Videos
|
Odisha

BMC Warns / ଆବାସିକ କୋଠାରେ ଚଳିବନି ବ୍ୟବସାୟ; ଘର ସିଲ୍ ସହ ଭାଙ୍ଗିପାରେ BMC

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଆବାସିକ କୋଠାରେ ଚଳିବନି ବ୍ୟବସାୟ; ଘର ସିଲ୍ ସହ ଭାଙ୍ଗିପାରେ BMC
No Commercial Setups in Residential Areas

Key Points

ଆବାସିକ ଘରେ ବେଆଇନ ବ୍ୟବସାୟ
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆକ୍ଟିଭ୍ BMC
ଭୁବନେଶ୍ଵର: ରାଜଧାନୀରେ ଆବାସିକ ଅନୁମତି ଆଣି ବେଆଇନ ଭାବେ ବ୍ୟବସାୟିକ କାର୍ଯ୍ୟକଳାପ କରୁଥିବା ଘର ଓ ଦୋକାନଗୁଡ଼ିକ ବିରୋଧରେ ଭୁବନେଶ୍ୱର ମହାନଗର ନିଗମ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି ।

ବିଶେଷକରି ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ମହାନଗର ନିଗମ ଓ ସହରାଞ୍ଚଳ ଗୁଡିକରେ ଏହିପରି ବେଆଇନ୍ ନିର୍ମାଣ କିମ୍ବା ବ୍ୟବସାୟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ BMC ଜୋନାଲ ଟିମ୍ ଗଠନ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି ।

ଏଥିସହ ପଢ଼ନ୍ତୁ: ବାଇକ୍ ଅଟକାଇ ଆରାମରେ ନେଇଗଲେ ୫ ଲକ୍ଷ ଟଙ୍କା; ଦେଖନ୍ତୁ ଲୁଟ୍‌ର Live ଭିଡିଓ 

ଆବାସିକ ଘର ପାଇଁ ଅନୁମତି ନେଇଥିଲେ, ହେଲେ ଅଧିକ ଟଙ୍କା ଲୋଭରେ ସେଗୁଡ଼ିକୁ ବ୍ୟବସାୟିକ ପ୍ରତିଷ୍ଠାନରେ ପରିଣତ କରାଯାଇଛି । କେଉଁଠି ମୋବାଇଲ୍ ଦୋକାନ ତ ଆଉ କେଉଁଠି ବୈଦ୍ୟୁତିକ ସାମଗ୍ରୀ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ରାଜଧାନୀରେ ଏଭଳି ବେଆଇନ ପ୍ରତିଷ୍ଠାନଗୁଡ଼ିକୁ ଚିହ୍ନଟ କରାଯାଇଥିବା ବେଳେ ଖୁବଶୀଘ୍ର ସେଗୁଡ଼ିକ ଉପରେ BMC ଚଢ଼ାଇବ ବୁଲ୍‌ଡୋଜର ।

ରାଜଧାନୀ ଭୁବନେଶ୍ବରର ଶହୀଦନଗରରେ ରାସ୍ତାକୁ କବ୍‌ଜା କରି ଖୋଲିଛି ବେଆଇନ ବ୍ୟବସାୟିକ ପ୍ରତିଷ୍ଠାନ । ପାର୍କିଂ କରିବାକୁ ଜାଗା ନଥିବା ବେଳେ ସନ୍ଧ୍ୟା ହେଲେ ଗାଡ଼ି ଗୁଡ଼ିକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି ।

ସେହିପରି ବାପୁଜୀ ନଗର କଥା ନ କହିବା ଭଲ, ଏଠାରେ ବି ସ୍ଥିତି ସାଂଘାତିକ । ଶୈଳଶ୍ରୀ ବିହାର ଓ ପଟିଆ ଅଞ୍ଚଳରେ ବି ବହୁ ବ୍ୟବସାୟୀଙ୍କୁ ବି ନୋଟିସ୍ ହୋଇଛି । ତେବେ ଏହାକୁ ନେଇ ବ୍ୟବସାୟୀ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ବନ୍ୟା ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା 

BMCର ଦକ୍ଷିଣ ପୂର୍ବ ଜୋନ୍‌ରେ ସର୍ବାଧିକ ଆବାସିକ କୋଠାକୁ ବ୍ୟବସାୟରେ ଲଗାଯାଇଛି । ପ୍ରଥମ ପର୍ଯ୍ୟାୟରେ ୬୦ଟି ଦୋକାନକୁ ଚିହ୍ନଟ କରାଯାଇଛି, ସେଥି ମଧ୍ୟରୁ ୪୦ ଦୋକାନକୁ ସିଲ୍ ପାଇଁ ନିର୍ଦ୍ଦେଶ ହୋଇଛି । ସେହିପରି ଉତ୍ତର ଜୋନ୍‌ରେ ୪୦ ଦୋକାନକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଆଗାମୀ ଦିନରେ କଥା ନମାନିଲେ ଅମାନିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ କହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: