
ମୋଦି, ଶାହ, ନଡ୍ଡା, ରାଜନାଥ, ଜୟଶଙ୍କର ପରେ ଆଜି ଓଡ଼ିଶାରେ ପ୍ରଚାର ମଙ୍ଗ ଧରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରି । ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ କୃଷ୍ଣପ୍ରସାଦରେ ନିର୍ବାଚନ ସଭାରେ ଯୋଗ ଦେଇ ବିଜେଡି ସରକାରକୁ ଘେରିଛନ୍ତି ଗଡକରୀ। 

ସେପଟେ ମାଲକାନଗିରିରେ କ୍ୟାମ୍ପେନ କରିଛନ୍ତି ବିଜେପିର ଫାୟାର ବ୍ରାଣ୍ଡ ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ପାଣ୍ଡିଆନଙ୍କୁ ଟାର୍ଗେଟ କରି ହିମନ୍ତ କହିଛନ୍ତି, ନବୀନ ବାବୁ ସାଢେ ୪ କୋଟି ଓଡ଼ିଆଙ୍କୁ ନୁହଁ ବରଂ ଜଣଙ୍କୁ ଭଲ ପାଉଛନ୍ତି । ସେ ହେଉଛନ୍ତି ପାଣ୍ଡିଆନ । ମୋଦି ଗ୍ୟାରେଣ୍ଟିରେ ଗ୍ୟାରେଣ୍ଟି ଅଛି ବୋଲି କହିଛନ୍ତି ହିମନ୍ତ । ମାଲକାନଗିରି ପରେ ଗଞ୍ଜାମ ଖଲ୍ଲିକୋଟରେ ପ୍ରଚାର କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ।

ଅଧିକ ପଢନ୍ତୁ : ବିଜେପି ଫୋକସରେ ଓଡ଼ିଶା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ଆଜି ଦ୍ବିତୀୟ ଦିନରେ କୋରାପୁଟ ଲକ୍ଷ୍ମୀପୁରରେ ପ୍ରଚାର କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । ୧୨ ତାରିଖରେ ପୁଣି ଥରେ ଅମିତ ଶାହଙ୍କ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି ।  ଆଗକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନିଙ୍କଠୁ ନେଇ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମାମାଳିନୀଙ୍କ ଭଳି ଆଗ ଧାଡ଼ିର ନେତା ଓଡିଶା ଆସି ପ୍ରଚାର କରିବାର ରହିଛି କାର୍ଯ୍ୟକ୍ରମ ।

Sponsored
BJP's high voltage campaign in Odisha, Prime Minister is coming odisha tomorrow | Argus News