୨୦୨୪ରେ ରେକର୍ଡ ବିଜୟ : ମନମୋହନ ସାମଲ

ଅର୍ଗସ ବ୍ୟୁରୋ : ବିଜେପି ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ଓଡ଼ିଶାକୁ ଫୋକସ୍ । ପଦାଧିକାରୀ ବୈଠକରୁ ଫେରିବା ପରେ ମନମୋହନ ସାମଲଙ୍କ ପ୍ରତିକ୍ରିୟା । ପଦାଧିକାରୀ ବୈଠକ ବହୁତ ଗୁରୁତ୍ୱପୁର୍ଣ ଥିଲା । ଡେରି ରାତି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଏବଂ ଅମିତ ଶାହ ବୈଠକ ନେଇଥିଲେ । ବିଭିନ୍ନ ରାଜ୍ୟ ସହ ପୃଥକ ପୃଥକ ଆଲୋଚନା ହେଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନିର୍ବାଚନ ଦୃଷ୍ଟି କୋଣରୁ ସାଙ୍ଗଠନିକ ସ୍ଥିତିର ଆଲୋଚନା ହେଲା । ୧୯ ଅପେକ୍ଷା ୨୪ରେ ରେକର୍ଡ ବିଜୟ ପାଇଁ ରଣନୀତି ହୋଇଛି । କଠିନ ପରିଶ୍ରମ କରି ତାହାକୁ କେମିତି କ୍ରିୟାନ୍ୱୟନ ହେବ ସେ ନେଇ ଆଲୋଚନା ହେଲା । ଲୋକ ସଭା ଓ ବିଧନସଭା ରେ ଭିନ୍ନ ଭିନ୍ନ ରଣନୀତି ହେବ । ୫୧ ପ୍ରତିଶତ ଭୋଟ ପାଇବା ହେଉଛି ଟାର୍ଗେଟ ।
📱 Get Argus News App
✨ଯେଉଁଠି ଯେତେ ଆବଶ୍ୟକ ସେହି ଅନୁଯାଇ ସେଠାରେ ସେତିକି ଟାର୍ଗେଟ ସେଟ କରାଯିବ । ସେଥିପାଇଁ ରଣ ନୀତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡିଶାକୁ ଅଧିକ ଗୁରୁତ୍ୱ ଦିଆଯିବ । କେନ୍ଦ୍ର ନେତୃତ୍ୱ ଖୁବଶୀଘ୍ର ଓଡିଶା ଆସିବେ । ଓଡିଶାରେ ଅଦ୍ଭୁତପୂର୍ବ ଫଳାଫଳ ହେବ ।
