Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହୀରାକୁଦରେ ହଇଜା ବ୍ୟାପିବା ୨୪ ବର୍ଷ ଲମ୍ବା ଶାସନର ଚରମ ବିଫଳତା : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Jitendra Dash
Browse all articles by Jitendra Dash
·2 years ago·2 min read
ହୀରାକୁଦରେ ହଇଜା ବ୍ୟାପିବା ୨୪ ବର୍ଷ ଲମ୍ବା ଶାସନର ଚରମ ବିଫଳତା : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ : ସମ୍ବଲପୁରରେ ବିଜେପିର ମେଗା ମିଶ୍ରଣ ପର୍ବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୟନାରାୟଣ ମିଶ୍ରଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ସମାଜସେବୀ ରାମଦାସ ପଣ୍ତାଙ୍କ ସମେତ ବହୁ ଗଣମାନ୍ୟ ବ୍ୟକ୍ତି । ଏହି ଅବସରରେ ଜନସଭାକୁ ସମ୍ବୋଧନ କରି ରାଜ୍ୟର ବିଜେଡି ସରକାର ଉପରେ ଜୋରଦାର ବର୍ଷିଛନ୍ତି ଧର୍ମେନ୍ଦ୍ର । ମୁଖ୍ୟମନ୍ତ୍ରୀ ଭଡ଼ାରେ ଯେଉଁ ନେତା ଆଣିଛନ୍ତି, ସେ ବିଜେପି କ୍ଷମତାକୁ ଆସିଲେ ବିଜୁ ସ୍ୱାସ୍ଥ୍ୟ ଯୋଜନା ବନ୍ଦ ହୋଇଯିବ ବୋଲି ମିଛ ପ୍ରଚାର କରୁଛନ୍ତି । କିନ୍ତୁ ବିଜେପି ସରକାର ଆସିଲେ ବନ୍ଦ କରାଯିବନାହିଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଏଥିସହ ଲୋକଙ୍କ ଲାଭ ପାଇଁ ଓଡ଼ିଶାରେ ଲାଗୁହେବ ଆୟୁଷ୍ମାନ ଭାରତ ଯୋଜନା । ଫଳରେ ଦୁଇ ଗୁଣା ଲାଭ ପାଇବେ ଓଡ଼ିଶାବାସୀ । 

ସମ୍ବଲପୁରର ବିକାଶ ପ୍ରସଙ୍ଗରେ ବିଜେଡି ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ଧର୍ମେନ୍ଦ୍ର । କହିଛନ୍ତି ଚୋର ମଚାଏ ସୋର - ୨୫ ବର୍ଷର ସରକାର କହୁଛନ୍ତି,  ସମ୍ବଲପୁର କାହିଁକି ବିକାଶ ହୋଇ ନାହିଁ । ୨୫ ବର୍ଷର ସରକାର ଏହି ବିକାଶ କରିବା କଥା ନା ଆଉ କିଏ ? ୨୪ ବର୍ଷର ବିଜେଡି ଶାସନରେ ସମ୍ବଲପୁରରେ ରାସ୍ତା, ଡ୍ରେନଜ୍ ସମସ୍ୟା ସହ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ । ହୀରାକୁଦରେ ହଇଜା ବ୍ୟାପିବା ହିଁ ୨୪ ବର୍ଷ ଲମ୍ବା ଶାସନର ଚରମ ବିଫଳତା । ଆଧୁନିକ ଜୀବନଶୈଳୀର ଭିତ୍ତିଭୂମି ତିଆରି କରିବାରେ ବିଫଳ ସରକାର । ବିଜେଡି ସରକାର ଗଣତନ୍ତ୍ର ବିରୋଧୀ । ୧୦ ବର୍ଷ ହେଲା ସମ୍ବଲପୁର ମହାନଗର ନିଗମ ନିର୍ବାଚନ କରାଯାଉନାହିଁ, ଅନ୍ୟପଟେ କୋର୍ଟ ବାହାନାରେ ପ୍ରସଙ୍ଗରୁ ମୁହଁ ଲୁଚାଉଛି ବିଜେଡି ସରକାର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଧର୍ମେନ୍ଦ୍ର ଆହୁରି କହିଛନ୍ତି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲେ ଆଧ୍ୟାତ୍ମିକ ସହର ସମ୍ବଲପୁରକୁ କାଶୀ ଭଳି ଭବ୍ୟ ଓ ପବିତ୍ରସ୍ଥଳୀ କରାଯିବ । ବିଜେଡିର ତାମିଲବାବୁଙ୍କୁ କଟାକ୍ଷ କରି ଧର୍ମେନ୍ଦ୍ର କହିଛନ୍ତି ୨୫ ବର୍ଷର ସରକାର ପାଖରେ ନେତା ନାହିଁ, ତାମିଲନାଡୁରୁ ନେତା ଆଣିଛନ୍ତି, ସେ ନେତା ନୁହେଁ ଗୁମାସ୍ତା । ପୁଣି ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀଙ୍କ ଉଦ୍ଦେଶ୍ୟରେ ଧର୍ମେନ୍ଦ୍ର କହିଛନ୍ତି ପ୍ରାର୍ଥୀ ନୁହେଁ ଏଥର ସମ୍ବଲପୁରରୁ ଲଢୁଛନ୍ତି କ୍ରୀତଦାସ । 
 

Sponsored
BJP's mega misrana parba in Sambalpur | Argus News