ନୂଆଗାଁରେ ନିର୍ବାଚନୀ ହିଂସା, ମେଡିକାଲରେ ପ୍ରଦୀପ ପାଣିଗ୍ରାହୀ
·2 years ago·1 min read

ଅର୍ଗସ ବ୍ୟୁରୋ : ପୋଲିସ ସାମ୍ନାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ମାଡ଼ । ପ୍ରଦୀପଙ୍କୁ ପିଟିଲେ ଶିବଶଙ୍କର । ପ୍ରଦୀପ ପାଣିଗ୍ରାହୀଙ୍କ ବେକ ଓ ଛାତିରେ ଆଘାତ ଲାଗିଥିବା ଅଭିଯୋଗ । ଗୋଷାଣୀ ନୂଆଗାଁରେ ସରକାରୀ ଉତ୍କଳମଣି ହାଇସ୍କୁଲ ସ୍ଥିତ ୧୩୩ ଓ ୧୩୪ ନମ୍ବର ବୁଥରେ ଘଟିଛି ଏହି ଘଟଣା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବୁଥ ସମ୍ମୁଖରେ ଠିଆ ହୋଇ ପୋଲିସ ସହ ଆଲୋଚନା କରୁଥିଲେ ପ୍ରଦୀପ ପାଣିଗ୍ରାହୀ । ଏହି ସମୟରେ ଶିବଶଙ୍କର ଦାସ ମଧ୍ୟ ଉପସ୍ଥିତ ଥିଲେ । କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ପରେ ହାତାହାତି ସ୍ଥିତି ହୋଇଥିଲେ । ପ୍ରଦୀପଙ୍କୁ ଶିବଶଙ୍କର ଓରଫ ପିଣ୍ଟୁ ଆକ୍ରମଣ କରିଥିବା ଅଭିଯୋଗ । ପ୍ରଦୀପଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଶିବଶଙ୍କର ଦାସ ହେଉଛନ୍ତି ବ୍ରହ୍ମପୁର ବିଧାନସଭା ସ୍ଵାଧୀନ ପ୍ରାର୍ଥୀ । ପ୍ରଦୀପ ବ୍ରହ୍ମପୁର ଲୋକସଭା ବିଜେପି ପ୍ରାର୍ଥୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: