ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ବିଜେପିର ଅହୋରାତ୍ର ଧାରଣା

ଅର୍ଗସ ବ୍ୟୁରୋ : କେବେ ଗିରଫ ହେବେ ଗୋପରେ ବିଜେପି କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ସମୀରଙ୍କ ଗୁଣ୍ଡାବାହିନୀ । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ବିଜେପି ଗୋପ ଥାନା ଆଗରେ ଅହୋରାତ୍ର ଧାରଣା ଆରମ୍ଭ କରିଛି । ପୋଲିସ ବିଜେଡି ବିଧାୟକ ସମୀର ଦାଶଙ୍କ ପିଲାଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଛି ବିଜେପି ।
ସମସ୍ତ ଅଭିଯୁକ୍ତ ଗିରଫ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦଳ କହିଛି । ୧୭ ତାରିଖ ଦିନ ନିମାପଡା ନିର୍ବାଚନ ମଣ୍ଡଳୀ ଗୋପ ଏରବଙ୍ଗ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବିଧାୟକ ସମୀର ଦାଶ । ଏଇ ସମୟରେ ବିଜେପି ଯୁବମୋର୍ଚ୍ଚା କର୍ମୀ ତାଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ସମୀର ଦାଶଙ୍କ ଉପସ୍ଥିତିରେ ବିଜେଡି ନେତାମାନେ ଯୁବମୋର୍ଚ୍ଚା କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ଗୋପ ବ୍ଲକ ବିଜେପି ଯୁବ ମୋର୍ଚ୍ଚା ସଭାପତି ଶିବ ପ୍ରସାଦ ସ୍ବାଇଁଙ୍କୁ ଗୋଡାଇ ଗୋଡାଇ ମାରିବା ସହ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଶିବ ପ୍ରସାଦଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସମୀରଙ୍କ ଖାସ୍ ତଥା ବିଜେଡି ନେତା ଦେବାଶିଷ ସାହୁ, ମନଦୀପ ପାଇକରାୟ, ଆଦୀପ ଶେଖ୍, ନରେଶ ପ୍ରଧାନ ପ୍ରମୁଖ ମାଡ ମାରୁଥିବାରୁ ଭିଜୁଆଲ୍ ଭାଇରାଲ୍ ହୋଇଛି । ସେମାନଙ୍କ ନାଁରେ ହତ୍ୟା ଉଦ୍ୟମ ଦଫା 307, ଆର୍ମସ ଆକ୍ଟ, ଏସସି-ଏସଟି ଆଟ୍ରୋସିଟି ଆକ୍ଟରେ ମାମଲା ରୁଜ୍ଜୁ ହୋଇଛି । ହେଲେ ସଂଗୀନ ଦଫା ସତ୍ବେ ଜଣଙ୍କୁ ଗିରଫ କରି ଚୁପ୍ ବସିଯାଇଛି ପୋଲିସ ।
